ପ୍ରତିଦିନ ଚିକେନ ଖାଇବା ଭଲ ନା ଖରାପ ? ଜାଣନ୍ତୁ...

ଚିକେନ୍ ନାଁ ଶୁଣିଲା ମାତ୍ରେ କିଛି ଲୋକଙ୍କ ପାଟିରୁ ଲାଳ ଆସିଯାଏ । ଛୋଟରୁ ବଡ଼ ଯାଏଁ ପ୍ରାୟ ସବୁ ଲୋକ ଚିକେନ ଖାଇବା ପାଇଁ ପସନ୍ଦ କରନ୍ତି । ତେବେ ଚିକେନ୍ ସେହି ଖାଦ୍ୟ ମଧ୍ୟରେ ପ୍ରଥମେ ଆସେ ଯାହାକୁ ଅନେକ ଲୋକ ସୁସ୍ଥ ଖାଦ୍ୟ ଭାବରେ ବିବେଚନା କରନ୍ତି । କାରଣ ଏହା ଅତ୍ୟନ୍ତ ସ୍ବାଦିଷ୍ଟ ଏବଂ ପୁଷ୍ଟିକର । ଏଥିରେ ପ୍ରଚୁର ପରିମାଣ ପ୍ରୋଟିନ ରହିଛି । ଅନେକ ଲୋକ ଏହାକୁ ସୁସ୍ଥ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ଏବଂ ପ୍ରତିଦିନ ଖାଆନ୍ତି । ଏପରି ପରିସ୍ଥିତିରେ ଆପଣ ଜାଣନ୍ତି କି ? ପ୍ରତିଦିନ ଚିକେନ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ ? ଚିକେନରେ ଭିଟାମିନ୍, ମିନେରାଲ୍ସ ଏବଂ ଆମିନୋ ଏସିଡ୍ ଭରପୁର ଥାଇ ମଧ୍ୟ ପ୍ରତିଦିନ ଚିକେନ୍ ଖାଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପ୍ରତିଦିନ ଚିକେନ ଖାଇଲେ ଅନେକ ସମସ୍ୟା ହେବ ? ଜାଣନ୍ତୁ ଚିକେନ ଖାଇବା ଦ୍ଵାରା କେଉଁ ସମସ୍ୟା ଦେଖାଦିଏ।
ୟୁରିକ୍ ଏସିଡ୍ ବୃଦ୍ଧି
ଆମେ ସମସ୍ତେ ଜାଣୁ ଯେ ଚିକେନ୍ ପ୍ରୋଟିନର ଉତ୍ସ । ସାଧାରଣତଃ ଏହାକୁ କମ୍-ପ୍ୟୁରିନ୍ ଖାଦ୍ୟ ଭାବରେ ବିବେଚନା କରାଯାଏ । କିନ୍ତୁ ଏହାକୁ ପ୍ରତିଦିନ ବହୁ ପରିମାଣରେ ଖାଇବା ଦ୍ବାରା କେତେକ ବ୍ୟକ୍ତିଙ୍କ ମଧ୍ୟରେ ୟୁରିକ୍ ଏସିଡ୍ ସ୍ତର ବୃଦ୍ଧି ହୋଇପାରେ । ଚିକେନ୍ର ଅତ୍ୟଧିକ ଖାଇବା ଦ୍ବାରା ହାତ-ଗୋଡ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହୋଇପାରେ ।
ଓଜନ ବୃଦ୍ଧି
ନିୟମିତ ଭାବରେ ଚିକେନ୍ ଖାଇବାର ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟା ଓଜନ ବୃଦ୍ଧି ହୋଇପାରେ। ଚିକେନ୍ ବିରିୟାନି,ବଟର ଚିକେନ୍, ଫ୍ରାଏ ଚିକେନ୍ ଇତ୍ୟାଦି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ । ତେଣୁ ଏହାକୁ ନିୟମିତ ଖାଇବା ଦ୍ଵାରା ଓଜନ ବୃଦ୍ଧି ଏବଂ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହୋଇପାରେ ।
ଉଚ୍ଚ କୋଲେଷ୍ଟ୍ରଲ୍ ସମସ୍ୟା
ଚିକେନକୁ ସଠିକ ଭାବେ ପ୍ରସ୍ତୁତ କରି ଖାଇବା ଦ୍ବାରା ଆପଣଙ୍କ କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧି ପାଇବ ନାହିଁ । ଆପଣ ଏହାକୁ କିପରି ଖାଉଛନ୍ତି, ତାହା ଉପରେ ଏହା ନିର୍ଭର କରେ । ଯଦି ଆପଣ ନିୟମିତ ଭାବରେ ମସଲାଯୁକ୍ତ ଚିକେନ୍ ଖାଆନ୍ତି । ତେବେ ଆପଣଙ୍କର କୋଲେଷ୍ଟ୍ରୋଲ ସ୍ତର ବୃଦ୍ଧି ହୋଇପାରେ ଏଥିରେ କୌଣସି ସନ୍ଦେହ ନାହିଁ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ହ୍ଵାଇଟ୍ ମାଂସ, ଲାଲ୍ ମାଂସ ସହିତ ସମାନ ହାରରେ ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ ବୃଦ୍ଧି କରେ। ଆପଣଙ୍କର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ସିଝା ହୋଇଥିବା ଚିକେନ୍ ଖାଇବା ଭଲ ।
ଚିକେନ୍ ଶରୀରର ତାପମାତ୍ରାକୁ ବୃଦ୍ଧି କରେ
ଚିକେନକୁ ଏକ ଉଚ୍ଚ ଉତ୍ତାପଯୁକ୍ତ ଖାଦ୍ୟ ଭାବରେ ବିବେଚନା କରାଯାଏ। ଏହା ଶରୀରର ସାମଗ୍ରିକ ତାପମାତ୍ରାକୁ ବୃଦ୍ଧି କରିଥାଏ । ସରଳ ଶବ୍ଦରେ ଏହା ଶରୀରରେ 'ଉତ୍ତାପ' ସୃଷ୍ଟି କରିପାରେ । ଏହି କାରଣରୁ କିଛି ଲୋକଙ୍କ ବିଶେଷ କରି ଖରାଦିନେ ନାକରୁ ରକ୍ତ ପଡ଼େ । ନିୟମିତ ଭାବେ ଚିକେନ୍ ଖାଇବା ପରେ ଯଦି ଆପଣଙ୍କର ନାକ ରକ୍ତସ୍ରାବର ସମସ୍ୟା ଅଛି । ତେବେ ପ୍ରତିଦିନ ଚିକେନ୍ ଖାଇବା ବନ୍ଦ କରନ୍ତୁ କିମ୍ବା କିଛି ଦିନର ବ୍ୟବଧାନରେ ଏହାକୁ ଖାଇବା ଭଲ ।
UTI ସମସ୍ୟା
କେତେକ କ୍ଷେତ୍ରରେ ଚିକେନ୍ ଖାଇବା ଦ୍ବାରା ମୂତ୍ରନଳୀ ସଂକ୍ରମଣ କିମ୍ବା UTI ସହିତ ସଂଯୁକ୍ତ ହୋଇପାରେ । କୁହାଯାଏ ଯେ ଚିକେନରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର E.coli ରହିଛି । ଯହା UTI ସମେତ ଅନେକ ପ୍ରକାରର ସଂକ୍ରମଣ ସୃଷ୍ଟି କରିପାରନ୍ତି । ସେହିପରି ସାଇନ୍ସ ଡେଲି ଅନୁଯାୟୀ 2,452 ମାଂସ ନମୁନାରୁ ପ୍ରାୟ 80 ପ୍ରତିଶତ ଏବଂ ମାଂସ ଖାଉଥିବା ଲୋକଙ୍କ ମଧ୍ୟରୁ 72 ପ୍ରତିଶତର E.coli ମିଳିଛି । ଏହିପରି ସଂକ୍ରମଣକୁ ରୋକିବା ପାଇଁ ହେଲେ ବିନା ଆଣ୍ଟିବାୟୋଟିକରେ ବଢିଥିବା ଚିକେନ୍ ଖାଇବା ଭଲ ।