Videos
|
Health & Wellness

Health Tips / ରାତିରେ ଶୋଇବା ବେଳେ ଲାଇଟ୍ ବନ୍ଦ କରନ୍ତୁ ନଚେତ୍ ବଢ଼ାଇପାରେ ଡାଇବେଟିସ୍

Rashmita Mishra
Browse all articles by Rashmita Mishra
·2 months ago·2 min read
ରାତିରେ ଶୋଇବା ବେଳେ ଲାଇଟ୍ ବନ୍ଦ କରନ୍ତୁ ନଚେତ୍ ବଢ଼ାଇପାରେ ଡାଇବେଟିସ୍
Health Tips

Key Points

ଲାଇଟ୍ ଜଳାଇ ଶୋଇଲେ ବିପଦ !
ରାତିରେ ଲାଇଟ୍ ବଢ଼ାଇପାରେ ଡାଇବେଟିସ୍
ନିଦ ବେଳେ ଆଲୋକ ଶରୀର ପାଇଁ କ୍ଷତିକାରକ
ଶୋଇବା ବେଳେ ଲାଇଟ୍ ବନ୍ଦ କରନ୍ତୁ । 
ଶରୀର ପାଇଁ ଖାଇବା ଯେତିକି ଜରୁରୀ ଶୋଇବା ମଧ୍ୟ ସେତିକି ଜରୁରୀ । ରାତିରେ ଶାନ୍ତି ନିଦ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ରାତିରେ ଠିକ୍ ଭାବରେ ନିଦ ନ ହୁଏ ତେବେ ଦିନସାରା ଚିଡ଼ଚିଡ଼ା ଲାଗିଥାଏ । ପର୍ଯ୍ୟାପ୍ତ ନିଦ ହେବା ଦ୍ଵାରା ଜଣେ ବ୍ୟକ୍ତି ଦିନସାରା ଏନରଜେଟିକ୍ ରହିଥାନ୍ତି । କିଛି ଲୋକ ରାତିରେ ଶୋଇବା ପୂର୍ବରୁ ଲାଇଟ୍ ବନ୍ଦ କରିଦିଅନ୍ତି । କିଛି ଲୋକ ରାତିରେ ଘରର ଲାଇଟ୍ ଜଳାଇ ଶୋଇଥାନ୍ତି।

କିନ୍ତୁ ଜାଣନ୍ତି କି ରାତିରେ ଲାଇଟ୍ ଲଗାଇ ଶୋଇବା କେତେ କ୍ଷତିକାରକ ? ଏକ ଅଧ୍ୟୟନ ଅନୁଯାୟୀ ରାତିରେ କୃତ୍ରିମ ଆଲୋକରେ ଶୋଇବା ବହୁତ ବିପଦ ହୋଇଥାଏ । ଏହା ରକ୍ତରେ ଶର୍କରାର ସ୍ତର ବୃଦ୍ଧି କରେ । ଏହା ମେଟାବୋଲିଜିମକୁ ମଧ୍ୟ ପ୍ରଭାବିତ କରେ।

ଗବେଷକଙ୍କ ଅନୁଯାୟୀ କୃତ୍ରିମ ଆଲୋକ ଲଗାଇ ଶୋଇବା ଦ୍ଵାରା ଶରୀରରେ ଇନସୁଲିନ୍ ସ୍ତର ବୃଦ୍ଧି ପାଇଥାଏ । ଏହାବ୍ୟତୀତ କୃତ୍ରିମ ଆଲୋକ ଇନସୁଲିନ୍ ପ୍ରତିରୋଧକୁ ବୃଦ୍ଧି କରିପାରେ, ଯାହା ଟାଇପ୍ ୨ ମଧୁମେହ ହେବାର ଆଶଙ୍କା ବଢ଼ାଇଥାଏ।

କୃତ୍ରିମ ଆଲୋକ ଅଟୋଇମ୍ମ୍ୟୁନ୍ ସ୍ନାୟୁ ପ୍ରଣାଳୀକୁ ସକ୍ରିୟ କରେ । ଯାହା କାର୍ଡୋ ଭାସ୍କୁଲାର ଗତକୁ ପ୍ରଭାବିତ କରେ । ଗବେଷଣା ଅନୁଯାୟୀ ଶୋଇବା ଶୈଳୀ ମଧ୍ୟ ମେଟାବୋଲିଜିମକୁ ପ୍ରଭାବିତ କରେ ଏବଂ ସମସ୍ୟା ସୃଷ୍ଟି କରିପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧ୍ୟୟନରେ ୨୦ ଜଣଙ୍କୁ ସାମିଲ କରାଯାଇଥିଲା । ଗୋଟିଏ ରୁମରେ କୃତ୍ରିମ ଆଲୋକ ଏବଂ ଅନ୍ୟ ରୁମରେ ଅଳ୍ପ ଆଲୋକ ରଖାଯାଇଥିଲା । ଗୋଟିଏ ଦିନ ପାଇଁ ଉଭୟ ରୁମରେ ୧୦ ଜଣ ଲେଖାଏଁଙ୍କୁ ଶୋଇବାକୁ ଦିଆଯାଇଥିଲା । ଗବେଷଣାରୁ ଜଣାପଡିଛି ଯେ ଉଜ୍ଜ୍ୱଳ ଆଲୋକରେ ଶୋଇଥିବା ଲୋକଙ୍କ ଇନସୁଲିନ୍ ସମ୍ବେଦନଶୀଳତା ବୃଦ୍ଧି ପାଇଛି । ତଥାପି ରକ୍ତ ଶର୍କରାରେ କୌଣସି ବଡ଼ ପାର୍ଥକ୍ୟ ଦେଖାଯାଇନଥିଲା ।

ଆହୁରି ମଧ୍ୟ ଜଣାପଡିଛି ଯେ କୃତ୍ରିମ ଆଲୋକରେ ଶୋଇଥିବା ଲୋକଙ୍କ ନିଦ ମଧ୍ୟ ହ୍ରାସ ପାଇଛି । ଏହା ମୁଖ୍ୟତଃ ସହରାଞ୍ଚଳ ଲୋକଙ୍କୁ ପ୍ରଭାବିତ କରେ, ଯେଉଁମାନେ ନିଜ ଘରେ ଅଧିକ ଆଲୋକରେ ଶୋଇବାକୁ ପସନ୍ଦ କରନ୍ତି ।

ଯଦି ଆପଣ ରାତିରେ ଆଲୋକ ଜଳାଇ ଶୋଇବେ, ତେବେ ଶରୀର କ୍ଲର୍କ ଆଲର୍ଟ ମୋଡକୁ ଚାଲିଯାଏ । ଏହି କାରଣରୁ ମସ୍ତିଷ୍କରେ ମେଲାଟୋନିନ୍ କମ୍ ପରିମାଣରେ ଉତ୍ପାଦିତ ହୁଏ । ଡାକ୍ତରଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତି ଅତିକମରେ ୭ ରୁ ୯ ଘଣ୍ଟା ଶୋଇବା ଉଚିତ । ପର୍ଯ୍ୟାପ୍ତ ନିଦ ଆପଣଙ୍କୁ ରୋଗରୁ ଦୂରେଇ ରଖେ । ନିଦ ଆପଣଙ୍କ ଭଲ ସ୍ୱାସ୍ଥ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।
Health Tips | Sleeping With Lights On May Increase Diabetes Risk | Argus News