Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ନିମାପଡା ସ୍ୱାସ୍ଥ୍ୟ ସେବାରେ ଯୋଡି ହେଲା ନୂଆ ଅଧ୍ୟାୟ

Smruti Parija
Browse all articles by Smruti Parija
·1 year ago·1 min read
ନିମାପଡା ସ୍ୱାସ୍ଥ୍ୟ ସେବାରେ ଯୋଡି ହେଲା ନୂଆ ଅଧ୍ୟାୟ

Key Points

ଡାଇବେଟିସ ଚେକ୍ କରିବ ହେଲ୍ଥ ATM

ନିମାପଡା ସ୍ୱାସ୍ଥ୍ୟ ସେବାରେ ଯୋଡି ହେଲା ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଥର ପାଇଁ ପୁରୀ ଜିଲ୍ଲା ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡିଜିଟାଲ ହେଲ୍ଥ ଏଟିଏମ୍ ର ହେଲା ଶୁଭାରମ୍ଭ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଅତ୍ୟାଧୁନିକ ସ୍ୱୟଂ ଡିଜିଟାଲ ହେଲ୍ଥ ATMକୁ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।


ଏହି ମେସିନ ସ୍ଥାପନ ଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ଓ ଗ୍ରାମୀଣ ସ୍ବାସ୍ଥ୍ୟ ବିକାଶ କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସଦୃଶ୍ୟ ହେବ । ଲୋକେ ଏହି ମେଶିନରେ ଟିପ ରଖିଲେ ସେମାନଙ୍କ ହାର୍ଟ,ଡାଇବେଟିସ, କୋଲେଷ୍ଟ୍ରୋଲ, ରକ୍ତଚାପ, ଇସିଜି ସମେତ ବିଭିନ୍ନ ରୋଗର ପରୀକ୍ଷା ସହିତ ପ୍ରେସକ୍ରିପସନ୍ ମଧ୍ୟ ବାହାରି ପାରିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ଫଳରେ ସାଧାରଣ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହଜରେ ହୋଇପାରିବ । ଏହି ମେସିନ ସ୍ଥାପନ ଦ୍ୱାରା ନିମାପଡାର ସ୍ୱାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ ଯୋଡି ହେଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।


ଆଜିକାଲି ଘରେ ଘରେ ରୋଗୀ । ମାସକରେ ଅନକେ ଥର ଡାକ୍ତରଖାନା ଯିବାକୁ ପଡୁଛି । ଲମ୍ବା ଲାଇନ ଲଗେଇ ଚିକିତ୍ସା କରିବାକୁ ପଡୁଛି । ଏପରି ସ୍ଥଳେ ଏହି ହେଲ୍ଥ ଏଟିଏମ୍ ଲୋକଙ୍କୁ ବେଶ ସହାୟକ ହେବ । ଏନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Sponsored
for-the-first-time-in-the-state-digital-health-atm-was-launched-at-nimpara-group-health-center-puri-district | Argus News