Videos
|
Health-wellness

ଏହି ରୋଗୀ ମାନେ ଅମୃତ ଭଣ୍ଡା ଖାଇଲେ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ରୋଗୀ ମାନେ ଅମୃତ ଭଣ୍ଡା ଖାଇଲେ...

ଅର୍ଗସ ବ୍ୟୁରୋ: ଅମୃତ ଭଣ୍ଡା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ, ପ୍ରାୟତଃ ଅମୃତ ଭଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ। କିନ୍ତୁ ଆପଣ ଜାଣନ୍ତି କି ଏହି ଫଳ କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ଅମୃତ ଭଣ୍ଡା ଖାଇବାର କିଛି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ । 


ବ୍ଲଡରେ ସୁଗାର ସ୍ତର କମ୍ ଥିବା ଲୋକମାନେ

ବ୍ଲଡରେ ସୁଗାର ସ୍ତର କମାଇବା ପାଇଁ ଅମୃତ ଭଣ୍ଡା ଖାଇବା ଉଚିତ। ଯଦି ଆପଣଙ୍କର ରକ୍ତରେ ସୁଗାର ସ୍ତର କମ୍ ଥାଏ, ତେବେ ଆପଣ ଅମୃତ ଭଣ୍ଡା ଖାଇବାରୁ ଦୂରେଇ ରହିବା ଉଚିତ । ଯଦି ବ୍ଲଡରେ ସୁଗାର ସ୍ତର କମ୍ ଥିବା ଲୋକମାନେ ଅମୃତ ଭଣ୍ଡା ଖାଆନ୍ତି, ତେବେ ସେମାନଙ୍କ ହୃଦସ୍ପନ୍ଦନ ବଢ଼ିପାରେ। ତେବେ ସେମାନେ ଅମୃତ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ୍  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିଡନୀରେ ପଥର ହୋଇଥିଲେ କ୍ଷତିକାରକ

ଯଦି ଆପଣଙ୍କର କିଡନୀରେ ପଥର ହୋଇଥାଏ ,ତେବେ ଆପଣ ଅମୃତ ଭଣ୍ଡା ଖାଇବାରୁ ଦୂରେଇ ରହିବା ଉଚିତ। ଆମେ ଆପଣଙ୍କୁ କହି ରଖୁଛୁ ଯେ ଅମୃତ ଭଣ୍ଡା ଖାଇବା ଦ୍ୱାରା କିଡନୀ ଷ୍ଟୋନ ବଡ଼ ହୋଇପାରେ। ସେଥିପାଇଁ ଷ୍ଟୋନ ହେଲେ ଅମୃତ ଭଣ୍ଡା ଖାଇବାକୁ ମନା କରାଯାଏ ।


ଅମୃତ ଭଣ୍ଡା ଆଲର୍ଜି କରିପାରେ

ଯଦି ଆପଣଙ୍କର କୌଣସି ପ୍ରକାରର ଆଲର୍ଜି ଅଛି, ତେବେ ଅମୃତ ଭଣ୍ଡାକୁ ଆପଣଙ୍କ ଡାଏଟ୍ ପ୍ଲାନର ଏକ ଅଂଶ କରନ୍ତୁ ନାହିଁ । ଅମୃତ ଭଣ୍ଡାରେ ରେ ଥିବା କାଇଟିନେଜ୍ ଏନଜାଇମ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏହି ଏନଜାଇମ ଯୋଗୁଁ, ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇପାରେ କିମ୍ବା ଆପଣଙ୍କୁ କାଶ ଅଧିକ  ହୋଇପାରେ। 


ଗର୍ଭବତୀ ମହିଳାମାନେ ଅମୃତ ଭଣ୍ଡା ଖାଇବା ଉଚିତ ନୁହେଁ

ଆମେ ଆପଣଙ୍କୁ କହି ରଖୁଛୁ ଯେ ଗର୍ଭବତୀ ମହିଳାମାନେ ଅମୃତ ଭଣ୍ଡା ଖାଇବା ଉଚିତ୍ ନୁହେଁ। ଅମୃତ ଭଣ୍ଡାରେ ଥିବା ଲାଟେକ୍ସ ଗର୍ଭାବସ୍ଥାରେ କ୍ଷତି କରିଥାଏ । ସେଥିପାଇଁ ଗର୍ଭବତୀ ମହିଳାମାନେ ଅମୃତ ଭଣ୍ଡା ଖାଇବା ଉଚିତ ନୁହେଁ । 

ତେବେ ଏହି ସବୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ଆପଣାଇବା ଉଚିତ୍ । କାରଣ ଅର୍ଗସ ପକ୍ଷରୁ ଏହାର ପୁଷ୍ଟି କରାଯାଉ ନାହିଁ

side-effects-of-eating-papaya-these-people-should-not-eat-this-fruit | Argus News