ଥଣ୍ଡା, କାଶ ହେଲେ ଘରୋଇ ଉପଚାର

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ପାଣିପାଗର ପରିବର୍ତ୍ତନ ଯୋଗୁଁ ଉଭୟ ଥଣ୍ଡା, କାଶ ବଢିବାରେ ଲାଗିଛି । କିଛି ଲୋକଙ୍କଠାରେ କାଶ ଏତେ ବଢିଯାଏ ଯେ କାଶ ହେତୁ ସେମାନଙ୍କର ଛାତି ଯନ୍ତ୍ରଣା କରିଥାଏ । ଯଦି ଆପଣ ମଧ୍ୟ କାଶ ଏବଂ ଥଣ୍ଡା ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଔଷଧ ଖାଇବା ସହ କିଛି ଘରୋଇ ଉପଚାର ଆପଣାଇବା ଉଚିତ୍ । ଏହି ଘରୋଇ ଉପଚାର ଆପଣଙ୍କ କାଶ ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଦୂର କରିପାରିବ ।
ଗରମ ପାଣି ଗାର୍ଗଲିଂ
କାଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଦିନକୁ 2-4 ଥର ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗଲିଂ କରିବା ଉଚିତ୍ । ଗାର୍ଗଲିଂ କେବଳ ଆପଣଙ୍କ କାଶକୁ ଭଲ କରିବ ନାହିଁ ବରଂ ଆପଣଙ୍କ ଗଳାରେ ଜମା ହୋଇଥିବା ମଇଳାକୁ ମଧ୍ୟ ଦୂର କରିବ । ପୂର୍ବ ସମୟରୁ, ଥଣ୍ଡା କିମ୍ବା କାଶରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଥିଲା ।
ହଳଦୀ କ୍ଷୀର
ଗରମ କ୍ଷୀର ସହିତ ହଳଦୀ ମିଶାଇ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା କାଶ ସମସ୍ୟାରୁ ବହୁତ ଆରାମ ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଅନ୍ତୁ କିଛି ଦିନ ପରେ ଏହାର ସକରାତ୍ମକ ପ୍ରଭାବ ଦେଖିବେ । ହଳଦୀରେ ମିଳୁଥିବା ସମସ୍ତ ଔଷଧୀୟ ଗୁଣ ଏହି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।
📱 Get Argus News App
✨ଗୋଲମରିଚ-ମହୁ
ଆୟୁର୍ବେଦ ଅନୁଯାୟୀ ଗୋଲମରିଚ-ମହୁ ଆପଣଙ୍କ କାଶକୁ ବହୁତ ମାତ୍ରାରେ କମ୍ କରିପାରେ । ୨ ଚାମଚ ଗୋଲମରିଚକୁ ନେଇ ମହୁ ସହିତ ମିଶାଇ ଚୋବାଇବା ଦ୍ୱାରା ଗଳାରେ ଥିବା ଜୀବାଣୁ ମରିଯାଏ । ଗଳା ଯନ୍ତ୍ରଣା ଏବଂ କାଶରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାର ଦିନକୁ ଦୁଇଥର ବ୍ୟବହାର କରିପାବେ ।
ଅଦା
କାଶ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଦା ମଧ୍ୟ ବ୍ୟବହାର କରିପାରିବେ । ଆପଣ ଅଦାକୁ ଖଣ୍ଡକୁ ପାଟିରେ ରଖି ଟିକେ ଟିକେ ଖାଇପାରିବେ । ଯଦି ଆପଣ କଞ୍ଚା ଅଦା ଚୋବାଇ ପାରିବେ ନାହିଁ, ତେବେ ଆପଣ ଅଦା ଚା ପିଇ କାଶରୁ ଆରାମ ପାଇପାରିବେ ।