ଫଳ ଖାଇବା ପାଇଁ ସବୁଠାରୁ ଖରାପ ସମୟ କେଉଁଟା ଜାଣନ୍ତୁ

ଫଳ ଏପରି ଏକ ଜିନିଷ ଯାହାକୁ ଖାଇବାକୁ ସବୁ ପସନ୍ଦ କରିଥାନ୍ତି। ଫଳଗୁଡ଼ିକ ରସାଳ, ପୁଷ୍ଟିକର ଏବଂ ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ । ଗରମ ଦିନରେ ତରଭୁଜର ଖଣ୍ଡେ ହେଉ କି ଅଙ୍ଗୁର ଖାଇବା ପାଇଁ ପାଟିକୁ ଭଲ ଲାଗିଥାଏ। ଫଳଗୁଡିକ ଭିଟାମିନ୍, ଫାଇବର ଏବଂ ପ୍ରାକୃତିକ ମିଠାରେ ପରିପୂର୍ଣ୍ଣ, ଏଗୁଡ଼ିକ ଖାଇବା ଦ୍ଵାରା ଶରୀରକୁ ଅନେକ ଫାଇଦା ମିଳିଥାଏ ତାହା ସହ ଭୋକକୁ ନିୟନ୍ତ୍ରଣ ମଧ୍ୟ କରିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? ସବୁ ସମୟରେ ଫଳ ଖାଇବା ଉଚିତ୍ ନୁହେଁ । ଭୁଲ ସମୟରେ ଫଳ ଖାଇବା ଅନେକ ପାଚନ ସମସ୍ୟା ସୃଷ୍ଟି କରିପାରେ। ତେଣୁ, ଆପଣ ଫଳ ଗୁଡ଼ିକୁ ଠିକ୍ ସମୟରେ ଖାଇବା ଉଚିତ୍? ଆସନ୍ତୁ ଜାଣିବା କେଉଁ ସମୟରେ ଫଳ ଖାଇବା ଉଚିତ୍ ନୁହେଁ ।
ଫଳ ଖାଇବା ପାଇଁ ସବୁଠାରୁ ଖରାପ ସମୟ କ’ଣ?
ଯଦିଓ ଫଳ ଖାଇବା ସବୁଠାରୁ ସ୍ୱାସ୍ଥ୍ୟକର ଜିନିଷ ମଧ୍ୟରୁ ଗୋଟିଏ,କିନ୍ତୁ ଏମିତି କିଛି ସମୟ ଅଛି ସେତେବେଳେ ଆପଣ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ ।
ଖାଲି ପେଟରେ:-
ଖାଲି ପେଟରେ ଫଳ ଖାଇବା ଦ୍ୱାରା ଶରୀରକୁ ଲାଭ ମିଳିବ କି ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଥାଏ । ବିଶେଷଜ୍ଞଙ୍କ ମତରେ, ଯଦି ଆପଣଙ୍କର ବ୍ଲଡ ସୁଗାର ଅସନ୍ତୁଳନ ଥାଏ ତେବେ ସକାଳେ ଫଳ ଖାଇବା ଦ୍ଵାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ଏହା ଆପଣଙ୍କୁ ଶୀଘ୍ର କ୍ଳାନ୍ତ ଏବଂ ଭୋକ କରାଇଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଖାଲି ପେଟରେ ଫଳ ଖାଆନ୍ତୁ ନାହିଁ ।
ଦିନ ଖାଇବା ପରେ:-
ଅଧିକ ଖାଇବା ପରେ କିଛି ଲୋକ ଲୋକ ଅଛନ୍ତି ଫଳ ଖାଇବାକୁ ପସନ୍ଦ କରିଥାନ୍ତି । ଯାହା ପାଟିକୁ ସୁଆଦଆ ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ହାନିକାରକ ହୋଇଥାଏ।
ବିଳମ୍ବିତ ରାତିରେ:-
ବିଳମ୍ବିତ ରାତିରେ ଭୋକ ଲାଗିଲେ ଫଳ ଠାରୁ ଦୂରେଇ ରୁହନ୍ତୁ। କୁହାଯାଏ ଯେ ରାତିରେ ଫଳ ଖାଇବା ଦ୍ଵାରା ବ୍ଲଡ ସୁଗାର ସ୍ତର ବୃଦ୍ଧି ପାଇଥାଏ। ଆମ ଶରୀରରେ ଏକ ହରମୋନ୍ ଅଛି ଯାହା ରାତି ଏବଂ ଦିନ ଚକ୍ର ଯାହା ନିଦ ଚକ୍ରକୁ ନିୟନ୍ତ୍ରଣ କରେ ତେଣୁ ଶୋଇବା ପୂର୍ବରୁ ସେଗୁଡ଼ିକୁ ଖାଇବା ଦ୍ଵାରା ଆପଣଙ୍କ ନିଦ ଉପରେ ଏହା ଗଭୀର ପ୍ରଭାବ ପକାଇଥାଏ ।
ତାଜା ଏବଂ ଫ୍ରୋଜେନ୍ ଫଳ: କେଉଁଟି ଭଲ?
ଆପଣ ଜାଣିଛନ୍ତି ଯେ ଫଳ ଖାଇବା ପାଇଁ କେଉଁ ସମୟ ସବୁଠାରୁ ଖରାପ, ଆସନ୍ତୁ ଜାଣିବା ତାଜା ଫଳ ଭଲ କି ଫ୍ରୋଜେନ୍ ଫଳ। ଫିଟନେସ୍ ବିଶେଷଜ୍ଞଙ୍କ ଅନୁଯାୟୀ, କିଛି ଫଳ ଏବଂ ପନିପରିବା ତୁରନ୍ତ ବ୍ୟବହାର ନ କଲେ ସେଗୁଡିକ ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ ।