ମନଇଚ୍ଛା ଖାଉଛନ୍ତି କି ପେସୁ ? ଜାଣନ୍ତୁ ପେସୁ ଖାଇବାର ସଠିକ ଉପାୟ

Key Points
ପେସୁ ବା ଅଳସୀ ମଞ୍ଜି । ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ । କିନ୍ତୁ ଏହାକୁ ଖାଇବେ କେମିତି । ପେସୁ (flaxseeds) ଆମ ଶରୀର ପାଇଁ ଉପକାରୀ ହୋଇଥିଲେ ମଧ୍ୟ ଏହାକୁ ଯଦି ଆମେ ସଠିକ ଉପାୟରେ ଖାଇ ନଥାନ୍ତି, ତେବେ ଏହା ଶରୀର ଉପରେ ସଠିକ ପ୍ରଭାବ ପକାଏ ନାହିଁ । ତେଣୁ ପେସୁକୁ ନିଜ ଖାଦ୍ୟର ତାଲିକାରେ କିପରି ଯୋଡିବେ, କିପରି ପ୍ରତିଦିନ ଏହାକୁ ଖାଇବେ , ଜାଣନ୍ତୁ ଏହାର ପ୍ରଣାଳୀ ।
ଆଜିକାଲି ସମସ୍ତେ ନିଜର ସ୍ବାସ୍ଥ୍ୟ ପ୍ରତି ବେଶ ସଚେତନ । କିପରି ଫିଟ ରହିବେ, ନିଜ ତ୍ବଚାର ଯତ୍ନ କିପରି ନେବେ, ନିଜ କେଶର ଯତ୍ନ କିପରି ନେବେ ସେଥିପ୍ରତି ଆମେ ବେଶ ଯତ୍ନବାନ ଥାଆନ୍ତି । ଆଉ ସେଥିପାଇଁ ପ୍ରୋଟିନ ଜାତୀୟ ଖାଦ୍ୟ, ତଟକା ପରିବା , ଫଳମୂଳ, ଉପକାରୀ ମଞ୍ଜି ଖାଇଥାନ୍ତି । ଖୁବ ସଚେତନତାର ସହ ଆମ ଶରୀର ପାଇଁ କେଉଁ କେଉଁ ଖାଦ୍ୟ ଦରକାର ତାହା ପରଖି ଖାଇଥାନ୍ତି । ତେବେ ସବୁ ଉପାଦେୟ ପ୍ରୋଟିନ ଜିନିଷ ମଧ୍ୟରେ ଆସେ ଫ୍ଲେକ୍ସ ସିଡ(flaxseeds) ବା ଅଳସୀ ମଞ୍ଜି । ଏହି ଛୋଟ ପୃଷ୍ଟିକର ମଞ୍ଜିକୁ ଅନେକ ଖାଦ୍ୟରେ ମିଶାଯାଇ ଖାଦ୍ୟ ତିଆରି କରାଯାଏ । କିନ୍ତୁ ଏହାକୁ ଆମେ ସଠିକ ଉପାୟରେ ଖାଇନଥାନ୍ତି । ଯେଉଁଥିପାଇଁ ଏହି ମଞ୍ଜିର ସଠିକ ପ୍ରଭାବ ଆଣ ଶରୀରରେ ପଡିନଥାଏ । ପ୍ରଥମେ ଆମେ ଜାଣିବା ଅଳସୀ ମଞ୍ଜି ଆମ ଶରୀର ଉପରେ କେଉଁ ପ୍ରଭାବ ପକାଇଥାଏ । ଏହାଦ୍ବାରା ଶରୀରରେ କେଉଁ ପରିବର୍ତ୍ତନ ହୋଇଥାଏ ।
୧- ହାର୍ଟକୁ ସୁସ୍ଥ ରଖିବା
ଅଳସୀ ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ । ଯାହାକୁ ଖାଇବା ଦ୍ବାରା ଆମ ଶରୀରରେ ହୃଦରୋଗର ଆଶଙ୍କା କମ ହୋଇଥାଏ । ଷ୍ଟ୍ରୋକ ଏବଂ ବ୍ଲଡ ପ୍ରେସର ମଧ୍ୟ ବାଲାନ୍ସ ରହିଥାଏ ।
୨- ହଜମ ପ୍ରକ୍ରିୟାରେ ବୃଦ୍ଧି
ଅଳସୀ ମଞ୍ଜିରେ ମ୍ୟୁସିଲାଜିନିୟସ ଫାଇବର ରହିଥାଏ । ଯାହା ପେଟ ସମସ୍ୟାକୁ ଦୂର ରଖିବା ସହ କୋଷ୍ଠକାଠିନ୍ୟକୁ ରୋକିଥାଏ । ଏଥିସହ ସଠିକ ହଜମ କରିବାରେ ସହାୟକ ହୋଇଥାଏ ।
୩- ରକ୍ତ ଶର୍କରା ନିୟନ୍ତ୍ରଣ
ମଧୁମେୟ ରୋଗୀଙ୍କ ପାଇଁ ରାମବାଣ ହେଉଛି ଅଳସୀ ମଞ୍ଜୀ । ଏହା ଶରୀରର ହଜମ ପ୍ରକ୍ରିୟା ଠିକ ରଖିବା ସହ ରକ୍ତରେ ଶର୍କରାର ପରିମାଣ ନିୟନ୍ତ୍ରଣ ରଖିଥାଏ ।
୪- ହରମୋନ ନିୟନ୍ତ୍ରଣ
ପେସୁରେ ଲିଗନାନ ଭଳି ଉପାଦାନ ରହିଥାଏ, ଯାହା ଶରୀରର ଇଷ୍ଟ୍ରୋଜେନ ହରମୋନର ପରିମାଣ ନିୟନ୍ତ୍ରଣ ରଖେ । ଏହା ବିଶେଷ ଭାବେ ମହିଳାଙ୍କ ପାଇଁ ବେଶ ଉପକାରୀ । ଯେଉଁ ମହିଳାମାନେ ମୋନୋପୋସ , ରକ୍ତସ୍ରାବରେ ଅନିୟମିତତା , ଏବଂ ହରମୋନ ଅସନ୍ତୁଳନ ଭଳି ସମସ୍ୟାକୁ ସାମ୍ନା କରୁଥାନ୍ତି, ସେମାନେ ଅଳସୀମଞ୍ଜି ଖାଇବା ନିହାତି ଆବଶ୍ୟକ ।
୫- ଓଜନରେ ସନ୍ତୁଳନ
ଓଜନ ହ୍ରାସ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ଅଳସୀ ମଞ୍ଜି । ତେଣୁ ଏହାକୁ ଓଜନ ହ୍ରାସ ପାଇଁ ଖାଇବା ନିହାତି ଆବଶ୍ୟକ ।
କେମିତି ଖାଇବେ ଅଳସୀ ମଞ୍ଜି ?
📱 Get Argus News App
✨ଅନେକ ଜଣ ପେସୁ (flaxseeds) କୁ ଏହାକୁ କଞ୍ଚା ଖାଇବା ପସନ୍ଦ କରିଥାନ୍ତି । କିନ୍ତୁ କଞ୍ଚା ଖାଇବା ଦ୍ବାରା ଏଥିରେ ଥିବା ଆଣ୍ଟି ନ୍ୟୁଟ୍ରିଏଣ୍ଟ ଶରୀରର ପୋଷଣକୁ ଖରାପ କରିବା ସହ ଅନ୍ତନଳୀରେ ବାଧା ସୃଷ୍ଟି କରିଥାଏ । ସେଥିପାଇଁ ଏଥିରେ ଥିବା ପୃଷ୍ଟିକର ଉପାଦାନକୁ ପାଇବାକୁ ହେଲା ଏହାକୁ ହାଲକା ଶୁଖିଲା ଭାଜି ଖାଇବା ଆବଶ୍ୟକ । ଡାକ୍ତରଙ୍କ ମତରେ ଏପରି ଖାଇବା ଦ୍ବାରା ଶରୀର ପାଇଁ ଏହା ପୋଷଣ , ପ୍ରୋଟିନ ଯୋଗାଇଥାଏ ।
ଅଳସୀ ମଞ୍ଜିକୁ କିପରି ନିଜ ଖାଦ୍ୟ ତାଲିକାରେ ଯୋଡିବେ ?
୧- ସୁପ୍
ଦିନରେ ଯେକୌଣସି ସୁପ, ଯେମିତିକି ଟମାଟୋ ସୁର୍ ଭେଜିଟେବଲ ସୁପରେ ଏହି ପୋସୁକୁ ମିଶାଇ ଖାଇବା ଦ୍ବାରା ଏଥିରେ ଥିବା ଫାଇବର ନ୍ୟୁଟ୍ରିଏଣ୍ଟ୍ସ ଶରୀରକୁ ମିଳିଥାଏ ।
୨- ଆଇସକ୍ରିମ ଟପିଙ୍ଗ୍ସ
ଆଇସ୍କ୍ରିମ ଉପରେ ଏହି ଅଳସୀ ମଞ୍ଜିକୁ ଗୋଟେ ଚାମୁଚ ପକାଇବା ଦ୍ବାରା ଏହାର ଟେଷ୍ଟ ବଢିବା ସହ ଶରୀରକୁ ଉପଯୁକ୍ତ ପ୍ରୋଟିନ ମଧ୍ୟ ମିଳିଥାଏ ।
ତେଣୁ ଶରୀର ପାଇଁ ଅଳସୀ ମଞ୍ଜି ଖାଇବା ନିହାତି ଆବଶ୍ୟକ । ଏବଂ ଏହାକୁ ସଠିକ ଉପାୟରେ ଖାଇବା ନିହାତି ଦରକାର । ଯାହାଦ୍ବାରା ଏହା ଶରୀରକୁ ସୁସ୍ଥ ରଖିବା ସହ ସଠିକ ପ୍ରୋଟିନ ଯୋଗାଇଥାଏ ।