Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

Health Benefits / ଉପକାରୀ ମହୁ, ଖାଇଲେ ହେବନି ଏହି ସମସ୍ୟା...

Banajyotshna Ray
Browse all articles by Banajyotshna Ray
·8 months ago·3 min read
ଉପକାରୀ ମହୁ, ଖାଇଲେ ହେବନି ଏହି ସମସ୍ୟା...

Key Points

ଔଷଧୀୟ ଗୁଣରେ ଭରପୁର ମହୁ, ସେବନ କଲେ ମିଳିବ ଜବରଦସ୍ତ ଫାଇଦା
ମହୁରେ ଅନେକ ଉପକାରୀ ଗୁଣ ଭରି ରହିଛି। ଯଦି ଆପଣ କଫଜନିତ ସମସ୍ୟା ସହ ଜଡ଼ିତ ତେବେ ମହୁ ଖାଇଲେ ଏଥିରୁ ଉପଶମ ମିିଳିଥାଏ। ସକାଳୁ ଉଠିବା ପରେ ବାସିପାଣିରେ ଦୁଇବୁନ୍ଦା ମହୁ ମିଶାଇ ପିଇଲେ ମେଦବହୁଳତା ପରି ସମସ୍ୟା ଦୂର ହୋଇଥାଏ। ଗୋଟିଏ କଥା, ଉଷ୍ମ ପଦାର୍ଥ ସହ ମହୁ କିମ୍ବା ଉଷୁମ ମହୁ ଖାଆନ୍ତୁ ନାହିଁ। ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ମହୁ ଖାଇଲେ ତାହାଦ୍ୱାରା ଦୃଷ୍ଟି ଶକ୍ତି ପ୍ରଖର ହୋଇଥାଏ। ମହୁ ଶରୀର ପାଇଁ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଏହା କୋଲେଷ୍ଟରଲକୁ ସନ୍ତୁଳିତ ରଖିଥାଏ। ଲୋ ବ୍ଲଡ୍‌ପ୍ରେସରକୁ ମହୁ କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ମହୁକୁ ଦଂଶନ ସ୍ଥାନରେ ଲଗାଇଲେ ଯନ୍ତ୍ରଣାରୁ କେତେକାଂଶରେ ଉପଶମ ମିଳିଥାଏ। ନିୟମିତ ମହୁ ଖାଇଲେ ତାହା ପାଚନ କ୍ରିୟାକୁ ସକ୍ରିୟ ରଖିଥାଏ।

ମହୁ କେବଳ ସ୍ୱାଦ ପାଇଁ ନୁହଁ ସ୍ବାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ମହୁ । କେବଳ ସେତିକି ନୁହେଁ ମହୁକୁ ମୁହଁରେ ଲଗାଇଲେ ମଧ୍ୟ ଖୁବ ଭଲ ଫାଇଦା ମିଳିଥାଏ। ଆୟୁର୍ବେଦ ଅନୁସାରେ ମହୁକୁ ସ୍ବାସ୍ଥ୍ୟର ଭଣ୍ଡାର ବୋଲି ବିବେଚନା କରାଯାଏ । କେବଳ ସୁସ୍ଥ ରଖି ନଥାଏ ବରଂ ଏହା ସୁନ୍ଦରତା ବଜାୟ ରଖିବା ପାଇଁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତେଣୁ ସୁସ୍ଥ ଏବଂ ସୁନ୍ଦର ରହିବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ମହୁ ଖାଇବାର ଅଭ୍ୟାସ କରନ୍ତୁ । ତେବେ ଶୀତ ଋତୁରେ ମହୁ ସେବନର ଫାଇଦା ବିଷୟରେ ଆସନ୍ତୁ ଜାଣିବା । ଯାହାକୁ ଏକ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଏଥିରେ ଅନେକ ଗୁଣ ରହିଛି ଯାହା ଅନେକ ଗମ୍ଭୀର ସମସ୍ୟାକୁ ଦୂର କରିଥାଏ । ଶୀତ ଦିନ ପାଇଁ ମହୁ ସେବନ ଖୁବ୍ ଲାଭକାରୀ ବୋଲି ପ୍ରମାଣିତ ହୋଇ ଆସୁଅଛି ।

ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ସାଧାରଣତଃ ଶୀତଦିନେ ଆମ ଦେହ ଶୁଖିଲା ଦିଶିଥାଏ । ତେଣୁ ଶୀତଦିନରେ ମହୁକୁ ମୁହଁରେ ହାଲୁକା ମସାଜ କରିବା ପରେ ପାଣିରେ ଧୋଇଦିଅନ୍ତୁ । ଯାହା ଏକ ନେଚୁରାଲ ମଶ୍ଚରାଇଜର ଭଳି କାମ କରିବ । ଏହା ବ୍ୟତୀତ ଦାଗ ଏବଂ ଡ଼୍ରାଏନେସକୁ ମଧ୍ୟ କମ କରିବାରେ ସାହାର୍ଯ୍ୟ କରିବ । ଚେହେରାରେ ତୋଫାପଣ ସହ, ଏଣ୍ଟି ଏଜିଙ୍ଗ ସମସ୍ୟାର ସମାଧାନ କରିଥାଏ । ଏହି ସବୁ ସମସ୍ୟା ଥିଲେ ମହୁ ସେବନ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।ମହୁରେ ଗ୍ଳୁକୋଜ, ଆଇରନ୍, ଫସଫେଟ୍, ସୋଡ଼ିୟମ୍, କ୍ଳୋରିନ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଆଦି ଭରପୁର ମାତ୍ରାର ରହିଥାଏ । ଯାହା ଶରୀରକୁ ବ୍ୟାକ୍ଟେରିଆଠାରୁ ରକ୍ଷା କରିଥାଏ । ଏହାସହ ଏଥିରେ ଆଣ୍ଟିବ୍ୟାକ୍ଟେରିଆ, ଏଣ୍ଟିବାୟୋଟିକ୍, ଭିଟାମିନ୍ ବି୧ ଏବଂ ବି୧୬ ମଧ୍ୟ ଭରପୁର ମାତ୍ରାରେ ରହିଛି । ଯାହା ତ୍ବଚାର ଚମକ ବଜାୟ ରଖିବା ସହ ସୁନ୍ଦରତା ବଢ଼ାଇବାରେ ସାହାଯ୍ୟ କରିଥାଏ ।

ଯଦି ଆପଣ ପାଚନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ବ୍ରେକଫାଷ୍ଟ ପୂର୍ବରୁ ଉଷୁମ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ମହୁ ମିଶାଇ ସେବନ କରିବା ଉଚିତ୍ । ଯାହା ଆପଣଙ୍କୁ ପାଚନ ଜନିତ ସମସ୍ୟାରୁ ଆରାମ ଦେବ । ଏତିକି ନୁହେଁ ବରଂ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଯାହା ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । ମହୁ ଭୋକ ନିୟନ୍ତ୍ରିତ ରଖିବାରେ ସହାୟକ ହୋଇଥାଏ। ଦୈନିକ ସକାଳେ ପାଣିରେ ଏକ ଚାମୁଚ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ମେଦ ହ୍ରାସ ହେବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିବ ।

ଯଦି କାଶ ଲଗାତାର ହେଉଛି ତେବେ ଏଥିପାଇଁ ମହୁ ବେଷ୍ଟ ହୋଇଥାଏ । ମହୁରେ ଥିବା ଆଣ୍ଟି ଇମଫ୍ଲୋମେଣ୍ଟାରୀ ଗୁଣ କାଶକୁ ରୋକିବାରେ ସହାୟକ କରିଥାଏ । ହଳଦୀ ଏବଂ ଅଦା ରସ ସହିତ ଗୋଟିଏ ଚାମଚ ମହୁ ମିଶାଇ ଦିନକୁ ୩ ଥର ଖାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଛଡ଼ା ବ୍ୟାୟାମ କରିବା ପୂର୍ବରୁ ଏକ ଚାମୁଚ ମହୁ ଖାଇଲେ ଥକାପଣକୁ ଦୂର କରେ । ଆପଣ ଚା’ରେ ଚିନି ବଦଳରେ ମହୁର ମଧ୍ୟ ବ୍ୟବହାର କରିପାରିବେ। ମହୁର ସେବନ କରିବା ଦ୍ୱାରା ରକ୍ତରେ ପଲିଫୋନିକ୍ ଏଣ୍ଟିଅକ୍ସିଡ଼େନ୍ସର ମାତ୍ରା ବଢ଼ିଥାଏ । ଯାହା ଦ୍ବାରା ହୃହରୋଗର ଆଶଙ୍କାକୁ କମ୍ କରିଥାଏ । କୋଲେଷ୍ଟ୍ରୋଲ ଥିବା ବ୍ୟକ୍ତିଙ୍କୁ ମହୁ ଖାଇବାକୁ ମଧ୍ୟ ଅନେକ ସମୟରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ଏଥିସହ ଭଲ ନିଦ ପାଇଁ ମଧ୍ୟ ସହାୟକ ହୋଇଥାଏ ମହୁ। ଯେଉଁ ବ୍ୟକ୍ତିଙ୍କର ନିଦ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ସେମାନେ ରାତିରେ ଉଷୁମ କ୍ଷୀରରେ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ଏହାର ତୁରନ୍ତ ଉପଚାର ମିଳିବ ।

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Health Benefits | Health Benefits of Honey | Argus News | Argus News