Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

Food: ଆମ୍ବ ସହ ଭୂଲ୍ ରେ ମଧ୍ୟ ଏହି 5 ଜିନିଷ ଖାଆନ୍ତୁ ନାହିଁ

Smruti Parija
Browse all articles by Smruti Parija
·1 year ago·2 min read
Food: ଆମ୍ବ ସହ ଭୂଲ୍ ରେ ମଧ୍ୟ ଏହି 5 ଜିନିଷ ଖାଆନ୍ତୁ ନାହିଁ

Key Points

ଘରେ ଘରେ ଆମ୍ବର ପସରା

ଆମ୍ବ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ବଢାଇଥାଏ

ଜାଣନ୍ତୁ କେଉଁ ଜିନିଷ ଆମ୍ବ ସହ ଖାଇବା ଉଚିତ୍ ନୁହେଁ

ଏବେ ଆମ୍ବ ସିଜିନ୍ । ଘରେ ଘରେ ଆମ୍ବର ପସରା । ସକାଳେ ହେଉ କି ଖରାବେଳେ ହେଉ କି ରାତିରେ ପ୍ରତ୍ୟେକ ଖାଦ୍ୟରେ ଆମେ ଆମ୍ବ ଖୋଜିଆଉ । ହେଲେ କ'ଣ ଆପଣ ଜାଣନ୍ତି ଆମ୍ବ ସହ ଯଦି ଆପଣ ଏହି ସବୁ ଜିନିଷ ଖାଇବେ ତେବେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।


ଫଳ ମାନଙ୍କ ମଧ୍ୟରେ ରାଜା ହେଉଛି ଆମ୍ବ । ଯାହାକୁ ଛୁଆଠୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ଯେତିକି ଟେଷ୍ଟି ସେତିକି ହେଲଦି । ଏଥିରେ ପୋଷକ ତତ୍ତ୍ୱ ଭରପୁର ରହିଥାଏ । ଆମ୍ବ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାସହ ଆମ୍ବ ଚର୍ମ ଓ ଚକ୍ଷକୁ ପାଇଁ ମଧ୍ୟ ଲାଭକାରୀ । ଏଥିରେ ଭିଟାମିନ ସି, ଭିଟାମିନ ଏ, ଫାଇବର, ପୋଟାସିୟମ, ଆଣ୍ଟି ଅକ୍ଟିଡାଣ୍ଟ ମଧ୍ୟ ଭରପୁର ରହିଛି । କିନ୍ତୁ ଯଦି ଆମେ ଏହି ଜିନିଷ ସହ ଆମ୍ବ ଖାଇବା ତେବେ ଏହା ଶରୀରକୁ ଫାଇଦା ଦେବା ବଦଳରେ କ୍ଷତି ପହଞ୍ଚାଇଥାଏ ।


ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ଯାହା ସହ ଭୂଲ୍ ରେ ମଧ୍ୟ ଆମ୍ବ ସହ ଖାଇବା ଉଚିତ୍ ନୁହେଁ ।


କଲରା


ଆୟୁର୍ବେଦ ଅନୁସାରେ କଲରା ଓ ଆମ୍ବକୁ ଏକା ସହ ଖାଇବା କଥା ନୁହେଁ । କାରଣ ଏମିତି ଖାଇଲେ ଡାଇଜେସନରେ ଅସୁବିଧା ହୋଇଥାଏ । ଏହାସହ ଏସିଡିଟି, ବାନ୍ତି ହେବାର ମଧ୍ୟ ସମ୍ଭାବନା ରହିଥାଏ ।


ଦହି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନେକ ଲୋକ ଆମ୍ବ ଓ ଦହିକୁ ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଏହି କମ୍ବିନେସନ ଆପଣଙ୍କ ଶରୀରକୁ କ୍ଷତିପହଞ୍ଚାଇପାରେ । ଦହି ଓ ଆମ୍ବକୁ ଏକାସହ ଖାଇଲେ ଡାଇଜେସନ ସହ ଜଡିତ ସମସ୍ୟା ଉପୁଜିଥାଏ ।


ମସଲାଯୁକ୍ତ ଖାଦ୍ୟ


ଅନେକ ଲୋକ ମଧ୍ୟାହ୍ନ ଭୋଜନ ବା Launch କରିବାର ତୁରନ୍ତ ପରେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ରାଗ ଓ ମସଲାଯୁକ୍ତ ଖାଦ୍ୟ ସହ ଆମ୍ବ ଖାଇବା ଉଚିତ୍ ନୁହେଁ । କାରଣ ଏସିଡିଟି ଭଳି ସମସ୍ୟା ଉପୁଜିବ ।


କୋଲ୍ଡ ଡ୍ରିଙ୍କ୍ସ


ଯଦି ଆପଣ ଆମ୍ବ ଖାଇଛନ୍ତି । ଏବଂ ଆମ୍ବ ଖାଇବା ସଙ୍ଗେ ସଙ୍ଗେ କୋଲ୍ଡ ଡ୍ରିଙ୍କ୍ସ୍ ବା ସୋଢା ପିଉଛନ୍ତି । ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ । କାରଣ ଉଭୟ କୋଲ୍ଡ ଡ୍ରିଙ୍କ୍ସ ଓ ଆମ୍ବରେ ବହୁ ପରିମାଣରେ ଚିନିର ମାତ୍ରା ଅଧିକ । ଯାହା ଆପଣଙ୍କ ଶରୀରରେ ସୁଗାର ଲେଭଲ୍ ବଢାଇଦେଇଥାଏ ।


ପାଣି


କିଛି ଲୋକଙ୍କର ଏହା ଅଭ୍ୟାସ ଯେ ସେମାନେ ଫଳ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇଦିଅନ୍ତି । ଯାହାର ପ୍ରଭାବ ସିଧା ଡାଇଜେସନ ସିଷ୍ଟମ୍ ଉପରେ ପଡିଥାଏ । ସେଥିପାଇଁ ଆମ୍ବ ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ ।


Sponsored
never-eat-these-5-things-with-mangoes | Argus News