ଖାଲି ବୟସ୍କ ନୁହନ୍ତି ଯୁବକଙ୍କ କ୍ଷେତ୍ରରେ ବି ବଢୁଛି ଲିଭର୍ କ୍ୟାନସର ରିସ୍କ୍

Key Points
ମଦ ନପିଇଲେ ବି ହେଉଛି ଲିଭର୍ କ୍ୟାନସର
ଖାଲି ବୟସ୍କଙ୍କ କ୍ଷେତ୍ରରେ ନୁହେଁ
ଯୁବକଙ୍କ କ୍ଷେତ୍ରରେ ବି ବଢୁଛି ଲିଭର୍ କ୍ୟାନସର ରିସ୍କ୍
ଡାକ୍ତର ଦେଲେ ଚେତବାନୀ
ଆପଣ ଏହି କଥା ଶୁଣିଥିବେ ଯେ ମଦ ପିଇଲେ ଲିଭର୍ କ୍ୟାନସର ହୁଏ । ଏକଥା ମଧ୍ୟ ଅନେକ ମାତ୍ରାରେ ସତ । ସାଧାରଣତଃ ଫ୍ୟାଟି ଲିଭର ହେଉ କି ଲିଭର୍ କ୍ୟାନସର ବୟସ୍କ ଏବଂ ଯେଉଁମାନେ ଅତ୍ୟଧିକ ମଦ ପିଅନ୍ତି ତାଙ୍କ କ୍ଷେତ୍ରରେ ଦେଖାଯାଏ । ହେଲେ ଆଜିକାଲି ଏହି ରୋଗ ଯୁବକଙ୍କ କ୍ଷେତ୍ରରେ ବେଶୀ ଦେଖାଦେଉଛି । ତାହା ବି ସେହି ମାନଙ୍କ କ୍ଷେତ୍ରରେ ଯେଉଁମାନେ ମଦ୍ୟପାନ କରୁନାହାନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ 1990 ମସିହା ପର ଠାରୁ ଲିଭର୍ କ୍ୟାନସର ମାମଲା ଦୁଇ ଗୁଣା ବୃଦ୍ଧି ପାଇଛି । ସେଥିମଧ୍ୟରୁ ନନ୍ ଆଲକହଲିକ୍ ଫ୍ୟାଟି ଲିଭର୍ ଡିଜିଜ୍ ବେଶୀ । ଯଦି କେବଳ ଭାରତ କଥା କୁହାଯାଏ ତେବେ 16-32 ପ୍ରତିଶତ ଲୋକଙ୍କୁ ହେଉଛି ନନ୍ ଆଲକହଲିକ୍ ଫ୍ୟାଟି ଲିଭର୍ ଡିଜିଜ୍ । ତାହା ବି 15 ରୁ 39 ବର୍ଷ ଲୋକଙ୍କ ମଧ୍ୟରେ ବେଶୀ ହେଉଛି ।
ତେବେ ଏହାର ପ୍ରମୁଖ କାରଣ କ'ଣ ?
📱 Get Argus News App
✨ଆଜିକାଲିକା ଜୀବନଶୈଳୀ, ମେଟାବୋଲିକ୍ କାରଣ, ଅତ୍ୟଧିକ ଖାଦ୍ୟ, ଚାପ, ମଧୁମେହ ଏ ସବୁ ଗୋଟିଏ ଗୋଟିଏ କାରଣ । କିନ୍ତୁ ଏହି ବିପଦକୁ ହ୍ରାସ କରାଯାଇପାରିବ । ଯଦି ଆପଣଙ୍କର ଫ୍ୟାଟି ଲିଭର ଅଛି, ତେବେ ନିୟମିତ ଭାବରେ ଆପଣଙ୍କର ଲିଭର ଟେଷ୍ଟ କରନ୍ତୁ । ଏଥିପାଇଁ ସଜାଗ ରୁହନ୍ତୁ । ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଓଜନ ଏବଂ ରକ୍ତ ଶର୍କରା ନିୟନ୍ତ୍ରଣ କରନ୍ତୁ । ଥକ୍କାପଣ, ଅସ୍ୱସ୍ତି କିମ୍ବା ସାମାନ୍ୟ ଜଣ୍ଡିସ୍ ଭଳି ପ୍ରାରମ୍ଭିକ ସତର୍କତା ଲକ୍ଷଣ ଦେଖାଗଲା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଡାକ୍ତରଙ୍କ କହିବା କଥା ଯକୃତ କର୍କଟ ମଦ୍ୟପାନ ନ କରୁଥିବା ଲୋକଙ୍କୁ ମଧ୍ୟ ପ୍ରଭାବିତ କରିପାରେ । ଆଉ ଯଦି ଶୀଘ୍ର ଚିହ୍ନଟ ହୁଏ ତେବେ ବହୁତ ଜୀବନ ବଞ୍ଚି ପାରିବ ।
ତେବେ NAFLDରୁ ବଞ୍ଚିବେ କିପରି ?
ଫ୍ୟାଟି ଲିଭର୍ ଅଛି ତ ନିୟମିତ ଲିଭର ଟେଷ୍ଟ କରନ୍ତୁ
ସପ୍ତାହକୁ ଅତି କମ୍ ରେ 5 ଦିନ 30 ମିନିଟ୍ ବ୍ୟାୟାମ କରନ୍ତୁ
ଏକ ସନ୍ତୁଳିତ ଆହର ପ୍ରତିଦିନ ନିଅନ୍ତୁ
ଯେଉଁଥିରେ ଫଳ, ପନିପରିବା, ପ୍ରୋଟିନ ଆଦି ସାମିଲ୍ ଥିବ
ପ୍ରୋସେସଡ୍ ଫୁଡ୍ , ମିଠା ଥଣ୍ଡା ପାନୀୟ, ତେଳ ଭଜା ଜିନି, ଖାଆନ୍ତୁ ନାହିଁ
ନିଜର ଓଜନ, ବ୍ଲଡ୍ ସୁଗାର୍, କୋଲେଷ୍ଟ୍ରୋଲ୍ ନିୟନ୍ତ୍ର ରଖନ୍ତୁ
ବିଶେଷ କରି ଖାଦ୍ୟ, ପାନୀୟ ଓ ନିଦ ଉପରେ ଧ୍ୟାନ ଦିଅନ୍ତୁ
ଶରୀରରୁ ହାଇଡ୍ରେଟେଡ୍ ରଖନ୍ତୁ ଏବଂ 6- 8 ଘଣ୍ଟା ଶୁଅନ୍ତୁ
ତଳିପେଟ ଧୀରେ ଧୀରେ ପୃଥୁଳକାୟ ହେବା,ପ୍ରବଳ ଚୁଟି ଝଡ଼ିବା, ମୁହଁରେ ବ୍ରଣ ଉଠିବା, ବାରମ୍ବାର ଓକାର ଆସିବା ଓ ଭୋକ ନ ଲାଗିବା ବି ଏହାର ଲକ୍ଷଣ ହୋଇପାରେ । ଏଭଳି ଲକ୍ଷଣ ଦେଖିଲେ ଡାକ୍ତରଙ୍କ ସହ ପରାମର୍ଶ କରି ଆବଶ୍ୟକ ଚିକିତ୍ସା ଆରମ୍ଭ କରନ୍ତୁ । ଏ ବିଷୟରେ ଆପଣଙ୍କ ନିକଟ ଲୋକଙ୍କୁ ମଧ୍ୟ ଜଣାନ୍ତୁ । କାରଣ ଆରମ୍ଭରୁ ଚିକିତ୍ସା କଲେ ଗୋଚେ ମୂଲ୍ୟବାନ ଜୀବନ ବଞ୍ଚିଯିବ ।