ମଦ ପାଇଁ ବଢୁଛି ଲିଭର ସିରୋସିସ୍

Key Points
ମଦ୍ୟପାନ ପାଇଁ ବଢୁଛି ଲିଭର
ସିରୋସିସ୍ ବିୟରରେ ଖରାପ ହୁଏ ଲିଭର
ଜାଣନ୍ତୁ ମଦ କେମିତି ଖରାପ କଲେ ଯକୃତ ?
ମଦ୍ୟପାନ ଶରୀର ପାଇଁ କ୍ଷତିକାରକ। ହେଲେ କିଛି ଲୋକଙ୍କ ଧାରଣା ବିୟର ପିଇଲେ ଶରୀର ଉପରେ ପଡେନାହିଁ କୁପ୍ରଭାବ। ବିୟରରେ ଆଲକହଲର ପରିମାଣ କମ୍ ଥିବାରୁ ଏହା ଶରୀର ପାଇ ହିତକର ବୋଲି ମାନନ୍ତି ସାଧାରଣ ଲୋକ। ହେଲେ ଗବେଷଣା କୁହେ ସେ ଯେକୌଣସି ମଦ ହେଉ ସ୍ବାସ୍ଥ୍ୟ ପାଇଁ ହାନିକାରକ।
ନିକଟରେ ଏମ୍ସ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଗତ ୨୦ ବର୍ଷ ମଧ୍ୟରେ ମଦ୍ୟପାନ କାରଣରୁ ଲିଭର ସିରୋସିସ୍ ରୋଗୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ୨୫ରୁ ୪୫ ବର୍ଷ ବୟସର ଲିଭର ସିରୋସିସ୍ ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଗବେଷଣାରେ ସାମିଲ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରୁ ୪୩ ପ୍ରତିଶତ ମଦ୍ୟପାନ ଯୋଗୁଁ ଯକୃତ ଖରାପ ହୋଇଛି।
📱 Get Argus News App
✨କେମିତି ଆଲକହଲ କ୍ଷତି ପହଞ୍ଚାଏ ଶରୀରକୁ ?
ବିଶେଷଜ୍ଞଙ୍କ ମତରେ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ମଦପିଇବା ଜୀବନର ଏକ ଅଂଶ ପାଲଟିଯାଇଛି। ମଦ୍ୟପାନ ଏବେ ସାଧାରଣ କଥା ହୋଇଯାଇଛି। ଅତ୍ୟଧିକ ମଦ୍ୟପାନ ଯକୃତ କୋଷଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ।ଯକୃତରେ ଚର୍ବି ଜମା ହୋଇଯାଏ, ହେପାଟାଇଟିସ ହୁଏ। ଯାହାଫଳରେ ଯକୃତର ଆଉ ସ୍ବାଭାବିକ ପରିଚାଳନା ହୋଇପାରନି। ପରବର୍ତ୍ତୀ ସମୟରେ ଲିଭର ସିରୋସିସ୍ ସମସ୍ୟା ଦେଖାଦିଏ। ଅଧିକ ଆଲକହଲ ଯୁକ୍ତ ମଦ ସହ ବିୟର ମଧ୍ୟ ଲିଭର ସିରୋସିସ୍ ର କାରଣ ବୋଲି ଗବେଷଣା କରୁଥିବା ଡାକ୍ତର କହିଛନ୍ତି। ଓପିଡିରେ ରୋଗୀଙ୍କ ସହ ଆଲୋଚନା ବେଳେ କିଛି ରୋଗୀ କହିଥିଲେ, କିଛି ରୋଗୀ ମାତ୍ରାଧିକ ବିୟର ପିଇବାରୁ ତାଙ୍କର ଲିଭର ସିରୋସିସ୍ ହୋଇଛି।
୨୦୦୫ରୁ ୨୦୨୨ ପର୍ଯ୍ୟନ୍ତ ରୋଗୀଙ୍କ ଉପରେ କରାଯାଇଥିବା ଗବେଷଣାରୁ ଜଣାପଡିଛି ମଦ୍ୟପାନ କାରଣରୁ (୪୩.୨%), ହେପାଟାଇଟିସ୍ ବି ଭୂତାଣୁ କାରଣରୁ (୧୧.୫%), ହେପାଟାଇଟିସ୍ ସି ଭୂତାଣୁ ଜନିତ (୬.୨%) ଏବଂ ଅଣ-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ/କ୍ରିପ୍ଟୋଜେନିକ୍ ରୋଗ କାରଣରୁ (୧୪.୪%) ରୋଗୀଙ୍କ ଠାରେ ସିରୋସିସ୍ ଦେଖାଦେଇଥିଲା। ୨୦୦୫ ମସିହା ପୂର୍ବରୁ ଦେଶରେ ମଦ୍ୟପାନ ଜନିତ ସିରୋସିସ୍ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୦ ପ୍ରତିଶତ ଥିବା ବେଳେ ହେପାଟାଇଟିସ୍ ବି ଭୂତାଣୁ ଜନିତ ରୋଗୀଙ୍କ ସଂଖ୍ୟା ୨୨ ପ୍ରତିଶତରୁ ଅଧିକ ଥିଲା।