Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ହାର୍ଟ ଆଟାକ୍ ନା ଗ୍ୟାଷ୍ଟ୍ରିକ ସମସ୍ୟା, କେମିତି ଚିହ୍ନିବେ ଫରକ, ଜାଣନ୍ତୁ...

Swoyang prajna Mishra
Browse all articles by Swoyang prajna Mishra
·11 months ago·3 min read
ହାର୍ଟ ଆଟାକ୍ ନା ଗ୍ୟାଷ୍ଟ୍ରିକ ସମସ୍ୟା, କେମିତି ଚିହ୍ନିବେ ଫରକ, ଜାଣନ୍ତୁ...

Key Points

ଆପଣଙ୍କର ବି ଛାତିରେ ଯନ୍ତ୍ରଣା ହେଉଛି କି ?
ଶରୀରରେ ଥକ୍କାପଣ ଅନୁଭବ କରୁଛନ୍ତି କି ?
ବାମ କିମ୍ବା ଡାହାଣ ହାତ ବିନ୍ଧା ହେଉଛି କି ?
ଜାଣନ୍ତୁ ପ୍ରକୃତରେ ଏହା ଗ୍ୟାସ୍ ନା ହାର୍ଟ ଆଟାକ୍

ଜଣେ ବ୍ୟକ୍ତିଙ୍କର ଅଚାନକ ଛାତିରେ ଯନ୍ତ୍ରଣା ହେବାକୁ ଲାଗିଲା । ଆଉ ସେ ସଙ୍ଗେସଙ୍ଗେ ହସ୍ପିଟାଲ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ କହିଥିଲେ, ଯେ ଅତ୍ୟଧିକ ଗ୍ୟାସ ହେବା ଯୋଗୁଁ ତାଙ୍କର ଛାତିରେ ଯନ୍ତ୍ରଣା ହେଉଛି । ଯାହାକୁ ନେଇ ବ୍ୟକ୍ତିଜଣକ ଆଶ୍ଵସ୍ତି ଅନୁଭବ କରିଥିଲେ । ଆମ ସମସ୍ତଙ୍କ କ୍ଷେତ୍ରରେ ଏମିତି ସମସ୍ୟା ହେଇଥାଏ । ସାମାନ୍ୟ ଛାତି ଯନ୍ତ୍ରଣା ହେଲେ ଆମେ ତାହାକୁ ହାର୍ଟ ଆଟାକ୍ ହେବାର ସମ୍ଭାବନା ବୋଲି ଧରି ନେଇଥାନ୍ତି । ଆଉ ହାର୍ଟ ଆଟାକ୍ ହେଲେ ମଧ୍ୟ ଛାତିରେ ଯନ୍ତ୍ରଣା ହୋଇଥାଏ । କିନ୍ତୁ ପ୍ରକୃତରେ କେଉଁ ଲକ୍ଷଣ ଦେଖାଗଲେ ଆପଣ ହାର୍ଟ ଆଟାକ୍ ବୋଲି ଧରିବେ ଆଉ କେଉଁ ଲକ୍ଷଣ ଥିଲେ ତାହା ଗ୍ୟାସ ବୋଲି ଚିହ୍ନଟ କରିପାରିବେ , ତାହା ଉପରେ ଆସନ୍ତୁ ଜାଣିବା ।

ଡାକ୍ତରଙ୍କ ମତ ଅନୁଯାୟୀ , ହାର୍ଟ ଆଟାକ୍ ହେଲେ ଏହା ଉଭୟ ଡାହାଣ ଛାତି ଏବଂ ବାମ ଛାତିରେ ଯନ୍ତ୍ରଣା ହୋଇଥାଏ । ଏବଂ ଛାତିର ମଧ୍ୟଭାଗରେ ମଧ୍ୟ ହୋଇଥାଏ । ଏଥିସହ ବାମହାତ ଡାହାଣ ହାତ ମଧ୍ୟ ଯନ୍ତ୍ରଣା ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଏପରି ଯନ୍ତ୍ରଣା ହେବାସହ ଦେହରେ ଝାଳ ବୋହିବା ଆରମ୍ଭ କରେ , ଛାତିର ସ୍ପଦନ ବଢିଯାଏ, ଭୟ ଲାଗିବା ଆରମ୍ଭ ହୁଏ, ଅଣନିଶ୍ଵାସୀ ଲାଗିଥାଏ , ତେବେ ଏହି ସମସ୍ତ ଲକ୍ଷଣ ହାର୍ଟ ଆଟାକ୍ ଆସିବାର ।

ଏହା ବ୍ୟତୀତ ହାର୍ଟ ଆଟାକ୍‌ରେ ରୋଗୀଙ୍କଠାରେ ଆହୁରି ୩ ପ୍ରକାରର ଯନ୍ତ୍ରଣା ଦେଖିବାକୁ ମିଳିଥାଏ । କିଛିଜଣଙ୍କ ଛାତିରେ ଏପରି ଯନ୍ତ୍ରଣା ହୋଇଥାଏ, ଯେମିତି ଛାତିରେ କିଏ ଓଜନଦାର ବା ଭାରୀ ବସ୍ତୁ ରଖିଦେଇଛି । ଏହି ଓଜନ ୫୦ କିଲୋ ପାଖାପାଖି ରୋଗୀକୁ ଅନୁଭବ ହୋଇଥାଏ । ସେହିପରି ଆଉ କାହାକୁ ଲାଗିଥାଏ, ଯେମିତି ଛାତିକୁ କେହିଜଣେ ରଶିରେ ଖୁବ୍‌ ଜୋରରେ ବାନ୍ଧି ଦେଇଛି । ଆଉ କିଛି ବ୍ୟକ୍ତିଙ୍କ ଛାତିରେ ଜ୍ଵଳନ ହେବାଭଳି ଅନୁଭବ ହୋଇଥାଏ । ଏହି କ୍ଷେତ୍ରରେ କିଛି ରୋଗୀ ଏହାକୁ ଗ୍ୟାସ୍ ବୋଲି ଧରି ନିଅନ୍ତି । କିନ୍ତୁ ପ୍ରକୃତରେ ଏହା ହାର୍ଟ ଆଟାକ୍‌ ର ଲକ୍ଷଣ ହୋଇଥାଏ ।

କେମିତି ଜାଣିବେ ଗ୍ୟାସ ଏବଂ ହାର୍ଟ ଆଟାକ୍‌ ମଧ୍ୟରେ ଫରକ୍

ଗ୍ୟାସ ହେଲେ ମଧ୍ୟ ଛାତିରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ । କିନ୍ତୁ ଗ୍ୟାସରେ ବାମହାତ କିମ୍ବା ଡାହାଣ ହାତରେ କୌଣସି ଯନ୍ତ୍ରଣା ହୋଇନଥାଏ । କିମ୍ବା ଯନ୍ତ୍ରଣା ଗଳାରେ ମଧ୍ୟ ହୋଇନଥାଏ । କିନ୍ତୁ ହାର୍ଟ ଆଟାକ୍‌ରେ ଗଳାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଏଥିସହ ଗ୍ୟାସରେ ଛାତିରେ ଯନ୍ତ୍ରଣା ଅନୁଭବ ହେଲେ ଦେହରୁ ଖୁବ କମ ଝାଳ ବାହାରିଥାଏ । କିନ୍ତୁ ହାର୍ଟ ଆଟାକ୍ ଆସିଲେ ଅଧିକ ଝାଳ ବାହାରିଥାଏ । ଠିକ ସେମିତି ଗ୍ୟାସରେ ଛାତିର ସ୍ପନ୍ଦନର ବେଗ ମଧ୍ୟ ଅଧିକ ତେଜ ହୋଇନଥାଏ । ଏଥିରେ କେବଳ ପେଟ ଫୁଲିବା ଭଳି ଲକ୍ଷଣ ଦେଖା ଦେଇଥାଏ । ଗ୍ୟାସ୍‌ ହେଲେ ପେଟର ଏସିଡ୍ ଖାଦ୍ୟ ନଳୀରେ ପଶି ଛାତିରେ ଜ୍ଵଳନ ସୃଷ୍ଟି କରିଥାଏ ।

ଯଦି ଛାତିରେ ଜ୍ବଳନ ଅନେକ ଥର ପୂର୍ବରୁ ହୋଇଥାଏ , ତେବେ ଏହା ଗ୍ୟାସର ଲକ୍ଷଣ । କିନ୍ତୁ ଯଦି ଥରେ କିମ୍ବା ଅଚାନକ ଏହି ଜ୍ଵଳନ ହୋଇଥାଏ, ତେବେ ଏହା ହାର୍ଟ ଆଟାକ୍‌ର ଲକ୍ଷଣ ଅଟେ ।
ତେବେ ଯଦି ଆପଣଙ୍କର ଗ୍ୟାସ ସମସ୍ୟା ଅଛି, ତେବେ ନିଜ ପାଖରେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ , ଇନୋ କିମ୍ବା ସିରପ ଇମରଜେନ୍ସି ଭାବେ ରଖିଥାନ୍ତୁ । ସେହିପରି କେବେ କେବେ ଯଦି ଆପଣଙ୍କ ଘରେ କାହାକୁ ହଠାତ ହାର୍ଟ ଆଟାକ୍ ଆସିବା ଭଳି ସମସ୍ୟା ହେଉଛି, ଏବଂ ସ୍ଥିତି କାର୍ଡିଆକ୍ ଆରେଷ୍ଟ ପର୍ଯ୍ୟନ୍ତ ପହଞ୍ଚୁଛି, ରୋଗୀଜଣକ ସଙ୍ଗେସଙ୍ଗେ ବେହୋସ ହୋଇ ପଡୁଛନ୍ତି, ତେବେ ତୁରନ୍ତ ତାଙ୍କୁ CPR ଟ୍ରିଟମେଣ୍ଟ ବା ଛାତିକୁ ଖୁବ ଜୋରରେ ଦବାଇବାରେ ଲାଗନ୍ତୁ । ଏହାଦ୍ଵାରା ରୋଗୀ ତୁରନ୍ତ ନିଶ୍ଵାସ ଫେରି ପାଇଥାନ୍ତି ।
ତେଣୁ ଯଦି ଛାତିରେ କେବେ ବି ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହାକୁ ହାଲକାରେ ନନେଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ । କେଉଁ ଲକ୍ଷଣ ପାଇଁ ଏପରି ଅନୁଭବ ହେଉଛି, ତାହା ଜାଣିବା ନିଶ୍ଚିନ୍ତ ଜରୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heart attack or gastric problem, how to tell the difference, know | Argus News