Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

Health Tips / ଆଲାରାମ୍ ଦେଇ ଶୋଉଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା

Rashmita Mishra
Browse all articles by Rashmita Mishra
·7 months ago·2 min read
ଆଲାରାମ୍ ଦେଇ ଶୋଉଥିଲେ ସାବଧାନ ! ହୋଇପାରେ ଏହି ସମସ୍ୟା
Health Tips

Key Points

ଲୋକ ସକାଳର ନିଦ ଭାଙ୍ଗିବା ପାଇଁ ଘଣ୍ଟାରେ ଆଲାରାମ ଦେଇ ଶୋଇଥାନ୍ତି । କିଛି ଲୋକ ଘଣ୍ଟାର ଆଲାରାମ୍‌ ଶବ୍ଦକୁ ଖୁବ୍‌ ଜୋରେ ରଖିଥାନ୍ତି । କିନ୍ତୁ ଜାଣିଛନ୍ତି କି ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ?

ପ୍ରାୟ ଲୋକ ସକାଳର ନିଦ ଭାଙ୍ଗିବା ପାଇଁ ଘଣ୍ଟାରେ ଆଲାରାମ ଦେଇ ଶୋଇଥାନ୍ତି । କିଛି ଲୋକ ଘଣ୍ଟାର ଆଲାରାମ୍‌ ଶବ୍ଦକୁ ଖୁବ୍‌ ଜୋରେ ରଖିଥାନ୍ତି । କିନ୍ତୁ ଜାଣିଛନ୍ତି କି ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ? ଆଲାରାମର ତୀବ୍ର ଶବ୍ଦ ହୃଦୟ ଉପରେ ଚାପ ପକାଇପାରେ । ଘଣ୍ଟାରେ ଆଲାରାମ୍‌ର ତୀବ୍ର ଶବ୍ଦ ହଠାତ୍‌ ନିଦକୁ ଭାଙ୍ଗିଦିଏ । କିନ୍ତୁ ଏହି ଶବ୍ଦ ହାର୍ଟର ଗତିକୁ ଅଚାନକ୍‌ ବଢାଇ ଦେଇଥାଏ, ଯାହା ଘାତକ ସାଜିପାରେ। ତେବେ ଜାଣନ୍ତୁ ଆଲାରାମ କି କି କ୍ଷତି ପହଞ୍ଚାଏ?

ଷ୍ଟ୍ରେସ୍‌ ରିସ୍‌ପନ୍ସ: ଗଭୀର ନିଦରେ ଥିବା ବେଳେ ହଠାତ୍‌ ଆଲାରାମ୍ ବାଜିବା ଦ୍ୱାରା ଶରୀର ଫାଇଟ୍‌ କିମ୍ବା ଫ୍ଲାଇଟ୍‌ ମୋଡକୁ ଚାଲିଯାଇଥାଏ । ଏହା ଷ୍ଟ୍ରେସ୍‌ ହର୍‌ମୋନ୍‌ କର୍ଟିସୋଲ୍‌ଏବଂ ଏଣ୍ଡ୍ରୋର୍ଫିନ୍‌ସ୍ତରକୁ ହଠାତ୍‌ ବଢାଇଦେଇଥାଏ । ହୃଦ୍‌ସ୍ପନ୍ଦନ ଅଚାନକ୍‌ ବଢିବାଦ୍ୱାରା ରକ୍ତଚାପ ମଧ୍ୟ ବଢିଥାଏ । ଫଳରେ ଶରୀରରେ ରକ୍ତ ପ୍ରବାହରେ ପରିବର୍ତ୍ତନ ଆସିଥାଏ । ଲଗାତାର ଏପରି ହେବାଦ୍ୱାରା ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗ ଏବଂ ମେଟାବଲିଜିମ୍‌ ଜନିତ ସମସ୍ୟା ଉପୁଜିବାର ଆଶଙ୍କା ବଢିଥାଏ ।

ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ: ଆଲାରାମର ତୀବ୍ର ଶବ୍ଦ ସାରା ଦିନକୁପ୍ରଭାବିତ କରିଥାଏ । ଏପରିକି ଦିନର ଆରମ୍ଭ ମଧ୍ୟ ଚିଡଚିଡାପଣ ସହହୋଇଥାଏ । ଫଳରେ କୌଣସି କାମରେ ଧ୍ୟାନକେନ୍ଦ୍ରିତ କରିବା କଷ୍ଟ ହେବାସହ ଉତ୍ପାଦନ କ୍ଷମତା ହ୍ରାସ ପାଇଥାଏ । ଧୀରେ ଧୀରେ ଏହା ଆଙ୍ଗ୍‌ଜାଇଟି ବା ଅବସାଦ ପରି ସମସ୍ୟାର କାରଣ ସାଜିଥାଏ ।

ସ୍ଲିପ୍‌ ସାଇକେଲ୍‌ରେ ବାଧା: ମଣିଷଙ୍କ ନିଦ ୯୦ ମିନିଟ୍‌ର ସାଇକେଲ୍‌ଅନୁସାରେ ଚାଲିଥାଏ । ଯେଉଁଥିରେ ହାଲ୍‌କା, ଗଭୀର ଓ ରାପିଡ୍‌ ଆଇମୁଭ୍‌ମେଣ୍ଟ ସାଇକେଲ ସାମିଲ୍‌ ରହିଥାଏ । ଗଭୀର ନିଦ ବା ରାପିଡ୍‌ ଆଇମୁଭ୍‌ମେଣ୍ଟ୍‌ ସାଇକେଲ୍‌ରେ ଅଚାନକ୍‌ ଉଠିବା ଦ୍ୱାରା ନିଦ ଖୁବ୍‌ ପ୍ରଭାବିତହୋଇଥାଏ । ଫଳରେ ସାରାଦିନ ଥକ୍କାପଣ, ଅଳସୁଆ ଓ ଶକ୍ତିହୀନ ଅନୁଭବ ହୋଇଥାଏ ।

ଏହି ପରି ସମସ୍ୟାକୁ ଦୂର କରିବାକୁ ସକାଳେ ଉଠିବା ପାଇଁ ଆଲାରାମ୍ ବ୍ୟବହାର ନ କରିବା ଭଲ । ଏହା ପରିବର୍ତ୍ତେ ହାଲ୍‌କା ଶବ୍ଦ ହେଉଥିବା ମୋବଇଲ୍‌ ଆଲାରାମ୍ ବ୍ୟବହାର କରିପାରିବେ । ଏହା ଶରୀରକୁ ଅଚାନକ ଝଟକା ଦେଇ ନଥାଏ । ଏହା ବ୍ୟତୀତ ନିୟମିତ ଶୋଇବା ଓ ଉଠିବାର ସମୟକୁ ଫିକ୍ସ୍ କରି ନିଅନ୍ତୁ । ଏକ ନିର୍ଦ୍ଧିଷ୍ଟ ସମୟରେ ନିଦ ଆପେ ଆପେ ଛାଡ଼ିଯିବ ।

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Tips | Warning for Those Who Sleep With Alarms On: This Problem May Occur | Argus News