ଅଧିକ ପାମ୍ପଡ଼ ଖାଉଥିଲେ ସାବଧାନ, ହୋଇପାରେ କ୍ୟାନ୍ସର !

ଓଡ଼ିଆ ଘରେ କେତେ ଓଷା, ବ୍ରତ, ସଂକ୍ରାତି ଓ ଜାନି-ଯାତ୍ରା, ୧୨ମାସରେ ଏଠି ୧୩ ପରବ୍। ଏହି ସାଧା କିମ୍ବା ନିରାମିଷ ଦିନମାନଙ୍କରେ ଅରୂଆ ଭାତ, ଡାଲମା, ସାଗ, ଖିରି, ଖଟା ତା ସହ ଆଉ ଗୋଟେ ମୁଖ୍ୟ ଖାଦ୍ୟ ରହିଥାଏ, ତାହା କଣ ଜାଣନ୍ତି? ପାମ୍ପଡ଼, ଆଞ୍ଜା ହଁ, ଏହି ପାମ୍ପଡ଼ ଅଧିକାଂଶ ସମୟରେ ସବୁ ଘରେ ଖୋଜା ପଡ଼େ। କଣ ଓଡ଼ିଆ, କଣ ଗୁଜୁରାଟି-ରାଜସ୍ଥାନୀ କିମ୍ବା ଦକ୍ଷିଣ ଭାରତୀୟ ପ୍ରାୟ: ସମସ୍ତେ ସାଇଡ ଆଇଟମରେ ଦହି- ପାମ୍ପଡ଼ ଭଳି ଖାଦ୍ୟ ସବୁ ଖାଆନ୍ତି । ପାମ୍ପଡ଼ ସାରା ଭାରତରେ ବେଶ ଲୋକପ୍ରିୟ। ମୁଖ୍ୟ ଭୋଜନ ସହ ଅଧିକାଂଶ ବ୍ୟକ୍ତି ପାମ୍ପଡ଼ ଖାଇବାକୁ ବେଶ ପସନ୍ଦ କରିଥାନ୍ତି। ଏଥିସହ ପାମ୍ପଡ଼କୁ ଚାଟ ଭାବେ ସଜାଇ ବି ଖାଇଥାନ୍ତି। ଭାରତରେ ବିଭିନ୍ନ ପ୍ରକାରର ପାମ୍ପଡ଼ ମିଳିଥାଏ। ପୂର୍ବରୁ ଅଧିକାଂଶ ଘରେ ପାମ୍ପଡ଼ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ବର୍ତମାନ ସମୟରେ ବଜାରରେ ବିକ୍ରି ହେଉଥିବା ପାମ୍ପଡ଼ ଅଧିକ ପରିମାଣରେ ବ୍ୟବହାର କରାଯାଉଛି। ଦିନକୁ ଗୋଟିଏ-ଦୁଇଟି ପାମ୍ପଡ଼ ଖାଇବାରେ କିଛି ଅସୁବିଧା ନାହିଁ, କିନ୍ତୁ ଅଧିକ ପରିମାଣରେ ପାମ୍ପଡ଼ ଖାଇବା ଦ୍ବାରା ତାହା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବାର ଆଶଂକା ରହିଛି।
ପାମ୍ପଡ଼ରେ ଏପରି କିଛି ତତ୍ବ ରହିଛି ଯାହା ଅଧିକ ଖାଇଲେ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ପାରେ, କର୍କଟ ରୋଗ ବି ହୋଇ ପାରେ, ଆହୁରି କେତେ କଣ ସମସ୍ୟା ସୃଷ୍ଟି କରିପାରେ।
ଗୋଟିଏ ୧୩ଗ୍ରାମ ବିଶିଷ୍ଟ ପାମ୍ପଡ଼ରେ ପାଖାପାଖି ୩୫ରୁ ୪୦କ୍ୟାଲୋରି, ୩ ଗ୍ରାମ ପ୍ରୋଟିନ, ୦.୪୨ ଗ୍ରାମ ଫ୍ୟାଟ, ୭.୮ ଗ୍ରାମ କାର୍ବୋହାଇଡ୍ରେଟ, ୨୨୬ ମିଳିଗ୍ରାମ ସୋଡିୟମ ରହିଥାଏ ।
କମ୍ପାନୀରେ ପ୍ରସ୍ତୁତ ହେଉଥିବା ପାମ୍ପଡ଼ରେ ଅଧିକ ପରିମାଣରେ ଲୁଣ ଓ ସୋଡିୟମଯୁକ୍ତ ପ୍ରିଜରଭେଟିଭସ ରହିଥାଏ । ଯାହାକି ଅଧିକ ପରିମାଣର ସୋଡିୟମ ଶରୀରକୁ ଗଲେ ନାନା ସମସ୍ୟା ସୃଷ୍ଟି ହୋଇଥାଏ ।
ଯାହା ଫଳରେ ଉଚ୍ଚ ରକ୍ତଚାପ, ବୃକକରେ ସମସ୍ୟା, ହୃଦରୋଗ ଆଦି ସୃଷ୍ଟି ହେବାର ଆଶଂଙ୍କା ରହିଛି।
ଅଧିକ ପରିମାଣରେ ପାମ୍ପଡ଼ ଖାଇବା ଫଳରେ କର୍କଟ ରୋଗ ସୃଷ୍ଟି ହେବାର ସମ୍ବାବନା ରହିଛି।
ପାମ୍ପଡ଼ରେ କିଛି ତତ୍ତ୍ଵ ରହିଛି ଯାହା ଅଧିକ ଖାଇଲେ ମାନସିକ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ପାରେ।
ନ୍ୟୁଟ୍ରିସନିଷ୍ଟଙ୍କ କହିବା କଥା, ପାମ୍ପଡ଼କୁ ହଜମ କରିବା ପାଇଁ ୩-୫ ଦିନ ସମୟ ଲାଗିଯାଇଥାଏ
ହୃଦରୋଗୀ, କିଡ଼ନୀ ଓ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ବିଶେଷକରି ପାମ୍ପଡ଼ ଠାରୁ ଦୁରରେ ରହିବା କଥା
📱 Get Argus News App
✨ହାଲୁକା ଦେଖାଯାଉଥିବା ପାମ୍ପଡ଼ ଆପଣଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ପାରେ। ନ୍ୟୁଟ୍ରିସନିଷ୍ଟଙ୍କ କହିବା କଥା ଯେ ପାମ୍ପଡ଼କୁ ହଜମ କରିବା ପାଇଁ ୩-୫ ଦିନ ଯାଏଁର ସମୟ ଲାଗିଯାଇଥାଏ। ତେବେ ଆମେ ଯେଉଁ ସାମାନ୍ୟ ଖାଦ୍ୟ ଗ୍ରହଣ କରିଥାଉ ତାହା ୪ଘଣ୍ଟାରେ ହିଁ ହଜମ ହୋଇଯାଇଥାଏ ହୃଦରୋଗୀ, କିଡ଼ନୀ ଓ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କୁ ମଧ୍ୟ ବିଶେଷକରି ପାମ୍ପଡ଼ ଠାରୁ ଦୁରରେ ରହିବା କଥା। ତେବେ ଘରେ ତିଆରି ହୋଇଥିବା ପାମ୍ପଡ଼ ଖାଇବାରେ କିନ୍ତୁ କୌଣସି ଅସୁବିଧା ନାହିଁ।
ହାଲୁକା ହେବା ସତ୍ତ୍ଵେ କାହିଁକି ସହଜେ ହଜମ ହୁଏ ନାହିଁ ପାମ୍ପଡ଼ ?
ପାମ୍ପଡ଼ ରିଫାଇନ୍ଡ ପଦାର୍ଥ ଯଥା ସୁକ୍ଷ୍ମ ବେସନ, ଲୁଣ ଇତ୍ୟାଦିରୁ ତିଆରି ହୋଇଥାଏ। ଏଥିରେ ଫାଇବର ନଥାଏ ତେଣୁ ଏହାକୁ ଖାଇବା ପରେ ଅନ୍ତନଳୀ ଉପରେ ଏହାର ଗଭୀର ପ୍ରଭାବ ପଡ଼େ। ଏହି ପଦାର୍ଥ ସୁକ୍ଷ୍ମ ପଦାର୍ଥରୁ ପ୍ରସ୍ତୁତ ହୋଇଥିବା କାରଣରୁ ଅନ୍ତନଳୀକୁ ଯିବା ପରେ ପାଚନ ରସ ସହିତ ମିଶି ଯାଏ ଓ ସେଠାରେ ପେଷ୍ଟ୍ ଭାବେ ଜମା ହୋଇଯାଇଥାଏ। ଏହି କାରଣରୁ ଅନ୍ତନଳୀରେ ହଜମ କ୍ଷମତା ଦୁର୍ବଳ ହୋଇଚାଲେ।
ସ୍ଵାସ୍ଥ୍ୟ ପ୍ରତି ଏହା କେମିତି କ୍ଷତିକାରକ?
ପାମ୍ପଡ଼ ପ୍ରସ୍ତୁତି ସମୟରେ ଏଥିରେ ପ୍ରିଜରଭେଟିଭ ମିଶାଯାଏ। ପ୍ରିଜରଭେଟିଭରେ ସୋଡିୟମ ମିଶାଯାଏ। ଏହା ଦ୍ବାରା ପାମ୍ପଡ଼ର ସ୍ବାଦ ବଢ଼ିଯାଏ ଯାହାକି ଶରୀରରେ ସମସ୍ୟା ସୃଷ୍ଟି କରେ। ପାମ୍ପଡ଼କୁ ତେଲରେ ଫ୍ରାଏ କଲେ ଏଥିରେ ପଯ୍ୟାପ୍ତ ମାତ୍ରାରେ ତେଲର ମାତ୍ରା ବଢ଼ିଯାଏ। ପାମ୍ପଡ଼କୁ ସେକି ଦେଲେ ଏଥିରେ ଆର୍କିଲେମାଇଡ଼ ତିଆରି ହୁଏ ଯାହାକି ଏକ ନ୍ୟୁରୋଟକ୍ସିନ ଆଉ ଏହାକୁ କାର୍ସିନୋଜେନ ବି କୁହାଯାଏ। ଦିର୍ଘ ସମୟ ଯାଏଁ ଏହାକୁ ସାଇତି ରଖିବା ପାଇଁ ଏଥିରେ ସୋଡିୟମ ବେନଜାଇଟର ପ୍ରୟୋଗ ମଧ୍ୟ କରାଯାଏ। ସେହି କାରଣରୁ ଏହାକୁ ସେକିବା ପରେ ଏହା ଦ୍ବାରା କ୍ୟାନ୍ସର ସୃଷ୍ଟିକାରି ତତ୍ତ୍ଵ ତିଆରି ହୁଅନ୍ତି।
୨ଟି ପାମ୍ପଡ଼ର ସେବନ ୧ରୁଟିର କ୍ୟାଲୋରି ସହ ସମାନ
୨ଟି ପାମ୍ପଡ଼ର ସେବନ ଗୋଟାଏ ରୁଟିର କ୍ୟାଲୋରି ସହ ସମାନ ହୋଇଥାଏ
ଯେଉଁ ଖାଦ୍ୟ ଅନ୍ତନଳୀରେ ଦିର୍ଘ ସମୟ ଯାଏଁ ରହେ ତାହା ସଢ଼ିବାକୁ ଲାଗେ ଯାହା ଦ୍ବାରା ପେଟରେ ଅଦରକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ।
ଅନ୍ତନଳୀର ଭିତର ଲେୟାରକୁ କ୍ଷତି ପହଂଚିଥାଏ। ଅନ୍ତନଳୀ ରୋଗ ଓ ଏସିଡ଼ ରିଫଲ୍ସର ଅଭିଯାଗ ବି ହୁଏ । ଅନ୍ତନଳୀର ହଜମ କ୍ଷମତାକୁ ଦୁର୍ବଳ କରିଦିଏ ।
ଏହି ଭଳି ଖାଦ୍ୟ ପଦାର୍ଥ ଅନ୍ତନଳୀରେ ଭିଟାମିନ ଓ ମିନେରାଲର ପରିମାଣ କମ କରିଦିଏ ।
ଯାହାର ସୁଗାର ପ୍ରୋବଲେମ ଅଛି ଓ ହଜମ ଠିକ ଭାବେ ହେଉ ନାହିଁ, ତାଙ୍କୁ ଏହା ଅସୁବିଧାରେ ପକାଇ ପାରେ।
ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା ଘରେ ସାଗୁ, ଡାଲି, ଆଳୁର ଯେଉଁ ପାମ୍ପଡ଼ ତିଆରି ହୁଏ ତାହା କ୍ଷତିକାରକ ନୁହେଁ କାରଣ ଏଥିରେ ପ୍ରିଜରଭେଟିଭ ମିଶିନଥାଏ। ଏହି ସବୁ ଘରର ଶୁଦ୍ଦ ପଦାର୍ଥରୁ ପ୍ରସ୍ତୁତ କରାଯାଏ। ଆପଣ ବେଳେ-ବେଳେ ପାମ୍ପଡ଼ ଖାଆନ୍ତି ତେବେ ଘରେ ତିଆରି ହୋଇଥିବା ପାମ୍ପଡ଼ ଖାଇବାରେ କିଛି ଅସୁବିଧା ନାହିଁ। ବଜାରରେ ମିଳୁଥିବା ପାମ୍ପଡ଼ ମଇଦାରେ ତିଆରି କରାଯାଏ ଆଉ ମଇଦା ପାଣି ସହ ମିସିଲେ ଫୁଲିଯାଏ। ତେବେ ଘରେ ପ୍ରସ୍ତୁତ ହୋଇଥିବା ପାମ୍ପଡ଼ ବି ଭଲ ଭାବେ ସେକି କି ଖାଆନ୍ତୁ।