Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶୋଇବା ପୂର୍ବରୁ ଏହି ଜିନିଷ ଗୁଡିକ ଖାଆନ୍ତୁ

Health & Wellness

ଶୋଇବା ପୂର୍ବରୁ ଏହି ଜିନିଷ ଗୁଡିକ ଖାଆନ୍ତୁ

Rashmita Mishra
Browse all articles by Rashmita Mishra
·2 years ago·2 min read
ଶୋଇବା ପୂର୍ବରୁ ଏହି ଜିନିଷ ଗୁଡିକ ଖାଆନ୍ତୁ

ଅର୍ଗସ ବ୍ୟୁରୋ: ସ୍ୟାସ୍ଥ ଠିକ୍ ରହିଵା ପାଇଁ  ଖାଇଵା ଯେତିକି ଆଵଶ୍ୟକ ଶୋଇଵା ମଧ୍ୟ ସେତିକି ଆଵଶ୍ୟକ । କିନ୍ତୁ ରାତିରେ  ଶୋଇଵାକୁ ଚାହିଁଲେ  ମଧ୍ୟ ନିଦ ହୁଏ ନାହିଁ । ଆପଣ ବିଶ୍ୱାସ କରିବେନି  କି ଯଦି ଆପଣ ଶୋଇବା ପୂର୍ବରୁ ଏହି ଜିନିଷ ଗୁଡିକ ଖାଆନ୍ତୁ ତେବେ ଆପଣ ଶୀଘ୍ର ଶୋଇପାରିଵେ। 

ଯଦି ଆପଣ ଶୋଇପାରୁ ନାହାଁନ୍ତି ତେବେ ଏପରି ସମୟରେ କିଛି ଖାଇବା ଉଚିତ୍ କି। ସାଧାରଣତ  ଲୋକମାନେ ଜାଣନ୍ତି ଯେ ନଶୋଇପାରିଲେ  ଖାଇବା କିମ୍ବା ପିଇବା ଉଚିତ୍ ନୁହେଁ ।  କଫି, ମଦ୍ୟପାନ, ଚା, ମିଠା ଖାଇବା ଠାରୁ ଦୂରେଇ ରିହନ୍ତୁ । ଶୋଇବା ସମୟକୁ  ଗୁରୁତ୍ଵ ଦିଆଯାଉଛି  ଶୋଇବା କେବଳ ମସ୍ତିଷ୍କ ପାଇଁ ନୁହେଁ ବରଂ ଏକ ସୁସ୍ଥ ଶରୀର ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ଆମର ମନୋବଳ ଏବଂ ଏକାଗ୍ରତା ସ୍ତରକୁ  ଵଢାଇଵାରେ ସାହାଯ୍ୟ କରେ । ଆଉ ନିଦ କମ୍  ନିଦ ହେତୁ ଆପଣଙ୍କର ଶରୀର ଅସୁସ୍ଥ ହେଇଥାଏ ।  

ବିଶେଷଜ୍ଞମାନଙ୍କ କହିଵା ଅନୁସାରେ ଶୋଇବା ପୂର୍ବରୁ କଦଳୀ ଖାଇଲେ  ଶୋଇବାରେ ବହୁତ ସାହାଯ୍ୟ କରିଥାଏ କାରଣ ଏଥିରେ ଟ୍ରାଇପଟୋଫାନ୍ ମଧ୍ୟ ରହିଥାଏ । ଟ୍ରିପ୍ଟୋଫାନ୍ ହେଉଛି ଏକ ଆମିନୋ ଏସିଡ୍ ଯାହା ଶରୀରରେ ସେରୋଟୋନିନ୍ ଏବଂ ମେଲାଟୋନିନ୍ ନାମକ ହରମୋନ୍ ଉତ୍ପାଦନ କରିଥାଏ ଯାହା ସହଜରେ ଶୋଇବାରେ ସାହାଯ୍ୟ କରିଥାଏ ।  ଏଥିରେ ମୁଖ୍ୟ ସମାଧାନ ହେଉଛି ଶୋଇବା ପୂର୍ବରୁ ଇଲେକ୍ଟ୍ରନିକ ଡିଭାଇସ୍ ର ବ୍ୟବହାର ନକରିବା ଉଚିତ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୋଇବା ପୂର୍ଵରୁ କିଛି ବାଦାମ ଖାଇଲେ ମଧ୍ୟ ଭଲ ଯାହା ଶୋଇବାରେ ସାହାଯ୍ୟ କରିଥାଏ ।  ବାଦାମରେ ମ୍ୟାଗ୍ନେସିୟମ୍ ଥାଏ ଯାହା ମାଂସପେଶୀକୁ  ଆରାମ ଏବଂ ଶୋଇବାରେ ସାହାଯ୍ୟ କରିଥାଏ ।  ଏହା ମଧ୍ୟ ପ୍ରୋଟିନ୍ ଯୋଗାଏ ଯାହା ଶୋଇବା ସମୟରେ ରକ୍ତର ସ୍ତରକୁ ସ୍ଥିର ରଖିବାରେ ସହାୟକ ହୋଇଥାଏ । କଦଳୀ ଖାଇଲେ ମଧ୍ୟ ଶୋଇଵାରେ ସାହାର୍ଯ୍ୟ କରିଥାଏ । 
 

Sponsored
eating-fruit-like-banana-help-in-sleeping | Argus News