Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ହେଡଫୋନକୁ ସାବଧାନ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ହେଡଫୋନକୁ ସାବଧାନ...

ଅର୍ଗସ ବ୍ୟୁରୋ:  କାନ ଖରାପ କରିଦେବ ହେଡଫୋନ। ଯାହାକୁ ନେଇ ଯୁବପିଢ଼ି ଚିନ୍ତା ପ୍ରକଟ କରିବା ଆବଶ୍ୟକ। କେତେ ସୁରକ୍ଷିତ ହେଡଫୋନ୍‌ । ଆଜିକାଲି ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ହେଡଫୋନ୍ କ୍ରେଜ୍ ଦେଖିବାକୁ ମିଳୁଛି । ବଜାରରେ ୱାୟାରଲେସ୍ ହେଡଫୋନ୍ ମଧ୍ୟ ଉପଲବ୍ଧ । ଅଫିସ୍ ମିଟିଂ, ପାଠପଢ଼ା, ପ୍ରୋଗ୍ରାମ ଇତ୍ୟାଦି ପାଇଁ ଏହା ବେଶ ଲାଭଦାୟକ ହୋଇଥାଏ । ସଙ୍ଗୀତର ମଜାକୁ ଦ୍ୱିଗୁଣିତ କରିବା ପାଇଁ ଅଧିକାଂଶ ହେଡଫୋନର ସାହାରା ନେଇଥାନ୍ତି । ବେଳେ ବେଳେ ଅଧିକ ସମୟ ପର୍ଯ୍ୟନ୍ତ ହେଡଫୋନରେ ଗୀତ ଶୁଣିଲେ ନଏଜ୍ ଇନଡ୍ୟୁସ୍‌ଡ ହିୟରିଂ ଲସ୍ ସମସ୍ୟା ଦେଖାଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହେଡଫୋନର ସର୍ବାର୍ଧିକ ଭଲ୍ୟୁମ୍ ୬୦% ରହିବା ଉଚିତ । ନଚେତ୍ ଏହା କାନ ପାଇଁ କ୍ଷତିକାରକ ହୋଇପାରେ ।


- ୱାୟାରଲେସ୍ ହେଡଫୋନ୍ କିଣିବା ସମୟରେ ଏହାର ବ୍ୟାଟେରୀ ଲାଇଫ୍ ଉପରେ ଧ୍ୟାନ ଦିଅନ୍ତୁ । ଦୀର୍ଘ ବ୍ୟାଟେରୀ ଲାଇଫ୍ ଥିବା ହେଡଫୋନ ଭ୍ରମଣ ଏବଂ ୱାର୍କଆଉଟ୍ ପାଇଁ ଉପଯୁକ୍ତ ଅଟେ ।

-ହେଡଫୋନ୍ ସବୁବେଳେ ସଫା କରନ୍ତୁ ଏବଂ ଏଥିପାଇଁ ବ୍ୟବହୃତ ହେଉଥିବା ସ୍ୱତନ୍ତ୍ର କେସ୍ ଭିତରେ ସୁରକ୍ଷିତ ରଖନ୍ତୁ । କୌଣସି ପ୍ରକାର ତରଳ ପଦାର୍ଥ ଠାରୁ ଦୂରେଇ ରଖନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-ଉତ୍ତମ ସାଉଣ୍ଡ୍ ଅନୁଭୂତି ପାଇଁ ସର୍ବଦା ହେଡଫୋନର ଫ୍ରିକ୍ୱେନ୍ସି ରେଞ୍ଜ୍‌, ବେସ୍ ଏବଂ ନଏଜ୍ କ୍ୟାନସେଲେସନ୍ ଫିଚର ଯାଞ୍ଚ୍ କରନ୍ତୁ ।

-ଆରାମଦାୟକ ଇୟର ପ୍ୟାଡ୍ ଥିବା ହେଡଫୋନ୍ ବ୍ୟବହାର କରନ୍ତୁ । ଖରାପ ଫିଟିଂ ଥିଲେ କାନ ସମସ୍ୟା ଦେଖାଦେଇପାରେ ।


ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

Sponsored
Headphones and hearing loss | Argus News