Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ

Rashmita Mishra
Browse all articles by Rashmita Mishra
·1 year ago·3 min read
ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ

ଅର୍ଗସ ବ୍ୟୁରୋ: ଆଜିକାଲି ଘରେ ଘରେ ବ୍ରେନ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା ସାଙ୍ଘାତିକ ବଢିଲାଣି । କାରଣ ଇଏ ଏମିତି ଏକ ରୋଗ ଯାହା କେତେବେଳେ ଆସିବ, କାହାକୁ ହେବ ସେନେଇ କାହାକୁ ଜଣାନଥାଏ । ହେଲେ ବ୍ରେନ୍‌ ଷ୍ଟ୍ରୋକ ହେବା ପରେ ପରେ ପାରାଲିସିସ୍‌ ହେଉଥିବାରୁ ଚିନ୍ତାରେ ଏବେ ଅନେକ ଲୋକ । ଯଦି ପ୍ରଥମରୁ ଚିକିତ୍ସା ହେଉଛନ୍ତି ତେବେ କିଛିକାଶଂରେ ରୋଗ ଭଲ ହେଉଛି କିନ୍ତୁ ଅନେକ ରୋଗୀ ଷ୍ଟ୍ରୋକରେ ପଡ଼ିବା ପରେ ମୃତ୍ୟୁର ସାମ୍ନା କରୁଛନ୍ତି । ଭାରତରେ ଏହି ରୋଗୀଙ୍କ ସଂଖ୍ୟା ମଧ୍ୟ ହୁହୁ ହୋଇ ବଢିବାରେ ଲାଗିଛି । 


ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ରିପୋର୍ଟରେ ସ୍ପଷ୍ଟ ଭାବରେ କୁହାଯାଇଛି କି, ଭାରତରେ ବ୍ରେନ୍‌ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା ଭୟଙ୍କର ଭାବରେ ବଢିବାରେ ଲାଗିଛି । ଖାସ କରି ଗତ ୧୦ ବର୍ଷ ମଧ୍ୟରେ ବ୍ରେନ୍‌ ଷ୍ଟ୍ରୋକ୍ ମାମଲା ୨୦ ପ୍ରତିଶତ ବୃଦ୍ଧି ପାଇଛି ।


ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଯୁବପିଢିଙ୍କୁ ମଧ୍ୟ ବ୍ରେନ୍‌ ଷ୍ଟ୍ରୋକ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାକୁ ୟଙ୍ଗ-ଆନସେଟ୍‌ ଷ୍ଟ୍ରୋକ୍ କୁହାଯାଏ । ଯେଉଁଥିରେ ୪୫ ବର୍ଷରୁ କମ୍ ଲୋକ ଷ୍ଟ୍ରୋକ୍‌ରେ ପୀଡିତ ହେଉଛନ୍ତି । ୟଙ୍ଗ-ଅନ୍ ଷ୍ଟ୍ରୋକ୍ ସମସ୍ତ ଷ୍ଟ୍ରୋକ୍ ମାମଲାର ପ୍ରାୟ ୧୦ ରୁ ୧୫%  । ତେବେ କାହିଁକି ଏ ରୋଗର ସଂଖ୍ୟା ବଢୁଛି ତାକୁ ନେଇ ବିଶେଷଜ୍ଞ କୁହନ୍ତି, ଜୀବନଶୈଳୀରେ ପରିବର୍ତ୍ତନ ହେବା ଯୋଗୁଁ ଏହା ବଢିବାରେ ଲାଗିଛି ।


ପୂର୍ବ ଅପେକ୍ଷା ଏବେ ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେମିତିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖିବା, ସକାଳୁ ଡେରିରେ ଉଠିବା ସହ ବ୍ରେକ୍‌ ଫାଷ୍ଟ ସ୍କିପ୍‌ କରିବା ଭଳି ଅଭ୍ୟାସ ଆମ ଜୀବନଶୈଳିକୁ ପରିବର୍ତ୍ତନ କରିଛି । କେବଳ ଏତିକି ନୁହେଁ ବରଂ ଅତ୍ୟଧିକ ନିଶା ସେବନ ମଧ୍ୟ ଏକ ଖରାପ ଅଭ୍ୟାସ । ଯେଉଥିପାଇଁ ବ୍ରେନଷ୍ଟ୍ରୋକ ହେବାର ସମ୍ଭାବନା ଅଧିକ ବଢ଼ିଥାଏ । ଅନ୍ୟପଟେ ଏହି ସବୁ ଖରାପ ଅଭ୍ୟାସ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।


ଏହାସହ ଯୁବପିଢିଙ୍କ କ୍ଷେତ୍ରରେ ଦେଖାଦେଉଥିବା ଷ୍ଟ୍ରୋକର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଜମାଟ ବାନ୍ଧିବା ଏବଂ ଆଣ୍ଟି-କ୍ଲୋଟିଂ ମେକାନିଜିମ୍, ଯାହା ହାଇପରକୋଗୁଲେବଲ୍ ସ୍ଥିତିକୁ ନେଇଥାଏ । ଯେଉଁଠାରେ ରକ୍ତରେ ଜମାଟ ବାନ୍ଧିବା ଆରମ୍ଭ ହୋଇଥାଏ। । ଯେତେବେଳେ ମସ୍ତିଷ୍କର ଶିରାରେ ରକ୍ତ ଜମାଟ ସୃଷ୍ଟି ହୁଏ, ଏହା ଷ୍ଟ୍ରୋକ୍ ହୁଏ ।


ଷ୍ଟ୍ରୋକକୁ ନେଇ ଏବେ ସମସ୍ତେ ଚିନ୍ତିତ ଓ ଭୟଭୀୟ ମଧ୍ୟ । କାରଣ ଇଏ ଏମିତି ଏକ ରୋଗ ଯେଉଁଥିଲେ ତତ୍‌କ୍ଷଣାତ୍‌ ରୋଗୀର ଜୀବନ ବି ଯାଇପାରେ । ଷ୍ଟ୍ରୋକ ହେବା ପୂର୍ବରୁ ଅସ୍ପଷ୍ଟ ଦୃଷ୍ଟିଶକ୍ତି, ମୁଣ୍ଡ ବୁଲାଇବା ଏବଂ ପ୍ରବଳ ମୁଣ୍ଡବିନ୍ଧା ଆଦି ଏହାରି ଲକ୍ଷଣ ହୋଇପାରେ । ଯଦି ଏମିତି ହେଉଛି ତେବେ ଆଦୌ ଡେରି ନକରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ବିଶେଷଜ୍ଞ କହିଛନ୍ତି । ଏମିତିକି ସଠିକ୍‌ ସମୟରେ ଚିକିତ୍ସା ହେଲେ ଷ୍ଟ୍ରୋକରୁ ରକ୍ଷା ପାଇପାରିବେ ବୋଲି କୁହାଯାଉଛି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଷ୍ଟ୍ରୋକ୍ ରୋକିବା ପାଇଁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ଜରୁରୀ । ଏହାସହ ସଠିକ୍‌ ଜୀବନ ଶୈଳୀ ଷ୍ଟ୍ରୋକକୁ ରୋକିପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଲକ୍ଷଣ


ହଠାତ୍ ହାତଗୋଡ ଦୁର୍ବଳ ଲାଗିବା । ଶରୀରର ଗୋଟିଏ ପାର୍ଶ୍ବ ଆକାମୀ ହେବା ପରି ଲାଗିବା । ଅଧିକ ହାଲିଆ ଅନୁଭବ ହେବା ।


କଥା କହିବା ବେଳେ ପାଟି ଖନି ମାରିବା, ଭ୍ରମ ହେବା କିମ୍ବା କୌଣସି କଥା ବୁଝିନପାରିବା ।


ଗୋଟିଏ କିମ୍ବା ଉଭୟ ଆଖିରେ ଦୃଷ୍ଟିଶକ୍ତି କମିଯିବା । ହଠାତ୍ ଦେଖିବାରେ ସମସ୍ୟା ହେବା ବା ସବୁକିଛି ଝାପ୍‌ସା ଦେଖାଯିବା ।


ହଠାତ୍ ମୁଣ୍ଡ ବୁଲାଇଦେବା, ନିଜ ଉପରେ ନିୟନ୍ତ୍ରଣ ନ ରହିବା । ଚାଲିବାରେ ସମସ୍ୟା ହେବା କିମ୍ବା ସନ୍ତୁଳନ ନ ରଖିପାରିବା ।


ବିନା କାରଣରେ ହଠାତ୍ ଜୋରରେ ମୁଣ୍ଡ ବିନ୍ଧାହେବା ।

Sponsored
These are the symptoms that appear before a stroke. | Argus News