ଶୀତ ଦିନେ ରଖନ୍ତୁ ଗୋଇଠିର ଯତ୍ନ...

ଅର୍ଗସ ବ୍ୟୁରୋ: ଶୀତ ଦିନ ଥଣ୍ଟା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ। ଏହି ଋତୁରେ ଆମ ଚର୍ମ ଶୁଷ୍କ ହୋଇଯାଏ। ସେଥିପାଇଁ ଶୀତ ଋତୁରେ ଆପଣଙ୍କ ଚର୍ମର ଯତ୍ନ ନେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ସେତିକି ନୁହେଁ, ମଣିଷର ତ୍ୱଚାରୁ ଜଣାପଡେ ସ୍ୱାସ୍ଥ୍ୟର ଅବସ୍ଥା। ଯାହାର ତ୍ୱଚା ଯେତେ ସୁସ୍ଥ ଦିଶୁଥାଏ। ସେ ମଣିଷ ସେତେ ସୁସ୍ଥ ବୋଲି ଆମେ ଅନୁମାନ ଲଗାଇ ପାରିବା। ଶରୀର ଶୁଷ୍କ ହେବାର ଅଧିକ ପ୍ରଭାବ ଆମ ଗୋଇଠି ଏବଂ ଓଠ ଉପରେ ପଡିଥାଏ । ଥଣ୍ଡାରୁ ଆମ ଗୋଇଠି ଫାଟି, କଷ୍ଟ ହେବା ସହ କୁଣ୍ଡାଇ ହୋଇଥାଏ । ଏଥିସହ ଗୋଇଠି ଫାଟି ରକ୍ତ ମଧ୍ୟ ବାହାରିଥାଏ । ଗୋଇଠି ଫଟା ମହିଳାଙ୍କୁ ଅଧିକ କଷ୍ଟ ଦେଇଥାଏ। ଜାଣନ୍ତୁ କିପରି ଗୋଇଠିର ଯତ୍ନ ନେବେ।
– ଫାଟିଯାଇଥିବା ଗୋଇଠିରୁ ମୁକ୍ତି ପାଇବା ପାଇଁ ଫଟା ଯାଗାକୁ ଭଲଭାବେ ସଫା କରନ୍ତୁ । ଲେମ୍ବୁ, ଚିନି ଏବଂ ମହୁର ଏକ ପେଷ୍ଟ କରି ଫଟା ଗୋଇଠିକୁ ସଫା କରନ୍ତୁ । ଏହା କରିବା ଦ୍ୱାରା ଫାଟିଥିବା ଗୋଇଠିରେ ମୃତଚର୍ମ ବାହାରି ଯାଏ । ଫଳରେ ଗୋଇଠିରେ ହେଉଥିବା କଷ୍ଟ ଦୂର ହୋଇଯାଏ ।
-ଭେସିଲିନ ମଧ୍ୟ ଗୋଇଠି ଫଟାରୁ ରକ୍ଷା କରିଥାଏ । ଶୋଇବା ପୂର୍ବରୁ ହାଲକା ଗରମପାଣିରେ ପାଦଧୋଇ ଭେସଲିନ ଲଗାନ୍ତୁ ।
📱 Get Argus News App
✨-ଚାଉଳ ଗୁଣ୍ଡକୁ ଆପଣ ଗୋଇଠି ଫଟା ପାଇଁ ବ୍ୟବହାର କରିପାରିବେ । ଆପଣ ୨ଚାମଚ ଚାଉଳ ଗୁଣ୍ଡ, ୪ ବୁନ୍ଦା ଆପେଲ ଭିନେଗାର, ଏକ ଚାମଚ ମହୁ ଏବଂ ୨ ଚାମଚ ନଡ଼ିଆ ତେଲ ମିଶାଇ ଫଟା ପାଦରେ ମାଲିସ କରନ୍ତୁ ।
-ଗରମ ପାଣି ମଧ୍ୟ ଲାଭଦାୟକ । ଆପଣ ହାଲକା ଗରମପାଣିରେ ପାଦ ବୁଡାଇ କିଛି ସମୟ ବସନ୍ତୁ ଏହାପରେ ଗୋଇଠିକୁ ଭଲଭାବେ ମାର୍କେଟରେ ମିଳୁଥିବା ଷ୍ଟୋନରେ ଘଷନ୍ତୁ । ଏହାପରେ ନଡ଼ିଆ ତେଲ ବା ଅଲିଭ ଅଏଲକୁ ଉଷୁମ କରି ଫଟାଯାଗାରେ ମାଲିସ କରନ୍ତୁ ।
ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: