Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ସକାଳୁ ଘରେ ବନାନ୍ତୁ ଏସବୁ ଜଳଖିଆ , କମିବ ଉଚ୍ଚ ରକ୍ତଚାପ ଏବଂ ହାର୍ଟଜନିତ ସମସ୍ୟା

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
ସକାଳୁ ଘରେ ବନାନ୍ତୁ ଏସବୁ ଜଳଖିଆ , କମିବ ଉଚ୍ଚ ରକ୍ତଚାପ ଏବଂ ହାର୍ଟଜନିତ ସମସ୍ୟା

ଅଧିକାଂଶ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନଙ୍କ ପାଇଁ ହାର୍ଟ ଜନିତ ରୋଗ ହେବାର ଅଧିକ ସମ୍ଭାବନା ଥାଏ । ତେଣୁ ଉଚ୍ଚ ରକ୍ତଚାପକୁ ସନ୍ତୁଳନ କରିବା ପାଇଁ ଡାକ୍ତର ସେମାନଙ୍କୁ ଏକ ଡାଏଟ ଚାଟ୍ ଦେଇଥାନ୍ତି । ଡାଏଟ ଚାଟ ଶରୀରକୁ ସୁସ୍ଥ ରଖିବାସହ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ବିଶେଷ ଭାବେ ସକାଳର ଜଳଖିଆ ଯଦି ସ୍ବାସ୍ଥ୍ୟକର ହୋଇଥାଏ , ତାହା ଶରୀର ଉପରେ ଗଭୀର ପ୍ରଭାବ ପକାଏ । ତେଣୁ ଆପଣଙ୍କୁ ବି ଯଦି ଉଚ୍ଚ ରକ୍ତଚାପ(Hypertension) କିମ୍ବା ହାର୍ଟ ଜନିତ କୌଣସି ରୋଗ ଅଛି, ତେବେ ଏହି ଜଳଖିଆ ଗୁଡିକୁ ସକାଳୁ ଖାଇବାକୁ ଚେଷ୍ଟା କରନ୍ତୁ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପୃଷ୍ଟିକର ଖାଦ୍ୟ, କମ ସୋଡିୟମଯୁକ୍ତ ଖାଦ୍ୟ ହାର୍ଟକୁ ସୁସ୍ଥ ରଖିଥାଏ ।

୧- ଓଟ୍ସ :
ଓଟ୍ସ ସକାଳର ଜଳଖିଆ(Breakfast ) ପାଇଁ ଖୁବ ଉପକାରୀ । ଏଥିରେ ଥିବା ଫାଇବର ଶରୀରର କୋଲେଷ୍ଟେରଲ କମାଇବା ସହ ରକ୍ତଚାପ (Hypertension) ନିୟନ୍ତ୍ରଣ ରଖେ । ଗୋଟେ ଛୋଟ ପାତ୍ରରେ ଓଟ୍ସ ସହ ଆପଣ କିଛି ବାଦାମ, ଆଲମଣ୍ଡ, ଅଖ୍ରୋଟ ମିଶାଇ ଏହାକୁ ସକାଳ ଜଳଖିଆ ଭାବେ ଖାଆନ୍ତୁ ।

୨- ବସାଦହି ସହ ପେସୁ ଏବଂ ଫଳ
ବସାଦହି ଶରୀର ପାଇଁ ଅତ୍ୟନ୍ତ ଦରକାରୀ । ଏହା ଅନ୍ତନଳୀକୁ ସୁସ୍ଥ ରଖିବା ସହ ରକ୍ତଚାପ କମାଇବାରେ ସାହାଯ୍ୟ କରେ । ଏଥିରେ ଆପଣ ପେସୁ(flaxseeds)ସହ କିଛି ଫଳ ଯେମିତିକି କଦଳି, ଷ୍ଟ୍ରବେରୀ ଆଦି ମିଶେଇ ଖାଇପାରିବେ । ପେସୁରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ରକ୍ତଚାପ କମାଇଥାଏ । ତେଣୁ ସକାଳ ପାଇଁ ଏହା ଏକ ସୁସ୍ବାଦୁ ତଥା ସ୍ବାସ୍ଥ୍ୟକର ଜଳଖିଆ ।

୩- ମୁଗଡାଲି ଚିଲ୍ଲା
ମୁଗଡାଲି ଭାରତୀୟ ମାନଙ୍କର ଏକ ପ୍ରମୁଖ ଖାଇବା । ଏହାର ଉପକାରିତା ଶରୀର ପାଇଁ ବେଶ ଅଧିକ । ଏଥିରେ ଶରୀର ପାଇଁ ଅନେକ ପୋଷକ ତତ୍ତ୍ବ ରହିଛି । ମୁଗଡାଲିର ପେଷ୍ଟ ବନାଇ ଏଥିରେ ଟମାଟୋ , ପିଆଜ ଦେଇ ଆଉ ମୁଗଡାଲି ଚିଲ୍ଲା ଜଳଖିଆ ପାଇଁ ପ୍ରସ୍ତୁତ କରି ପାରିବେ । ଯାହା ଶରୀର ପାଇଁ ସ୍ବାସ୍ଥ୍ୟକର ଏବଂ ପାଟି ସୁଆଦିଆ ମଧ୍ୟ ଅଟେ ।

୪ - ଇଡଲି ସହ ନଡିଆ ଚଟଣୀ
ଚାଉଳରୁ ତିଆରି ହୋଇଥିବା ଇଡଲି ପିଠା ଶରୀର ପାଇଁ ହାଲକା ଏବଂ ପୃଷ୍ଟିକର । ଏଥିରେ ସୋଡିୟମର ମାତ୍ରା ଖୁବ କମ ଥାଏ । ଏହାକୁ ନଡିଆ ଚଟଣୀ ସହ ଖାଇଲେ ଏହା ସ୍ବାଦ ଆହୁରି ଦ୍ବିଗୁଣିତ ହୋଇଯାଏ । ଏହାକୁ ଘରେ ସକାଳ ଜଳଖିଆ(Breakfast) ପାଇଁ ନିଶ୍ଚିନ୍ତ ତିଆରି କରନ୍ତୁ ।

୫- ବ୍ରେଡ ସହ ଆଭୋକାଡୋ ଟୋଷ୍ଟ
ଆଭୋକାଡୋ ଶରୀର ପାଇଁ ବେଶ ଉପକାରୀ । ସୋଡିୟମର ପରିମାଣ ଶରୀରରେ ବାଲାନ୍ସ ରଖିବାରେ ଏହା ସାହାଯ୍ୟ କରିଥାଏ । ତେଣୁ ବ୍ରେଡ ସହ ଆଭୋକାଡୋ ଟୋଷ୍ଟ ଏହା ଉପରେ ଟମାଟୋ ସ୍ଲାଇସ ସହ ପାଳଙ୍ଗ ପତ୍ର , ଏବଂ କିଛି ପେସୁକୁ ରଖି ଏକ ସୁନ୍ଦର ଏବଂ ହେଲ୍ଦି ବ୍ରେକଫାଷ୍ଟ ତିଆରି କରି ନିଜ ପିଲାଙ୍କୁ ତଥା ପରିବାରର ଅନ୍ୟମାନଙ୍କୁ ଦିଅନ୍ତୁ । ଏଥିରେ ପେଟ ପୁରିବା ସହ ପାଟିକୁ ସୁଆଦ ଏବଂ ଶରୀରକୁ ସୁସ୍ଥ ରଖିଥାଏ ।

୬- ଗ୍ରିନ ପନିପରିବା ଜୁସ ସହ ଚିଆସିଡ୍
ପାଳଙ୍ଗ, ପୁଦିନା ସହ କିଛି ଫଳ ଯେମିତିକି କଦଳୀ , ସେଓ ଆଦିକୁ ମିଶାଇ ଏହାର ଏକ ପେଷ୍ଟ ତିଆରି କରନ୍ତୁ । ଚିଆସିଡ୍‌କୁ ମଧ୍ୟ ଏଥିରେ ଆଡ୍ କରନ୍ତୁ । ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ ଶରୀରକୁ ସୁସ୍ଥ ରଖିଥାଏ । ଏହି ସବୁକୁ ଦହି କିମ୍ବା ଆଲମଣ୍ଡ କ୍ଷୀର ସହ ମିଶାଇ ହାଲକା ବ୍ଲେଣ୍ଡ କରନ୍ତୁ । ଏହାକୁ ଥରେ ଖାଇଲେ ଏହାର ସ୍ବାଦ ଭୁଲି ପାରିବେନି ।


ଏହି ସବୁ ଜଳଖିଆ , ଯାହା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣ ରଖିବା ସହ ଶରୀରକୁ ଶକ୍ତି ଦେବ । ଏବଂ ସୁସ୍ବାଦୁ ଖାଦ୍ୟ ହୋଇଥିବାରୁ ଏହାକୁ ଆପଣ ନିଜ ଜଳଖିଆ ତାଲିକାରେ ମିଶାଇପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Make this breakfast at home in the morning, it will reduce high blood pressure and heart problems | Argus News