Videos
|
Health-wellness

Diabetic Chiroarthropathy / କ'ଣ ଆପଣଙ୍କ ହାତ କିମ୍ବା ଗୋଡ ଆଙ୍ଗୁଠି ଚଳପ୍ରଚଳ କରିବାରେ କଷ୍ଟ ହେଉଛି କି ?

Smruti Parija
Browse all articles by Smruti Parija
·11 months ago·2 min read
କ'ଣ ଆପଣଙ୍କ ହାତ କିମ୍ବା ଗୋଡ ଆଙ୍ଗୁଠି ଚଳପ୍ରଚଳ କରିବାରେ କଷ୍ଟ ହେଉଛି କି ?

Key Points

କ'ଣ ଆପଣଙ୍କ ହାତ କିମ୍ବା ଗୋଡ ଆଙ୍ଗୁଠି ଚଳପ୍ରଚଳ କରିବାରେ କଷ୍ଟ ହେଉଛି କି ?
ଗଣ୍ଠି ବାତ ନୁହେଁ ଏହା ହେଉଛି ଡାଏବେଟିକ୍ କାଇରୋଆର୍ଥ୍ରୋପାଥି

ଆଜିକାଲି ମଧୁମେହ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ଘରେ ଘରେ ଡାଇବେଟିସ ରୋଗୀ । ଯାହା କେବଳ ବୟସ୍କମାନଙ୍କୁ ନୁହେଁ ବରଂ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଆମେ ଜାଣିଛେ ଡାଇବେଟିସ ହେଲେ ଯଦି ବେଶୀ ବର୍ଷ ଯାଏ କଣ୍ଟ୍ରୋଲ୍ ରେ ନ ରୁହେ ତେବେ କିଡନୀ ସମସ୍ୟା, ସ୍ୱାୟୁ ଜନିତ ରୋଗ ଆଦି ଦେଖାଦିଏ । ହେଲେ ଅଧିକ ଦିନ ଧରି ଡାଏବେଟିସ ହେଲେ ହାତ ମଧ୍ୟ କାମ କରିପାରିବନି । ଏମିତିକି ଆପଣ ନିଜ ଆଙ୍ଗୁଠିଗୁଡିକ ବି ହଲାଇ ପାରିବେନି ।



ଯେତେବେଳେ ମଧୁମେହ ଅନିୟନ୍ତ୍ରିତ ହୋଇଯାଏ, ସେତେବେଳେ ଡାଇବେଟିକ୍ କାଇରୋଆର୍ଥ୍ରୋପାଥି ବିକଶିତ ହୁଏ । ଏହାର ଲକ୍ଷଣ ଧିରେ ଧିରେ ବିକଶିତ ହୁଏ । ଫଳରେ ଏହା ଜଣାପଡେ ନାହିଁ । ଅନେକ ଲୋକ ଏହାକୁ ଗଣ୍ଠିବାତ ରୋଗ ଭାବି ନିଅନ୍ତି । କିନ୍ତୁ ଏହା ପ୍ରକୃତରେ ଗଣ୍ଠିବାତ ରୋଗ ନୁହେଁ ଡାଇବେଟିକ୍ କାଇରୋଆର୍ଥ୍ରୋପାଥି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଡାଏବେଟିକ୍ କାଇରୋଆର୍ଥ୍ରୋପାଥି କ’ଣ ?


ଡାଏବେଟିକ୍ କାଇରୋଆର୍ଥ୍ରୋପାଥିକୁ ମଧ୍ୟ ମଧୁମେହର ଏକ ସତର୍କ ସୂଚନା କହିଲେ ଭୂଲ୍ ହେବନି । ହାତର ଆଙ୍ଗୁଠି ହେଉ ବା ଗୋଡ, ଯେତେବେଳେ ଆଙ୍ଗୁଠି ଗୁଡିକ ହଲାଇବା କଷ୍ଟ ହେବ ଆପଣ ବୁଝିଯିବେ ଯେ ଡାଏବେଟିକ କାଇରୋଆର୍ଥ୍ରୋପାଥି ହୋଇଛି । ଏହି ସମସ୍ୟା ଟାଇପ୍ 1 ମଧୁମେହ ଥିବା 8 ରୁ 50% ଲୋକଙ୍କ ମଧ୍ୟରେ ଦେଖାଯାଏ। ତଥାପି, ଟାଇପ୍ 2 ମଧୁମେହ ଥିବା ରୋଗୀମାନେ ମଧ୍ୟ ଡାଏବେଟିକ୍ କାଇରୋଆର୍ଥ୍ରୋପାଥି ଦେଖାଦିଏ ।


ଡାଏବେଟିକ୍ କାଇରୋଆର୍ଥ୍ରୋପାଥିର କାରଣ କ'ଣ ?


ଦୀର୍ଘକାଳୀନ ମଧୁମେହ ଥିବା ଲୋକମାନଙ୍କ ମଧ୍ୟରେ ଏହି ଅବସ୍ଥା ସାଧାରଣ । ଏହା ଚର୍ମକୁ ଘନ ଏବଂ ମହମଯୁକ୍ତ କରିପାରେ । ଗ୍ଲାଇକୋସିଲେସନ୍ ବୃଦ୍ଧି ପାଇଲେ ଡାଏବେଟିକ୍ କାଇରୋଆର୍ଥ୍ରୋପାଥି ହୁଏ । ଗ୍ଲାଇକୋସିଲେସନ୍ ଏକ ପ୍ରକ୍ରିୟା । ଏହା ଚର୍ମରେ କୋଲାଜେନ୍ ତିଆରି କରେ, ଯାହା ଡାଏବେଟିକ୍ କାଇରୋଆର୍ଥ୍ରୋପାଥିକୁ ନେଇଯାଏ ।

ଡାଏବେଟିକ୍ କାଇରୋଆର୍ଥ୍ରୋପାଥିର ଲକ୍ଷଣ
ଆଙ୍ଗୁଠି ଗୁଡିକ ହଲାଇବାରେ ସମସ୍ୟା
ଆଙ୍ଗୁଠି ଗୁଡ଼ିକୁ ସିଧା କରିବାରେ କଷ୍ଟ ଅନୁଭବ
ହାତର ପଛ ପାର୍ଶ୍ୱରେ ଚର୍ମର କଠିନ ଏବଂ ସାମାନ୍ୟ ମହମ ଭଳି ଦେଖାଯିବା
ଜିନିଷ ଧରିବାରେ ଗୁଡ଼ିକୁ କଷ୍ଟ ଅନୁଭବ ହେବା


ଆଙ୍ଗୁଠିଗୁଡ଼ିକୁ ପରିଚାଳନା କରିବାରେ କଷ୍ଟ ହେଉଛି ତେବେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ, ଆପଣଙ୍କୁ ଆପଣଙ୍କ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ । ଆପଣ ଆପଣଙ୍କ ଖାଦ୍ୟରେ ସୁସ୍ଥ ଚର୍ବି ପାଇଁ ସମ୍ପୂର୍ଣ୍ଣ ଶସ୍ୟ, ଫାଇବରଯୁକ୍ତ ପନିପରିବା, ବିନ୍ସ, ଲିନ୍ ପ୍ରୋଟିନ୍, ବିହନ ଏବଂ ବାଦାମ ଅନ୍ତର୍ଭୁକ୍ତ କରିପାରିବେ ।


ପ୍ରୋସେସଡ୍ ଫୁଡ୍ , ଚିନି ଆଦି ଜିନିଷ ଖାଇବା ଉଚିତ୍ ନୁହେଁ । ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଡି ଖାଦ୍ୟରେ ଗ୍ରହଣ କରନ୍ତୁ । ଯାହା ଆପଣଙ୍କ ଗଣ୍ଠି ଏବଂ ସ୍ନାୟୁ ସ୍ୱାସ୍ଥ୍ୟକୁ ଅଧିକ ଉନ୍ନତ କରିବ । ରକ୍ତ ଶର୍କରା ନିୟନ୍ତ୍ରଣ କରିବା ସହିତ, ଆପଣ ଡାଏବେଟିକ୍ କାଇରୋଆର୍ଥ୍ରୋପାଥିରୁ ମୁକ୍ତି ପାଇବା ପାଇଁ କିଛି ବ୍ୟାୟାମ ମଧ୍ୟ କରିପାରିବେ ।

Diabetic Chiroarthropathy | know-what-is-Diabetic-Chiroarthropathy | Argus News