Videos
|
Health-wellness

ପ୍ରତିଦିନ ଖଜୁରୀ ଓ କ୍ଷୀର ଖାଆନ୍ତୁ ମିଳିବ ଅନେକ ଫାଇଦା

Rashmita Mishra
Browse all articles by Rashmita Mishra
·1 year ago·2 min read
ପ୍ରତିଦିନ ଖଜୁରୀ ଓ କ୍ଷୀର ଖାଆନ୍ତୁ ମିଳିବ ଅନେକ ଫାଇଦା

ପାଗର ପରିବର୍ତ୍ତନ ଯୋଗୁଁ ସବୁ ଲୋକମାନେ ଥଣ୍ତା, କାଶରେ ପଡୁଛନ୍ତି । ଥଣ୍ଡା ଏବଂ କାଶ ପାଇଁ ମେଡିସିନ ଛାଡି କିଛି ପ୍ରାକୃତିକ ଘରୋଇ ଉପଚାର ଆପଣାଇବା ଦରକାର। ଆଗରୁ ଜେଜେବାପା ଏବଂ ଜେଜେମା ମାନେ ପ୍ରତିରୋଧକ ଶକ୍ତି ବୃଦ୍ଧିକରିବା ପାଇଁ ଖଜୁର ଓ କ୍ଷୀର ଖାଇବାକୁ ଦେଇଥାନ୍ତି । ଏହା କେବଳ ସ୍ୱାଦିଷ୍ଟ ନୁହେଁ ବଂର ପୁଷ୍ଟିକର ଏବଂ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାର୍ଯ୍ୟ କରେ ।


ଖଜୁର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଏଥିରେ ଭରପୂର ମାତ୍ରାରେ ପୋଷକତ୍ତତ୍ଵ ରହିଛି । ଯାହା ହଜମ ପ୍ରକ୍ରିୟାରେ ଉନ୍ନତ କରେ ଏବଂ ହାର୍ଟ ସମସ୍ୟା ଠାରୁ ଆରମ୍ଭ କରି ମଧୁମେହ ପରି ରୋଗକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଭଲ

ଖଜୁରୀରେ ଭିଟାମିନ୍ C ପରିପୂର୍ଣ୍ଣ ହୋଇରହିଛି । ଏହା ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଯାହା ରୋଗପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରେ। ଏଗୁଡ଼ିକ B1, B2, B3, B5 ଏବଂ A1 ଭଳି ଆବଶ୍ୟକୀୟ ଭିଟାମିନ୍ ମଧ୍ୟ ପ୍ରଦାନ କରନ୍ତି। ଖଜୁରୀ ପୁରୁଣା ସମୟରୁ ମଧ୍ୟ ବ୍ୟବହାର କାରାଯାଉଛି । ଆହୁରି ମଧ୍ୟ ଏହାକୁ ଇନଫ୍ୟୁଜନ, ସିରପ କିମ୍ବା ପେଷ୍ଟ ଭାବରେ ସେବନ କରାଯାଏ। କିନ୍ତୁ ଖଜୁରୀ ଆଉ କ୍ଷୀରର ରେସିପି ସବୁ ଭାରତୀୟଙ୍କ ପ୍ରିୟ ଥାଏ । ତେବେ ଆସନ୍ତୁ ଜାଣିବା ଖଜୁରୀ ଓ କ୍ଷୀର ରେସିପି ।


ଏହି ସରଳ ରେସିପି ଆପଣ ଘରେ ଖୁବ୍ ସହଜରେ ପ୍ରସ୍ତୁତ କରିପାରିବେ 

ଉପକରଣ:

୨ କପ କ୍ଷୀର

୪ଟା ଖଜୁରୀ

୫ଟା ବାଦାମ

ଅଧା ଚାମଚ ଡାଲଚିନି ପାଉଡର

୧ ଚାମଚ ମହୁ

ଚିନି ସ୍ବାଦ ଅନୁସାରେ


ପ୍ରସ୍ତୁତ ପ୍ରଣାଳୀ

ଅଧ କପ କ୍ଷୀରରେ, କଟା ଖଜୁରୀକୁ ନରମ କରିବା ପାଇଁ ପ୍ରାୟ ୪୦ ମିନିଟ୍ ପାଇଁ ଭିଜାଇ ରଖନ୍ତୁ। ଭିଜାଯାଇଥିବା ଖଜୁରୀ ଏବଂ କ୍ଷୀରକୁ ଏକ ବ୍ଲେଣ୍ଡରରେ ରଖନ୍ତୁ ସେଥିରେ ବାଦାମ ମଧ୍ୟ ମିଶାନ୍ତୁ। ଏହାକୁ ଭଲ ଭାବରେ ଗ୍ରାଇଣ୍ଡି କରନ୍ତୁ । ଏହି ମିଶ୍ରଣକୁ ଏକପାଖରେ ରଖନ୍ତୁ। ଏକ ଅଲଗା ପ୍ୟାନରେ, ଅବଶିଷ୍ଟ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିବା ଆରମ୍ଭ ହେବା ପରେ, ପ୍ୟାନରେ ଖଜୁର ଏବଂ ବାଦାମ ମିଶ୍ରଣ ମିଶାନ୍ତୁ। ଏଥିରେ ଡାଲଚିନି ଏବଂ ଚିନି କିମ୍ବା ମହୁ ମିଶାନ୍ତୁ। ମିଶ୍ରିତ ଉପାଦାନଗୁଡ଼ିକୁ ପ୍ରାୟ ୫ ମିନିଟ୍ ପାଇଁ ସିଝାନ୍ତୁ, ଯାହା ଫଳରେ ଏହା ଭଲଭାବରେ ମିଶିଯିବ। ଏହାକୁ କିଛି ସମୟ ଛାଡିଦିଅନ୍ତୁ ପରେ ଏହାକୁ ଖାଆନ୍ତୁ ।