ଶୀତଦିନେ, କେବଳ ଏହି ୪ଟି ଯୋଗାସନ କଲେ ମିଳିବ ୟୁରିକ ଏସିଡରୁ ମୁକ୍ତି...

ଶୀତଦିନରେ ପ୍ରାୟତଃ ୟୁରିକ ଏସିଡ ସମସ୍ୟା ଅଧିକ ଦେଖାଯାଇଥାଏ। କିଛି ବ୍ୟକ୍ତି ୟୁରିକ ଏସିଡ ବଢ଼ିବା ଯୋଗୁ ବହୁ କଷ୍ଟ ପାଇଥାନ୍ତି। ଆଉ ଏହି ଯନ୍ତ୍ରଣାକୁ ବରଦାସ୍ତ କରିବା ଏକପ୍ରକାର କଷ୍ଟସାଧ୍ୟ। ଏହି ରୋଗ ହେଲେ ଉକ୍ତ ବ୍ୟକ୍ତିଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିଥାଏ। କିନ୍ତୁ ମେଡିସିନ ଖାଇଲେ ବି ଏହି ଏହି ସମସ୍ୟାରୁ ଉପଶମ ମିଳି ନ ଥାଏ। ଥଣ୍ଡା ଦିନ ଆସିଲେ ୟୁରିକ ଏସିଡ ଥିବା ବ୍ୟକ୍ତି ରାତି ସାରା ଶୋଇପାରନ୍ତିନି। ଏମିତିରେ ଆମେ ଆପଣଙ୍କୁ କିଛି ଏମିତି କିଛି ଟିପ୍ସ ଦେବୁ ଯାହାକି ଆପଣଙ୍କୁ ନିଶ୍ଚିତ ଆରାମ ପ୍ରଦାନ କରିବ। ଯଦି ଆପଣ ନିୟମିତ ଏହି ଯୋଗାସନ କରନ୍ତି ତେବେ ଆପଣ ଖୁବଶୀଘ୍ର ଏହି ରୋଗରୁ ମୁକ୍ତି ପାଇପାରିବେ। ସେମିତିରେ ଯଦି ଆପଣ ଯୋଗ କିମ୍ବା ପ୍ରାଣାୟମ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆମେ ଆପଣଙ୍କୁ ୪ଟି ଯୋଗାସନ ଜଣାଇବୁ ଯାହା ୟୁରିକ ଏସିଡ ଭଳି ରୋଗକୁ କମ କରିବାରେ ସହାୟକ ହେବ।
ବୃକ୍ଷାସନ: ଯୋଗରେ ଏହି ଆସନ ଶରୀରକୁ ସନ୍ତୁଳିତ କରିବାସହ ଶରୀରରେ ଥିବା ମେଟାବୋଲିଜିମ ବଢ଼ାଇବାରେ ସାହାଯ୍ୟ କରେ। ଯେଉଁଥିରେ ୟୁରିକ ଏସିଡର ସ୍ତର କମ ହୋଇଥାଏ। ବୃକ୍ଷାସନ ବା ଟ୍ରି ପୋଜ ଯୋଗ ଗୋଟିଏ ଗୋଡରେ ଛିଡ଼ା ହୋଇ ଏହି ଆସନ କରାଯାଏ। ଏହି ଆସନ ସନ୍ତୁଳନ, ସ୍ଥିରତା ଏବଂ ଧ୍ୟାନକୁ ବଢ଼ାଇଥାଏ। ଏହା ଏକ ପ୍ରତିଷ୍ଠିତ ଯୋଗ ମୁଦ୍ରା ଅଟେ।
📱 Get Argus News App
✨ପବନମୁକ୍ତାସନ: ଏହି ଆସନ ପାଚନ ତନ୍ତ୍ରକୁ ଶକ୍ତିଶାଳୀ କରିବାସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ଏଥିରେ ୟୁରିକ ଏସିଡର ସ୍ତର କିଛି ମାତ୍ରାରେ କମ ହୋଇଥାଏ। ଏହି ଆସନରେ ପ୍ରଥମେ ଚଟାଣରେ ଏକ ମ୍ୟାଟ ପକାନ୍ତୁ ଏହାପରେ ପିଠିର ସାହାଯ୍ୟରେ ଭୂଇଁରେ ଶୋଇପଡ଼ନ୍ତୁ। ଏହାପରେ ନିଜର ଗୋଡ ଏବଂ ଗୋଇଠିକୁ ଆଗକୁ ଆଣନ୍ତୁ ଆଉ ହାତକୁ ଛାତି ଉପରେ ନମସ୍କାର ଭଳି ମୁଦ୍ରାରେ ରଖନ୍ତୁ। ଏହାପରେ ବାମ ଗୋଡକୁ ଛାତି ଆଡକୁ ଅଣନ୍ତୁ। ଏହି ଆସନ କଲେ ଆପଣ ନିଜେ ଅନୁଭବ କରିବେ ଯେ ଆପଣଙ୍କୁ କିଛି ଦିନ ମଧ୍ୟରେ ରିଲାକ୍ସ ଲାଗିବ।
ଭୁଜଙ୍ଗାସନ: ଏହି ଆସନ ମେରୁଦଣ୍ଡକୁ ମଜଭୁତ କରିବାସହ ରକ୍ତପ୍ରବାହକୁ ଅଧିକ କରିବାରେ ସାହାଯ୍ୟ କରିଥାଏ। ଯେଉଁଥିରେ ୟୁରିକ ଏସିଡର ମାତ୍ରା କମ୍ ହେବାରେ ସହାୟକ ହୋଇଥାଏ। ସଲଭାସନ: ଏହି ଆସନ କରିବାଦ୍ବାରା ହଜମ କ୍ରିୟା ସଠିକ ଭାବେ ହେବା ସହ ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ। ଯେଉଁଥିରେ ୟୁରିକ ଏସିଡର ସ୍ତର କମ ହୋଇଥାଏ।
ତେବେ ଏହି ଯୋଗାସନ କରିବା ପୂର୍ବରୁ କିଛି କଥାକୁ ନିଶ୍ଚିତ ଧ୍ୟାନ ରଖନ୍ତୁ
-ସକାଳୁ ଉଠିକି ଖାଲି ପେଟରେ ଯୋଗ କରନ୍ତୁ
-ଯୋଗାସନ କରିବାବେଳେ ସବୁ ଆସନ ଗୁଡ଼ିକୁ ଧୀରେ ଧୀରେ କରନ୍ତୁ
-ଯଦି ଆପଣଙ୍କୁ କୌଣସି ରୋଗ କିମ୍ବା ଆଘାତ ଲାଗିଛି ତେବେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଯୋଗ କରିବେ
-ଯୋଗ କରିବା ସହ ପୌଷ୍ଟିକ ଆହାର ଗ୍ରହଣ କରିବାସହ ସୁନ୍ଦର ଜୀବନଶୈଳୀକୁ ଅନୁସରଣ କରନ୍ତୁ