Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପିଲାମାନଙ୍କ ପାଖରେ ଅନେକ ପ୍ରକାରର ରୋଗ ଵଢିଵାରେ ଲାଗିଛି

Health & Wellness

ପିଲାମାନଙ୍କ ପାଖରେ ଅନେକ ପ୍ରକାରର ରୋଗ ଵଢିଵାରେ ଲାଗିଛି

Rashmita Mishra
Browse all articles by Rashmita Mishra
·2 years ago·2 min read
ପିଲାମାନଙ୍କ ପାଖରେ ଅନେକ ପ୍ରକାରର ରୋଗ ଵଢିଵାରେ ଲାଗିଛି

ଅର୍ଗସ ବ୍ୟୁରୋ: ଆଜି କାଲିର ପିଲାମାନଙ୍କ ପାଖରେ ଅନେକ ପ୍ରକାରର ରୋଗ ଵଢିଵାରେ ଲାଗିଛି । ସେମାନଙ୍କୁ କିପରି ଏସଵୁ ରୋଗକୁ ରୋକାଯାଇପାରିବ ତାହା ଧ୍ୟାନ ଦେଵା ଆଵଶ୍ୟକ । 
ଆଜିକାଲି ପିଲାମାନଙ୍କଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ଵଢିଵାରେ ଲାଗିଛି। ପିଲାମାନେ ଡାକ୍ତର, ଇଞ୍ଜିନିୟର, ଓକିଲ, ଆଇଏଏସ୍, ଆଇପିଏସ୍, ହେବାକୁ ସପ୍ନ ଦେଖୁଛନ୍ତି । କିନ୍ତୁ ପିଲାମାନେ ଯଦି ରୋଗରେ ଆକ୍ରାନ୍ତ ହୁଅନ୍ତି ।  ସେମାନେ ନିଜର ଆଶା ଏବଂ କ୍ୟାରିୟର ପାଇଁ ସ୍ଥିର କରିଥିବା ଲକ୍ଷ୍ୟ ସଫଳ ହୁଏନାହିଁ । ଧୀରେ ଧୀରେ ସେମାନେ ଶାରୀରିକ ସମସ୍ୟା ସହ ମାନସିକ ଆଘାତ ପାଇଥାନ୍ତି । 

ଆଜିକାଲି ଡାକ୍ତର ମାନେ କହୁଛନ୍ତି ସେମାନଙ୍କ ପାଖକୁ ଅନେକ କେସ୍ ଆସୁଛି ଯୋଉଁଥିରେ ସେମାନଙ୍କ ରକ୍ତରେ ଆଡ୍ରେନାଲିନ୍ ହରମୋନ୍ କମି ହୃଦୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକୁ ଆକ୍ରମଣ ହୋଇଥାଏ । ହୃଦଘାତ ଏବଂ ରକ୍ତଚାପ ବୃଦ୍ଧି ହେତୁ ହୃଦଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ବହୁଗୁଣିତ ହୁଏ।  ହରମୋନ୍ ଅସନ୍ତୁଳନ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ଏବଂ ହରମୋନର ଅଭାଵ ହେତୁ ମୁଡ୍ ସୁଇଙ୍ଗ୍, ନିଦ୍ରା ଅଭାବ, ସବୁବେଳେ ଥକାପଣ, ମୁଣ୍ଡବିନ୍ଧା, ଅଦୃଶ୍ୟତା ଏବଂ ମାଂସପେଶୀ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡେ । 

ହରମୋନର ଅସନ୍ତୁଳନ ଯୋଗୁଁ  ଥାଇରଏଡ , ପିସିଓଡି ପରି ସାଂଘାତିକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ । ଅଳ୍ପ ବୟସରେ ଏହି ରୋଗର ଆକ୍ରାନ୍ତ ହୋଇ ମାନସିକ ସ୍ତରରୁ ଦୁର୍ଵଳ ହୋଇପଡନ୍ତି । ପିଲା ମାନେ ନିଜ ପାଇଁ ସମୟ ବାହାର କରିବାରେ ସକ୍ଷମ ନୁହଁନ୍ତି, ଶାରୀରିକ ଭାବରେ ସକ୍ରିୟ ରୁହନ୍ତି ନାହିଁ କିମ୍ବା ମାନସିକ ଶାନ୍ତି ପାଇଁ ଧ୍ୟାନ ମଧ୍ୟ କରନ୍ତି ନାହିଁ, ଯଦି ସେମାନେ ଏହା କରନ୍ତି ତେବେ ସେମାନେ ସେମାନଙ୍କର ଲକ୍ଷ୍ୟ ହାସଲ  କରିପାରିଵେ । ତେଵେ ଆସନ୍ତୁ ଜାଣିଵା ଏହି ପରି ସମାସ୍ୟାରୁ  ପିଲା ମାନଙ୍କୁ କିପରି ଦୂରେଇ ରଖିପାରିଵା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୬ମାସରେ ଥରେ କୋଲେଷ୍ଟ୍ରଲ, ୩ ମାସରେ ରକ୍ତରେ ଶର୍କରା ,ବର୍ଷକୁ ଥରେ ଆଖି ପରୀକ୍ଷା ,ପ୍ରତିବର୍ଷ ସଂପୂର୍ଣ୍ଣ ଶରୀର ଯାଞ୍ଚ କରନ୍ତୁ ।ରୋଗ ପ୍ରତିରୋଧକ ଶକ୍ତି ଵଢାଇଵା ପାଇଁ ଵିପି, କୋଲେଷ୍ଟ୍ରଲ କମାଇଵା ପାଇଁ ,ବ୍ୟାୟାମ ଏବଂ ଯୋଗ କରନ୍ତୁ ଓଜନକୁ  ନିୟନ୍ତ୍ରଣରେ ରଖନ୍ତୁ ।ଧୂମପାନ କରନ୍ତୁ ନାହିଁ

Painting
Sponsored
tips for kids health issues | Argus News