Videos
|
Health & Wellness

Health Tips / ଖାଲି ପେଟରେ ଚା’ ପିଉଛନ୍ତି କି ? ଜାଣନ୍ତୁ ଏହାର ପ୍ରଭାବ

Rashmita Mishra
Browse all articles by Rashmita Mishra
·2 hours ago·2 min read
ଖାଲି ପେଟରେ ଚା’ ପିଉଛନ୍ତି କି ? ଜାଣନ୍ତୁ ଏହାର ପ୍ରଭାବ
Health Tips

Key Points

ଖାଲି ପେଟରେ ଚା’ ପିଇଲେ କ୍ୟାନସର ହୁଏ କି ?
ସକାଳର ଚା’କୁ ନେଇ ଭୟ ! ସତ କହିଲେ ଡାକ୍ତର । 
ଚା’ ପିଇଲେ କ୍ୟାନସର ସତ ନା କେବଳ ଗୁଜବ ?
ଖାଲି ପେଟରେ ଚା’ ପିଉଛନ୍ତି କି? ଜାଣନ୍ତୁ ଏହାର ପ୍ରଭାବ । 

ସକାଳର ଆରମ୍ଭ ଏକ କପ୍ ଗରମ ଚା'ରୁ କରିବା ଅନେକଙ୍କ ପାଇଁ ଦୈନନ୍ଦିନ ଅଭ୍ୟାସ । କିନ୍ତୁ ଅନେକ ଦିନ ଧରି ଏକ ଧାରଣା ରହିଛି ଯେ, ଖାଲି ପେଟରେ ଚା' ପିଇଲେ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ । ସୋସିଆଲ ମିଡିଆରେ ମଧ୍ୟ ଏହି ଦାବିକୁ ନେଇ ଅନେକ ଚର୍ଚ୍ଚା ହେଉଛି । ତେବେ ଏହା ପଛରେ ସତ କେତେ ଏବଂ ଗୁଜବ କେତେ ? ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଖାଲି ପେଟରେ ଚା' ପିଇବା ସତରେ କ୍ୟାନସରର କାରଣ କି, ନା ଏହା କେବଳ ଏକ ମିଥ୍ୟା ଧାରଣା ? ଆସନ୍ତୁ ଜାଣିବା ଡାକ୍ତରମାନଙ୍କ ମତ ଓ ବୈଜ୍ଞାନିକ ତଥ୍ୟ କ'ଣ କହୁଛି।

ସକାଳେ ଉଠିବା ମାତ୍ରେ ଗୋଟିଏ କପ୍ ଗରମ ଚା' ପିଇବା ଅନେକ ଲୋକଙ୍କ ଅଭ୍ୟାସ । କେହି କେହି ତ ‘ବେଡ୍ ଟି’ ବିନା ଦିନ ଆରମ୍ଭ କରିବାକୁ ମଧ୍ୟ ପସନ୍ଦ କରନ୍ତି । ତେବେ ଏହି ଧାରଣା ରହିଛି ଯେ, ଖାଲି ପେଟରେ ଚା' ପିଇଲେ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ । ଏହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଥିବା ବେଳେ ଡାକ୍ତରମାନେ ଏହି ଦାବିକୁ ଖଣ୍ଡନ କରିଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଖାଲି ପେଟରେ ଚା' ପିଇବା ଓ କ୍ୟାନସର ହେବା ମଧ୍ୟରେ କୌଣସି ପ୍ରମାଣିତ ବୈଜ୍ଞାନିକ ସମ୍ପର୍କ ମିଳିନାହିଁ । ଏପର୍ଯ୍ୟନ୍ତ ଏଭଳି କୌଣସି ଗବେଷଣା ସାମ୍ନାକୁ ଆସିନାହିଁ, ଯାହା ଏହି ଦାବିକୁ ସମର୍ଥନ କରେ । ତେଣୁ ଖାଲି ପେଟରେ ଚା' ପିଇଲେ ସିଧାସଳଖ କ୍ୟାନସର ହୁଏ ବୋଲି କହିବା ଠିକ୍ ନୁହେଁ ।

ହେଲେ ଏହାର ଅର୍ଥ ଏହା ନୁହେଁ ଯେ ଖାଲି ପେଟରେ ଚା' ପିଇବା ସଂପୂର୍ଣ୍ଣ ସୁରକ୍ଷିତ । ଡାକ୍ତରଙ୍କ ମତରେ, ସକାଳେ କିଛି ନଖାଇ ଚା' ପିଇଲେ କେତେକ ଲୋକଙ୍କଠାରେ ଏସିଡିଟି, ଗ୍ୟାସ୍, ପେଟ ଜଳିବା, ଅଜୀର୍ଣ୍ଣ ଭଳି ସମସ୍ୟା ବଢ଼ିପାରେ । ଅଧିକ ପରିମାଣରେ ଚା' ପିଇଲେ ଶରୀରରେ ପାଣିର ଅଭାବ ସୃଷ୍ଟି ହେବା ସହ କଫିନର ପ୍ରଭାବରେ ନିଦ୍ରା ଓ ପାଚନ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ସେହିପରି ଅଧିକ ଚିନି ଓ ଦୁଗ୍ଧ ମିଶା ଚା' ବାରମ୍ବାର ପିଇବା ଦ୍ୱାରା ଅତିରିକ୍ତ କ୍ୟାଲୋରି ଶରୀରକୁ ମିଳିଥାଏ, ଯାହା ଓଜନ ବୃଦ୍ଧିର କାରଣ ହୋଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳେ ପ୍ରଥମେ ପାଣି ପିଇବା, ତା’ପରେ ହାଲୁକା ଜଳଖିଆ କରି ଚା' ପିଇବାକୁ ପରାମର୍ଶ ଦେଉଛନ୍ତି । ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ ଓ ସୀମିତ ପରିମାଣରେ ଚା' ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପଯୋଗୀ ବୋଲି ଡାକ୍ତରମାନେ ମତ ପ୍ରକାଶ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: