Videos
|
Health & Wellness

Early Diabetes Warning / ସତର୍କ ରୁହନ୍ତୁ, ଜାଣି ରଖନ୍ତୁ ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ସତର୍କ ରୁହନ୍ତୁ, ଜାଣି ରଖନ୍ତୁ ଡାଇବେଟିସର ପ୍ରାରମ୍ଭିକ ଲକ୍ଷଣ
Diabetes

Key Points

ପାଦରେ ଏହି ସବୁ ଲକ୍ଷଣମାନେ ଆପଣଙ୍କୁ ହେଲାଣି ଡାଇବେଟିସ!
ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ କଣ ?

ଆଜିକାଲି ଡାଇବେଟିସ୍‌ ବା ମଧୁମେହ ରୋଗୀ ଘରେ ଘରେ। ଅନେକ ଏହାକୁ ସାଧାରଣ ମନେ କରନ୍ତି ଏବଂ ସମସ୍ୟା କେତେବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ତାହା ଜାଣିପାରନ୍ତି ନାହିଁ। କିନ୍ତୁ ଆପଣ ଜାଣନ୍ତି କି ମଧୁମେହର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ପାଦରେ ବିଶେଷ ଭାବରେ ଦୃଶ୍ୟମାନ ହୁଏ। ଡାଇବେଟିସ ରୋଗୀ ଯେହେତୁ ନିଜର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ନୁହଁନ୍ତି ସେଥିପାଇଁ ତାଙ୍କୁ ଖାଦ୍ୟ ପାନୀୟ ପ୍ରତି ଅଧିକ ସଚେତନ ରହିବାକୁ ପଡେ। ଡାଇବେଟିସ ଯୋଗୁ ଶରୀରରେ ଉପଯୁକ୍ତ ମାତ୍ରାରେ ଇନସୁଲିନ ତିଆରି ବନ୍ଦ ହୋଇଯାଏ।

ନ୍ୟୁଟ୍ରିସନ୍‌ ଅଭାବ ଓ ଖାଦ୍ୟପେୟରେ କଟକଣା ପାଇଁ ଡାଇବେଟିସ ରୋଗୀ ଧୀରେ ଧୀରେ ଦୁର୍ବଳ ହୋଇପ ତେଣୁ ଡାଇବେଟିସ ରୋଗୀ ନିଜ ଖାଇବା ପିଇବାରେ ଧ୍ୟାନ ଦେବା ଜରୁରୀ।ଅଲମଣ୍ଡ, ଅଖରୋଟ, ପିସ୍ତା, ଚିନାବାଦାମ କାଜୁ ଭଳି ଡ୍ରାଏଫ୍ରୁଟ୍ସରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍ସ, କ୍ୟାଲସିୟମ ଏବଂ ଅନସ୍ୟାଚ୍ୟୁରେଟେଡ୍‌ ଫ୍ୟାଟି ଏସିଡ୍‌ ମିଳିଥାଏ।ମଧୁମେହ ଏକ ଏପରି ଅବସ୍ଥା ଯାହାର ଲକ୍ଷଣଗୁଡ଼ିକୁ ଶୀଘ୍ର ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ ପ୍ରାୟତଃ ଏହି ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ଅଣଦେଖା କରନ୍ତି, ଏହାକୁ ସାଧାରଣ ମନେ କରନ୍ତି ଏବଂ ସମସ୍ୟା କେତେବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ତାହା ଜାଣିପାରନ୍ତି ନାହିଁ।

ପ୍ରାରମ୍ଭିକ ଲକ୍ଷଣ:

ମଧୁମେହର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ପ୍ରାୟତଃ ପାଦତଳେ ଜଳାପୋଡ଼ା ଅନୁଭବ ହେବା ଆରମ୍ଭ ହୁଏ। ପାଦ ଚର୍ମ ଶୁଷ୍କ ହୋଇ ଫାଟିଯାଏ। ଏହା କୁଣ୍ଡାଇ ମଧ୍ୟ ହୁଏ।ପାଦରେ ସଂବେଦନଶୀଳତା ହ୍ରାସ ପାଇବାକୁ ଲାଗେ, ଉଷ୍ମତା ଅନୁଭବ ହୁଏ ନାହିଁ ଏବଂ ପାଦ ଥଣ୍ଡା ହୋଇଯାଏ। ପାଦରେ ସାମାନ୍ୟ ଆଘାତ, କଟା କିମ୍ବା ଫୋଟକା ହେଲେ ମଧ୍ୟ ଠିକ୍ ଭାବରେ ଶୁଖିଯାଏ ନାହିଁ।ପାଦ ଚର୍ମର ରଙ୍ଗ ପରିବର୍ତ୍ତନ ଦେଖାଯିବା ଆରମ୍ଭ ହୁଏ। ପାଦର ଆଙ୍ଗୁଠି ଆକାରରେ ପରିବର୍ତ୍ତିତ ଦେଖାଯାଏ। ପାଦ ପ୍ରାୟତଃ ଫୁଲିଯାଇଥିବା ଦେଖାଯାଏ। ନଖର ଆକାର ପରିବର୍ତ୍ତନ ହେବା ଆରମ୍ଭ ହୁଏ, ନଖ ହଳଦିଆ ପଡ଼ିବାକୁ ଲାଗେ କିମ୍ବା ଫଙ୍ଗାଲ୍ ସଂକ୍ରମଣ ହୁଏ।ଶରୀରରେ ସବୁବେଳେ ଥକ୍କାପଣ ଅନୁଭବ ହୁଏ। ଦୃଷ୍ଟିଶକ୍ତି ଝାପ୍ସା ହୋଇପାରେ। ମଧୁମେହ ମଧ୍ୟ ଆଖିକୁ ପ୍ରଭାବିତ କରେ। ଚର୍ମ କଳା ହେବାକୁ ଲାଗେ। ଯେତେବେଳେ ଜଣେ ବ୍ୟକ୍ତି ମଧୁମେହରେ ପୀଡିତ ହୁଅନ୍ତି, ସେ ବାରମ୍ବାର ପରିସ୍ରା କରିବାକୁ ଆରମ୍ଭ କରନ୍ତି। ଅତ୍ୟଧିକ ତୃଷା ମଧୁମେହର ଲକ୍ଷଣ ହୋଇପାରେ। ଜଣେ ବାରମ୍ବାର ଭୋକ ଅନୁଭବ କରିବାକୁ ଲାଗେ। କୌଣସି କାରଣ ବିନା ଓଜନ ହ୍ରାସ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଲମଣ୍ଡ୍‌:

ଆଲମଣ୍ଡ ଖାଇଲେ ଶରୀରରେ ଗ୍ଲୁକୋଜ ସ୍ତର ସାମାନ୍ୟ ରହିଥାଏ। ତେଣୁ ଡାଇବେଟିସ୍‌ ରୋଗୀ ଆଲମଣ୍ଡ ଖାଇବା ଆବଶ୍ୟକ।

ଅଖରୋଟ:

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଅକରୋଟ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅଖରୋଟ ଖାଇବା ଦ୍ୱାରା ଓଜନ ମଧ୍ୟ କମ୍‌ ହୋଇଥାଏ।

ପିସ୍ତା:

ପିସ୍ତା ବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ ଥାଏ। ତେଣୁ ଡାଇବେଟିସ୍‌ ରୋଗୀ ପ୍ରତିଦିନ ଫଳ ସହ ପିସ୍ତା ଖାଆନ୍ତୁ।

ଚିନାବାଦାମ:

ଚିନାବାଦାମରେ ପ୍ରୋଟିନ ଏବଂ ଫାଇବର ଥାଏ। ଟାଇପ-୨ ଡାଇବେଟିସ ରୋଗୀଙ୍କ ପାଇଁ ଚିନାବାଦାମ ଉପକାରୀ ଅଟେ।

କାଜୁ:

ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତି ଖାଦ୍ୟରେ କାଜୁ ସାମିଲ କରନ୍ତୁ। ଏହା ରକ୍ତଚାପ ସାମାନ୍ୟ ସ୍ତରକୁ ଆଣିବାରେ ସହାୟକ ହୋଇଥାଏ। ସେହିପରି ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ କାଜୁ ଲାଭଦାୟକ ହୋଇଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: 

Related Topics

Explore more stories