Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

Health Benefits / ତେନ୍ତୁଳି ଖାଇଲେ ମିଳିବ ଏହି ସବୁ ଫାଇଦା, ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·7 months ago·2 min read
ତେନ୍ତୁଳି ଖାଇଲେ ମିଳିବ ଏହି ସବୁ ଫାଇଦା, ଜାଣନ୍ତୁ...
Health Benefits

Key Points

ଆଜିକାଲି ବଜାରରେ ଭଳିଭଳିକା ତେନ୍ତୁଳି ପ୍ରସ୍ତୁତ ଜିନିଷ ମିଳିଲାଣି । ଡାକ୍ତର ମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ଉତ୍ତମ ସ୍ଵାସ୍ଥ୍ୟ ପାଇଁ ସବୁ ପ୍ରକାର ଖାଦ୍ୟ ଆମ ଶରୀର ପାଇଁ ଉପଯୋଗୀ ହୋଇଥାଏ । ପନିପରିବା, ଫଳମୂଳ ଭଳି ଖଟା ଜିନିଷ ମଧ୍ୟ ଆମର ଅନେକ ସ୍ଵାସ୍ଥ୍ୟ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

ଅଧିକାଂଶ ଲୋକଙ୍କର ଖଟା ଖାଇବା ଖୁବ ପସନ୍ଦ । ଏମିତିକି ସେମାନେ ଜୁସ୍ ହେଉ କିମ୍ବା ଚଟନି ଆକାରରେ ବି ସାମାନ୍ୟ ଖଟା କହିବାକୁ ଭଲ ପାଆନ୍ତି । ସେହପରି ତେନ୍ତୁଳି ଏକ ପ୍ରକାରର ଖଟା ଯାହାକୁ ସମସ୍ତେ ଖାଇବାକୁ ଇଚ୍ଛା କରନ୍ତି । ପିଲା ହୁଅନ୍ତୁ କି ବୁଢ଼ା, କି ସ୍ତ୍ରୀ ଲୋକ ସମସ୍ତଙ୍କର ତେନ୍ତୁଳି ଖୁବ ପସନ୍ଦ । ଆଜିକାଲି ବଜାରରେ ଭଳିଭଳିକା ତେନ୍ତୁଳି ପ୍ରସ୍ତୁତ ଜିନିଷ ମିଳିଲାଣି । ଡାକ୍ତର ମାନଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ତେନ୍ତୁଳିରେ ଭିଟାମିନ୍ ଏ, ଭିଟାମିନ୍ ସି, ଫାଇବର, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଭଳି ଅନେକ ଉପାଦାନ ରହିଥାଏ । ଯାହା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ତେନ୍ତୁଳି ଖାଇବା ଲାଭ ସମ୍ପର୍କରେ ଜାଣିବା ।

ତେନ୍ତୁଳି ରକ୍ତ ଅଭାବକୁ ପୂରଣ କରିବାରେ ଲାଭଦାୟକ । ଶରୀରରେ ରକ୍ତ ଅଭାବକୁ ପୂରଣ କରିବା ପାଇଁ, ଏହାକୁ ଖାଇବା ଉଚିତ୍ । କାରଣ ଏଥିରେ ଆଇରନ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ହୃଦୟ ବା ହାର୍ଟ ସୁସ୍ଥ ରଖିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କାରଣ ଫ୍ଲାଭୋନାଏଡ୍ ରହିଛି ତେନ୍ତୁଳି ଯାହା ଖରାପ କୋଲୋଷ୍ଟ୍ରୋଲକୁ ହ୍ରାସ କରିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ତେନ୍ତୁଳି ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ । ଏଥିରୁ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ହଜମ ପ୍ରକ୍ରିୟାକୁ ମଜବୁତ କରିବା ପାଇଁ ତେନ୍ତୁଳି ଖାଇବା ଅତ୍ୟନ୍ତ ଜରୁରୀ । କାରଣ ଏଥିରେ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ମଜବୁତ କରେ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ଵ ରହିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ଡ଼ାକ୍ତରମାନେ ତେନ୍ତୁଳି ଖାଇବାକୁ ପରାମର୍ଶ ଦେଇଥାଆନ୍ତି ।

ସୌନ୍ଦର୍ଯ୍ୟକୁ ବଢାଇବା ପାଇଁ, ଆମେ ମୁହଁରେ ବହୁତ କିଛି ବ୍ୟବହାର କରିଥାଉ । ଯାହା ଆମ ତ୍ବଚା ପାଇଁ ବେଷ୍ଟ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ଦୂର କରିଥାଏ । ଏଥିରେ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମର ଗଠନକୁ ସଜାଡ଼ିବାରେ ସାହାଯ୍ୟ କରିବ । ଯଦି ଏହି ସବୁ ସମସ୍ୟା ଦେଖାଦେଉଛି ତେବେ ତେନ୍ତୁଳି ଖାଆନ୍ତୁ ।

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Benefits | Health Benefits of Eating Tamarind: Know These Amazing Advantages | Argus News