ଭାରତରେ ବଢ଼ିବାରେ ଲାଗିଛି ମେଦବହୁଳତା

ଅର୍ଗସ ବ୍ୟୁରୋ: ଭାରତରେ ବଢ଼ିବାରେ ଲାଗିଛି ମେଦବହୁଳତା। ପିଲାଠୁ ବୃଦ୍ଧଙ୍କ ଯାଏ ସମସ୍ତେ ଏବେ ମେଦବହୁଳତାର ଶିକାର ହେଉଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହା ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ବିପଜ୍ଜନକ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟାଇପ୍-୨ ମଧୁମେହ ଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଏମିତିକି କ୍ୟାନସର ରୋଗରେ ମଧ୍ୟ ମେଦବହୁଳତାର ଲକ୍ଷଣ ଦେଖିବାକୁ ମିଳୁଛି। ଆଉ ଏଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମସ୍ତଙ୍କୁ ଓଜନ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଉଛନ୍ତି ।
ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଭାରତୀୟ ପିଲାମାନେ ଅଧିକ ମେଦବହୁଳତାର ଶିକାର ହେଉଛନ୍ତି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଜଣାପଡ଼େ ଯେ ବିଶ୍ୱରେ ଭାରତ ହେଉଛି ଦ୍ୱିତୀୟ ସ୍ଥାନ। ସେହପରି ଆଉ ଏଖ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ପ୍ରାୟ ୮.୪ ପ୍ରତିଶତ ପିଲାଙ୍କଠାରେ ମେଦବହୁଳ ତା ସମସ୍ୟା ଦେଖାଦେଇଛି। ଯାହା ବିଶେଷଜ୍ଞଙ୍କୁ ଅଧିକ ଚିନ୍ତାରେ ପକାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏବେ ପିଲାମାନଙ୍କ ଠାରେ ଶାରୀରିକ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଛି । ଫଳରେ ସେମାନଙ୍କଠାରେ ଏପରି ସମସ୍ୟା ଅଧିକ ଦେଖାଯାଉଛି। ଆଉ ଏଥିପାଇଁ ପିଲାମାନଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି।
📱 Get Argus News App
✨ପୂର୍ବରୁ ଛୋଟ ପିଲାମାନେ ଅଧିକ ଖେଳକୁଦରେ ବ୍ୟସ୍ତ ରହୁଥିଲେ। ଫଳରେ ସେମାନଙ୍କଠାରେ ମୋଟାପଣ ଭଳି ସମସ୍ୟା ଦେଖା ଦେଉନଥିଲା। ଏହାବ୍ୟତୀତ ଛୋଟପିଲାଙ୍କ ପାଇଁ ଖାଦ୍ୟ ମଧ୍ୟ ଖୁବ ଗୁରୁତ୍ୱ ରଖେ। ଏବେ ଦେଖାଯାଉଛି ଯେ ଅନେକ ପିଲା ଫାଷ୍ଟଫୁଡ ଖାଉଛନ୍ତି। ଯାହା ମେଦବହୁଳତା ବଢ଼ାଇବାର ଆଉ ଏକ ବଡ଼ କାରଣ। ଏଥିପାଇଁ ଛୋଟ ପିଲାମାନେ କିପରି ଅଧିକ ଶାରୀରିକ ପରିଶ୍ରମ କରିବେ ଏବଂ ଫାଷ୍ଟପୁଡରୁ ଦୂରେଇ ରହିବେ ସେଥିପ୍ରତି ଅବିଭାବକଙ୍କୁ ଗୁରୁତ୍ୱ ଦେବାକୁସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।