Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ବର୍ଷା ଋତୁରେ ଭୁଲରେ ବି ଏହି ୫ଟି ପନିପରିବା ଖାଇବା ଉଚିତ୍ ନୁହେଁ

Rashmita Mishra
Browse all articles by Rashmita Mishra
·1 year ago·1 min read
ବର୍ଷା ଋତୁରେ ଭୁଲରେ ବି ଏହି ୫ଟି ପନିପରିବା ଖାଇବା ଉଚିତ୍ ନୁହେଁ

Key Points

ବର୍ଷା ଋତୁରେ ସବୁଜପତ୍ର ଯୁକ୍ତ ଖାଇବା ଠାରୁ ଦୂରରେ ରହିବା ଆବଶ୍ୟକ । ଖାସ୍ କରି ଶାଗ ଜାତୀୟ ଖାଦ୍ୟ ଯେପରି ପାଳଙ୍ଗ ଶାଗ, ସୋରିଷ ଶାଗ,ମୋଥି ଶାଗ ଖାଇବା ଉଚିତ୍ ନୁହେଁ । ବର୍ଷା ଋତୁରେ ମାଟି ଦୂଷିତ ହୋଇଯାଏ, ଯାହା ଫଳରେ ଏହି ପନିପରିବା ପେଟ ସଂକ୍ରମଣର କାରଣ ହୋଇପାରେ। ଏହା ଛଡା ଆହୁରି ଅନେକ ଜିନିଷ ଯାହା ବର୍ଷା ଋତୁରେ ଖାଇବା ସ୍ଵାସ୍ଥ୍ୟପକ୍ଷେ ହାନିକାରକ ।

https://argusnewdashboard.s3.ap-south-1.amazonaws.com/assets/0a9672df-eceb-4ddb-9384-39f96efb87fb.jpgବର୍ଷା ଦିନରେ ବାଇଗଣ ଖାଇବା ଉଚିତ୍ ନୁହେଁ। ଏହି ଋତୁରେ ବାଇଗଣ ଖାଇଲେ ହଜମ କରିବା କଷ୍ଟକର ହୋଇଯାଏ। ଏହା ଗ୍ୟାସ ଏସିଡିଟି କରିଥାଏ ଏବଂ ବାଇଗଣ ଖାଇବା ଦ୍ଵାରା କୃମି ମଧ୍ୟ ବୃଦ୍ଧି ପାଏ। ସେଥିପାଇଁ ବର୍ଷା ଋତୁରେ ବାଇଗଣ ଖାଆନ୍ତୁ ନାହିଁ ।

https://argusnewdashboard.s3.ap-south-1.amazonaws.com/assets/e8dbba38-14b4-4344-ac85-87827e054360.jpgକିଛି ଲୋକ ଅସମୟରେ ପନିପରିବା ଖାଆନ୍ତି, ଯେତେବେଳେ ଶୀତଦିନେ ମିଳୁଥିବା ବନ୍ଧାକୋବି ଏବଂ ଫୁଲକୋବି ବର୍ଷା ଦିନରେ ଖାଆନ୍ତି ଏହା ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବର୍ଷା ଦିନରେ କୋବି ଆଦୌ ଖାଇବା ଉଚିତ୍ ନୁହେଁ। ବର୍ଷାଦିନେ କୋବିରେ ପୋକ ହେଇଥାନ୍ତି ଯାହା ବିପଜ୍ଜନକ ହୋଇପାରେ।

https://argusnewdashboard.s3.ap-south-1.amazonaws.com/assets/e9a7e043-e61c-4723-a510-7d43023a1034.jpgବର୍ଷାଦିନେ ଛତୁ ଖାଇବା ମଧ୍ୟ ଭଲ ନୁହେଁ। ଛତୁ କେବଳ ଓଦା ସ୍ଥାନରେ ବଢ଼ିଥାଏ । ସେଥିପାଇଁ ଛତୁ ଖାଇବା ଦ୍ଵାରା ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ବଢ଼ିଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

https://argusnewdashboard.s3.ap-south-1.amazonaws.com/assets/251a117c-bd9f-4844-833f-3824cad6ebe1.jpgଏହି ଋତୁରେ ଯେକୌଣସି ପନିପରିବା ନସିଝେଇ ଖାଇବା ଉଚିତ୍ ନୁହେଁ। କଞ୍ଚା ସାଲାଡ ମଧ୍ୟ ଖାଆନ୍ତୁ ନାହିଁ । ସାଲାଡ କିମ୍ବା ପନିପରିବାକୁ ହାଲୁକା ସିଝେଇବା ପରେ ଖାଆନ୍ତୁ। ସେହିପରି ବର୍ଷାଦିନେ ଗଜା ମୁଗ ଏବଂ ଚଣା କଞ୍ଚା ଖାଇବା ଠାରୁ ଦୂରରେ ରୁହନ୍ତୁ । ସେଗୁଡ଼ିକୁ ଫୁଟାଇବା ପରେ ହିଁ ଖାଆନ୍ତୁ। https://argusnewdashboard.s3.ap-south-1.amazonaws.com/assets/e5e39108-0846-4966-8f9b-9d175871ffff.jpg

Sponsored
these-5-vegetables-should-not-be-eaten-even-by-mistake-in-the-rain | Argus News