Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶରୀରକୁ ସୁସ୍ଥ ରଖିବ ଆମ୍ଵ ପତ୍ର

Health & Wellness

ଶରୀରକୁ ସୁସ୍ଥ ରଖିବ ଆମ୍ଵ ପତ୍ର

Rashmita Mishra
Browse all articles by Rashmita Mishra
·1 year ago·2 min read
ଶରୀରକୁ ସୁସ୍ଥ ରଖିବ ଆମ୍ଵ ପତ୍ର

ଅର୍ଗସ ବ୍ୟୁରୋ: କୁହାଯାଏ ଫଳର ରାଜା ଅଟେ ଆମ୍ବ । ଆମ୍ଵ ସମସ୍ତଙ୍କୁ ପସନ୍ଦ ଥାଏ ପାଚିଲା ଆମ୍ବ ବହୁତ ସୁସ୍ୱାଦୁ ହୋଇଥାଏ । କଞ୍ଚା ଆମ୍ବରେ ମଧ୍ୟ ଚଟଣି ଓ ଆଚାର କରି ଲୋକେ ଖାଇଥାନ୍ତି । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ । ଆମ୍ବ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲପାଆନ୍ତି । ଭାରତୀୟ ସଂସ୍କୃତି ସହ ଓତୋପ୍ରୋତଃ ଭାବରେ ଜଡ଼ିତ ଆମ୍ବ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ । ହିନ୍ଦୁ ପରମ୍ପରାର ପ୍ରତିଟି ଶୁଭକାର୍ଯ୍ୟରେ ଆମ୍ଭ ପତ୍ରକୁ ଖୋଜା ପଡ଼ିଥାଏ, କଳସ ବସିବା ଠାରୁ ତୋରଣ ବାନ୍ଧିବା ପର୍ଯ୍ୟନ୍ତ । କିନ୍ତୁ ଆପଣ ଜାଣିଛନ୍ତି କି ଆମ୍ବ ବ୍ୟତୀତ ଏହାର ପତ୍ର ବି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ଶ୍ୱାସ, ମଧୁମେହ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଆମ୍ବପତ୍ରର ରସ ପିଇବା ଲାଭଦାୟକ । ଏଥିରେ ଭରପୁର ମାତ୍ରାରେ ମ୍ୟାଗୀଫେରିନ୍, ଗ୍ୟାଲିକ ଏସିଡ,ଫୋଲିପିନାଲ୍ସ ଭଳି ଅନେକ ଗୁଣ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ତେବେ ଆସନ୍ତୁ ଜାଣିବା ଆମ୍ବ ପତ୍ରର ଉପକାରୀତା ସମ୍ବନ୍ଧରେ ।


ଯଦି କୌଣସି ବ୍ୟକ୍ତିର ଶରୀରରେ ଉଚ୍ଚ ରକ୍ତଚାପ ସ୍ତର ଅସନ୍ତୁଳନ ହୁଏ ଏହା କିଡନୀ ଉପରେ ବି ପ୍ରଭାବ ପକାଏ । ସେଥିପାଇଁ ନିମମିତ ଭାବେ ଖାଲି ପେଟରେ ଆମ୍ବପତ୍ରର ରସ ପିଅନ୍ତୁ । ଯଦି ଆପଣ ଏଭଳି ନିୟମିତ ପିଇବେ, ତେବେ କିଡ଼ନୀ ସମସ୍ୟାରୁ ମୁକ୍ତି ପାଇବେ । କିଡ଼ନୀ ବି ସୁସ୍ଥ ରହିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ । ଏହାଛଡା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ । ଆମ୍ବ ପତ୍ରରେ ଭରପୁର ମାତ୍ରରେ ଫାଇବର ତତ୍ୱ ରହିଛି ଯାହା ଆପଣଙ୍କ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟତା କରିଥାଏ ଆମ୍ବପତ୍ର ।


ଆପଣମାନେ ଆଜମା, ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ସମସ୍ୟାରେ ପଡୁଛନ୍ତି ତେବେ ଏଥିପାଇଁ ଆମ୍ବପତ୍ର ଅପଣଙ୍କୁ ଭଲ ଫାଇଦା ଦେବ । ଆମ୍ବ ପତ୍ରରେ ଭରପୁର ମାତ୍ରାରେ ଆଂଟିବ୍ୟାକ୍ଟେରିୟା ଗୁଣ ରହିଛି । ରକ୍ତର ସୁଗାର ସ୍ତରକୁ ନିୟମନ୍ତ୍ର ରଖେ ଆମ୍ଭପତ୍ର । ଆମ୍ବପତ୍ରର ରସ ପିଇବା ଦ୍ୱାରା ରକ୍ତରେ ଇନସୁଲିନ ଉତ୍ପାଦନର ଗ୍ଲୋଜର ପ୍ରସାର ବଢିଯିବ । ଯେଉଁଥିପାଇଁ ଉଚ୍ଚରକ୍ତ ଚାପ ସବୁବେଳେ ନିୟନ୍ତ୍ରଣ ରହିଥାଏ ।

Sponsored
mango-leaves-keep-the-body-healthy | Argus News