Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

Health Tips / ପୋଟଳ ଖାଇଲେ ମିଳିବ ଏହି ସବୁ ଫାଇଦା ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·3 months ago·2 min read
ପୋଟଳ ଖାଇଲେ ମିଳିବ ଏହି ସବୁ ଫାଇଦା ଜାଣନ୍ତୁ...
Health Tips

Key Points

  • ଖରାଦିନେ ପୋଟଳ ଖାଉଛନ୍ତି ? ଜାଣନ୍ତୁ ଲାଭ
  • ପୋଟଳ ଖାଇଲେ ମିଳିବ ଏହି ୪ଟି ଫାଇଦା 
  • ଡାଇବେଟିସ୍ ଓ ଓଜନ କମାଏ ପୋଟଳ
  • ବର୍ତ୍ତମାନ ଚାଲିଛି ଖରା ଦିନ । ଏହି ଋତୁରେ ପ୍ରାୟତଃ ଅନେକ ପ୍ରକାରର ପନିପରିବା ମିଳିଥାଏ । ତେବେ ଏହି ସମସ୍ତ ପନିପରିବା ମଧ୍ୟରେ ପୋଟଳ ହେଉଛି ଲୋକମାନଙ୍କର ଏକ ପ୍ରିୟ ପରିବା । ସୁସ୍ଥ ଶରୀର ପାଇଁ ଋତୁ ଅନୁଯାୟୀ ପନିପରିବା ଖାଇବା ଲାଭଦାୟକ ହୋଇଥାଏ ।

    ଖାସ୍ କରି ଖରାଦିନେ ପୋଟଳ ସହଜରେ ମିଳିଯାଏ । ଅଧିକାଂଶ ଲୋକ ପୋଟଳ ଖାଇବାକୁ ପସନ୍ଦ କରନ୍ତି । ତେବେ ପୋଟଳରେ ଆପଣମାନେ ଏହାର ଭଜା କିମ୍ବା ତରକାରୀ ତିଆରି କରିପାରିବେ । ଋତୁ ଅନୁଯାୟୀ କିଛି ପରିବାର ବଜାରରେ ଖୁବ ଚାହିଦା ରହିଥାଏ ।

    ଖରାଦିନେ ପୋଟଳ ଖାଇବାର ମଜା କିଛି ଭିନ୍ନ ରହିଥାଏ । ପୋଟଳ ଖାଇବାକୁ ଭଲ ଲାଗିବା ସହ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ । ପୋଟଳରେ ଭଲ ପରିମାଣର ଭିଟାମିନ୍ ଭିଟାମିନ୍ A, ଭିଟାମିନ୍ B1ଏବଂ ଭିଟାମିନ୍ B2, ଭିଟାମିନ୍ C ରହିଥାଏ । ଯାହା ଡାଇବେଟିସ୍ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ ।

    ଏହାକୁ ଖାଇବା ଦ୍ୱାରା ବ୍ଲଡ ସୁଗାର କମ୍ ହୋଇଥାଏ । ଏହାସହ ପୋଟଳରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି। ପୋଟଳ ଚୋପାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ପୋଟଳର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।

    ପୋଟଳ ଖାଇବାର ଉପକାରିତା 

    ଡାଇବେଟିସ୍ ପାଇଁ ଲାଭଦାୟକ: ପୋଟଳ ଡାଇବେଟିସ୍ରେ ଉପକାରୀ ବୋଲି ବିବେଚନା କରାଯାଏ । ପାଟୋଲ ପତ୍ରରୁ ପ୍ରସ୍ତୁତ ଜିନିଷ ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର କମିବା ଆରମ୍ଭ ହୁଏ ଏବଂ ଶରୀରରେ ଫୁଲା ମଧ୍ୟ କମିଯାଏ । ତେଣୁ ମଧୁମେହ ରୋଗୀଙ୍କୁ ବିଶେଷ କରି ପୋଟଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ ।

    ପେଟ ପାଇଁ ଲାଭଦାୟକ:
    ପୋଟଳ ଖାଇବା ଦ୍ୱାରା ହଜମ ଶକ୍ତି ଭଲ ହୋଇଥାଏ । ପୋଟଳ ହେଲଦି ଫାଇବରରେ ଭରପୂର ହୋଇଥାଏ, ଯାହା ହଜମ ଶକ୍ତିକୁ ମଜବୁତ କରିଥାଏ । ଭଲ ପରିମାଣର ଫାଇବର ରହିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ପୋଟଳ ଖାଇବା ପେଟର ପାକସ୍ଥଳୀ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ପୋଟଳ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ପୋଟଳର ମଞ୍ଜିରେ କୋଷ୍ଠକାଠିନ୍ୟ ଓ ପାଚନ କ୍ରିୟା ସହ ଜଡିତ ସମସ୍ୟାକୁ ଦୂର କରିବାର ଗୁଣ ରହିଛି ।

    ଓଜନ କମ୍ କରେ: ପୋଟଳ ହେଉଛି ଏକ ଏପରି ପନିପରିବା ଯାହା କ୍ୟାଲୋରୀ ଏବଂ ଫ୍ୟାଟ୍ କମ୍ କରିପାରେ । ସେଥିପାଇଁ ଓଜନ କମ୍ କରିବା ପାଇଁ ପୋଟଳ ବ୍ୟବହାର କରିପାରିବେ । ଏଥିରେ ମିଳୁଥିବା ଫାଇବର ଉପାଦାନ ଓଜନ କମ୍ କରିବାରେ ସହଜ କରିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ ହୁଏ ନାହିଁ ।

    ହାର୍ଟ ପାଇଁ ଲାଭଦାୟକ: ପୋଟଳ ମଧ୍ୟ ହାର୍ଟ ପାଇଁ ଏକ ଉପକାରୀ ପନିପରିବା । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ପଲିଫେନୋଲ୍ ଅକ୍ସିଡେଟିଭ୍ ଷ୍ଟ୍ରେସ୍କୁ କମ୍ କରିଥାଏ । ଏହା ଶରୀରର ଫୁଲା କମାଇପାରେ । ପୋଟ ପୋଟାସିୟମ ଏବଂ ମ୍ୟାଗ୍ନେସିୟମର ଏକ ଉତ୍ତମ ଉତ୍ସ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    Health Tips | Health Benefits of Pointed Gourd (Parwal): Why You Should Eat It Daily | Argus News