Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସିଗାରେଟ ପାଇଁ କେତେ ଲୋକଙ୍କର ଜୀବନ ଯାଉଛି ?

Health & Wellness

ସିଗାରେଟ ପାଇଁ କେତେ ଲୋକଙ୍କର ଜୀବନ ଯାଉଛି ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ସିଗାରେଟ ପାଇଁ କେତେ ଲୋକଙ୍କର ଜୀବନ ଯାଉଛି ?

Key Points

ଥରେ ସିଗାରେଟ ଟାଣିଲେ କେତେ ଦିନ କମେ ଆୟୁଷ ?

ସିଗାରେଟ ପାଇଁ କେତେ ଲୋକଙ୍କର ଯାଉଛି ଜୀବନ ?

ସିଗାରେଟ ଟାଣିଲେ କେଉଁ ରୋଗ ହେବାର ସମ୍ଭାବନା ଅଧିକ ?

କେମିତି ସିଗାରେଟ ଛାଡିବେ ?

ଅର୍ଗସ୍‌ ବ୍ୟୁରୋ : ମାନସିକ ଅବସାଦ ହେଉକି ନିଶା, କିମ୍ବା ନିଜକୁ ଟିକେ ସତେଜ କରିବା ବାହାନାରେ ପ୍ରତିଦିନ ସିଗାରେଟ ଟାଣିବା କିଛି ଲୋକଙ୍କର ଗୋଟିଏ ଅଭ୍ୟାସ ଥାଏ। କେହିକେହି କଥାରେ କଥାରେ କୁହନ୍ତି ସିଗାରେଟ ନଟାଣିଲେ ମାନସିକ ସ୍ଥିତି ଭଲ ରୁହେନି । ସିଗାରେଟ ଟାଣିବା ସ୍ବାସ୍ଥ୍ୟପାଇଁ ହାନିକାରକ ଜାଣିବା ପରେ ବି କିଛି ଲୋକ ସିଗାରେଟ ଟାଣନ୍ତି। ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ଏହି ଖବରଟି ବେଶ ଗୁରୁତ୍ବପୂର୍ଣ୍ଣ ହୋଇପାରେ


ଥରେ ସିଗାରେଟ ଟାଣିଲେ କେତେ ଦିନ କମେ ଆୟୁଷ ?


ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକ ଗବେଷଣାରୁ ଜଣା ପଡିଛି ଥରେ ସିଗାରେଟ ଟାଣିଲେ ୨୨ ମିନିଟ କମୁଛି ଆୟୁଷ। ଏକଥା ଆମେ କହୁନୁ , ୟୁନିଭରସିଟି କଲେଜ ଲଣ୍ଡନ (UCL) କରିଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଥରେ ସିଗାରେଟ ଟାଣିଲେ ଜଣେ ମହିଳାଙ୍କର ୨୨ ମିନିଟ୍ ଏବଂ ପୁରୁଷର ୧୭ ମିନିଟ୍ ଆୟୁଷ କମୁଛି । ଥରେ ଭାବନ୍ତୁ, ମନେ କରାଯାଉ ଜଣେ ଯଦି ଦିନକୁ ୧୦ ଟି ସିଗାରେଟ ଟାଣୁଛି ତାର ଆୟୁଷ କେତେ ଘଣ୍ଟା କମୁଥିବ ? ପାଖାପାଖି ୩ ଘଣ୍ଟାରୁ ଅଧିକ । ସେହିଭଳି ୨୦ ମିନିଟ୍ ହିସାବକୁ ନିଆଯାଏ ଜଣେ ଦିନକୁ ଯଦି ୧୦ ଟି ଲେଖାଏଁ ସିଗାରେଟ ୧୦ ବର୍ଷ ପର୍ଯ୍ୟନ୍ତ ଟାଣୁଛି , ତେବେ ତାର ଆୟୁଷ ୫୦୦ ଦିନ କମୁଛି। ପୂର୍ବରୁ ୨୦୦୦ ମସିହାରେ କାର୍ଲ୍ଲିଫନିଆ ୟୁନିଭରସିଟିର ଏକ ଗବେଷଣାରୁ ଗୋଟେ ସିଗାରେଟ ଟାଣିଲେ ୧୧ ମିନିଟ ଆୟୁଷ କମୁଥିଲା ବୋଲି କୁହାଯାଉଥିଲା । ବିଦ୍ର : ଧୁମ୍ରପାନ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ବୟସକୁ ଆଧାର କରି ଏହି ତଥ୍ୟ ପ୍ରକାଶ କରାଯାଏ


ସିଗାରେଟ ପାଇଁ କେତେ ଲୋକଙ୍କର ଯାଉଛି ଜୀବନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତରେ ଜଣେ ମଣିଷ ୭୦ ବର୍ଷ ବଞ୍ଚିବ ବୋଲି ଧରାଯାଏ। ୫୦ ବର୍ଷ ପରେ ବାର୍ଦ୍ଧକ୍ୟ ଆରମ୍ଭ ହୁଏ। ଏହାର ଅର୍ଥ ଯଦି ଜଣେ ଧୁମ୍ରପାନ, ତମାଖୁ ସେବନ ଠାରୁ ଦୂରେଇ ରହୁଛି ତେବେ ୬୦ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ରହିବାର ପ୍ରତିଶତ ବଢିଯିବ। ତମାଖୁ , ମାଦକ ଦ୍ରବ୍ୟ ସେବନ କଲେ ୫୦ ବର୍ଷ ବୟସ ବି ୬୦ ବର୍ଷ ଭଳି ପ୍ରଭାବ ପକାଇବ। ବିଶ୍ବସ୍ବାସ୍ଥ୍ୟ ସଂଗଠନ WHO ର ରିପୋର୍ଟ ଅନୁସାରେ ସିଗାରେଟ୍‌ ଟାଣିବା ଯୋଗୁ ପ୍ରତିବର୍ଷ ବିଶ୍ବରେ ୮୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଭାରତରେ ୧୦ ଲକ୍ଷ ଲୋକଙ୍କର ଜୀବନ ଯାଉଛି। ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ତମାଖୁ ସେବନ ପାଇଁ ଯାଉଛି


ସିଗାରେଟ ଟାଣିଲେ କେଉଁ ରୋଗ ହେବାର ସମ୍ଭାବନା ଅଧିକ ? ୧୦ ରୁ ଅଧିକ ପ୍ରକାରର କ୍ୟାନସର, ହୃଦରୋଗ ସମସ୍ୟା, ଆସ୍ଥମା, ଅଳ୍ପ ବୟସ ଆଗରୁ ମୃତ୍ୟୁ, ଉଚ୍ଚ ରକ୍ତଚାପ, ଡାଇବେଟିସ ଭଳି ରୋଗ ଦେଖାଦେଇପାରେ। ସିଗାରେଟରେ ଅଧିକମାତ୍ରାରେ ରାୟାୟନିକ ତତ୍ବ ଓ ନିକୋଟିନ୍ ରହିଥାଏ। ଯେଉଁ ରାସାୟନିକ ପଦାର୍ଥ ଆମ ମାନସିକ କ୍ରିୟାଶୀଳ ଓ ସ୍ନାୟୁ ଚଳାନାକୁ ନିୟନ୍ତ୍ରଣ କରିଥାଏ । ଯାହା ଆମକୁ ରିଲାକ୍ସ ମୋଡ୍‌କୁ ନେଇଯାଏ


କେମିତି ସିଗାରେଟ ଛାଡିବେ ? ପ୍ରତିଟି ମଣିଷ ପାଇଁ ଦୈନନ୍ଦିନ ଅଭ୍ୟାସ ବଦଳାଇବା ଏତେ ସହଜ ନୁହେଁ। ଅଭ୍ୟାସ ବଦଳାଇବା ପାଇ ପ୍ରଥମେ ପ୍ରଥମେ କଷ୍ଟଲାଗେ। ପରେ ତାହା ବଦଳି ନୂଆ ଏକ ଧାରା ସୃଷ୍ଟିହୁଏ। ଏହା ମଣିଷର ପ୍ରକୃତିଗତ ଅଭ୍ୟାସ ବୋଲି କୁହାଯାଇପାରେ। ଯେଉଁ ସମୟରେ ମନ ଧୁମ୍ରପାନ କରିବାକୁ ଚାହୁଁଛି, ସେହି ସମୟରେ ଆପଣଙ୍କୁ ଭଲ ଲାଗୁଥିବା କାର୍ଯ୍ୟ, ଗପ ପଢିବା, ଗୀତ ଦେଖିବା, ନିଜକୁ ଭଲ ଲାଗୁଥିବା କିଛି ଖାଦ୍ୟ ଖାଇ ସମୟ ଅତିବାହିତ କରିପାରିବା। ଏମିତି କଲେ ଧିରେଧିରେ ଅଭ୍ୟାସ ବଦଳିଯିବ

Sponsored
how-many-people-are-losing-their-lives-because-of-cigarettes | Argus News