ଆପଣ ଟଏଲେଟ୍ରେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି କି?

Key Points
ଆଜିକାଲି ଅଧିକାଂଶ ଲୋକ ଟଏଲେଟ ଯିବାବେଳେ ସାଥୀରେ ମୋବାଇଲ ଫୋନ ନେଇ ଯାଉଛନ୍ତି। ବ୍ୟବସ୍ତବହୁଳ ଜୀବନ ମଧ୍ୟରେ ସୋସିଆଲ ମିଡିଆ ଏମିତି କିମିଆ କରିଛି ଯେ, ଲୋକ କମଡରେ ବସିବାବେଳେ ରିଲ ସ୍କ୍ରଲ କରୁଛନ୍ତି।
ଆଜିକାଲି ଅଧିକାଂଶ ଲୋକ ଟଏଲେଟ ଯିବାବେଳେ ସାଥୀରେ ମୋବାଇଲ ଫୋନ ନେଇ ଯାଉଛନ୍ତି। ବ୍ୟବସ୍ତବହୁଳ ଜୀବନ ମଧ୍ୟରେ ସୋସିଆଲ ମିଡିଆ ଏମିତି କିମିଆ କରିଛି ଯେ, ଲୋକ କମଡରେ ବସିବାବେଳେ ରିଲ ସ୍କ୍ରଲ କରୁଛନ୍ତି। ଆଉ କେହ କେହି ନ୍ୟୁଜ ମଧ୍ୟ ଦେଖୁଛନ୍ତି। କିନ୍ତୁ ଆମେରିକାର ଏକ ରିସର୍ଚ୍ଚରୁ ବଡ଼ ତଥ୍ୟର ଖୁଲାସା ହୋଇଛି। ଯାହାକୁ ଶୁଣିଲେ ଆପଣଙ୍କୁ ସକ୍ ଲାଗିବ।
ଶୌଚାଳୟରେ ସ୍ମାର୍ଟଫୋନ ବ୍ୟବହାର କରିବା ବଡ଼ ବିପଦ। ଚିକିତ୍ସକମାନେ ଅନେକ ସମୟରେ ଏହା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ,ଏହା ସ୍ୱାସ୍ଥ୍ୟ ପକ୍ଷେ ଠିକ୍ ନୁହେଁ ଏବଂ ଏଥିରେ ଶାରୀରିକ ସମସ୍ୟା ସବୁ ହୋଇପାରେ। ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ,ଯେଉଁ ଲୋକ ଶୌଚାଳୟରେ ନିଜର ସ୍ମାର୍ଟଫୋନ ବ୍ୟବହାର କରନ୍ତି , ତାଙ୍କ ଠାରେ ଅର୍ଶ ହେବାର ବିପଦ ୫୦ ପ୍ରତିଶତ ଅଧିକ ହୋଇଥାଏ। ଏହା ୧୨୫ ଜଣ ଲୋକଙ୍କ ବିଶ୍ଳେଷଣ ଉପରେ ଆଧାରିତ, ଯେଉଁଥିରେ ପଚରା ଯାଇଥିଲା ଯେ, ସେମାନେ ନିଜର ଫୋନକୁ କଣ ଶୌଚାଳୟ ଭିତରକୁ ନେଇକି ଯାଆନ୍ତି।
📱 Get Argus News App
✨ଏଥିରୁ ଦୁଇ-ତୃତୀୟାଂଶ ଲୋକ ସ୍ୱୀକାର କରିଛନ୍ତି ଯେ, ସେମାନେ ଶୌଚ କରିବା ସମୟରେ ନିଜର ଫୋନ୍କୁ ସ୍କ୍ରଲ୍ କରିଥାନ୍ତି। ଏମିତି ଲୋକ କମୋଡ୍ ଉପରେ ମଧ୍ୟ ଅଧିକ ସମୟ ମଧ୍ୟ ବିତାଇଥାନ୍ତି। ମାସାଚୁସେଟ୍ସର ବୋଷ୍ଟନରେ ବେଥ୍ ଇସ୍ରାଏଲ ଡେକୋନେସ୍ ମେଡିକାଲ ସେଣ୍ଟରର ତ୍ରିଶା ପସରିଚା ଏକ ଡାକ୍ତରୀ ଟିମ୍ ସହ ଅଧ୍ୟୟନ କରିଥିଲେ। ସେ କୋଲୋନୋସ୍କୋପି କରାଇ ଥିବା ୪୫ ବର୍ଷରୁ ଅଧିକ ବୟସର ୧୨୫ ଜଣ ଲୋକଙ୍କୁ ସେମାନଙ୍କର ଶୌଚାଳୟର ଅଭ୍ୟାସ, ସାଧାରଣ ସ୍ୱାସ୍ଥ୍ୟ ଓ ଶାରୀରିକ କାର୍ଯ୍ୟକଳାପ ବିଷୟରେ ପ୍ରଶ୍ନ ପଚାରି ଥିଲେ।
ସେମାନେ ତଥ୍ୟ ଓ ସେମାନଙ୍କର କୋଲୋନୋସ୍କୋପି ଇମେଜ୍ ବ୍ୟବହାର କରି ଦେଖିଲେ ଯେ, ସେମାନଙ୍କର ଅର୍ଶ ହୋଇଛି କି ନାହିଁ ଏବଂ ଟଏଲେଟ୍ରେ ସେମାନଙ୍କ ଫୋନ୍ରେ ବିତାଇଥିବା ସମୟର କୌଣସି ପ୍ରଭାବ ପଡ଼ିଛି କି ନାହିଁ।
ତେବେ ୬୬% ଲୋକ ଟଏଲେଟରେ ସ୍ମାର୍ଟଫୋନ ବ୍ୟବହାର କରନ୍ତି। ଯେଉଁଥିରେ କି, ୫୪% ଲୋକ ନ୍ୟୁଜ ପଢ଼ନ୍ତି ଏବଂ ୪୪% ଲୋକ ସୋସିଆଲ ମିଡିଆର ବ୍ୟବହାର କରନ୍ତି।
ଶୌଚାଳୟରେ ସ୍ମାର୍ଟଫୋନ୍ର ବ୍ୟବହାର କରିବାରେ ଏହି ରୋଗ ହେବାର ଆଶଙ୍କା ୪୬ ପ୍ରତିଶତ ଅଧିକ ହୋଇଥାଏ। କାରଣ ଏମିତି ଲୋକ ନିଜର କାମ ସାରିବାରେ ଅଧିକ ସମୟ ନେଇଥାନ୍ତି।
ତେବେ ଏହା ପ୍ରଥମ ଥର ନୁହେଁ ୨୦୨୦ ମସିହାରେ ତୁର୍କୀ ଏବଂ ଇଟାଲିର ଏକ ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ, ଟଏଲେଟ ବହୁତ ବିଳମ୍ବ ସମୟ ବିତାଉଥିବା ବ୍ୟକ୍ତିଙ୍କୁ ନିଶ୍ଚିତ ଭାବେ ଅର୍ଶ ଭଳି ଗମ୍ଭୀର ସମସ୍ୟା ହେବାର ଲକ୍ଷଣ ଅଧିକ।
ପାଇଲ୍ସ ବା ଅର୍ଶ ରୋଗ କଣ?
ପାଇଲ୍ସ କିମ୍ବା ହେମୋରଏଡ୍ସ ପ୍ରକୃତରେ ଆମ ଶରୀରର ଏକ ସାଧାରଣ ଅଂଶ। ଏଗୁଡ଼ିକ ମଳଦ୍ୱାର ନିକଟରେ ରକ୍ତବାହୀ ନଳୀ ଏବଂ ଟିସୁର ଏକ ଗୋଷ୍ଠୀ, ଯାହା ମଳତ୍ୟାଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯେତେବେଳେ ଏଗୁଡ଼ିକ ସ୍ୱାଭାବିକ ଥାଏ। ଏଗୁଡ଼ିକ କୌଣସି ସମସ୍ୟା ସୃଷ୍ଟି କରେ ନାହିଁ, କିନ୍ତୁ ଯେତେବେଳେ ଏଗୁଡ଼ିକ ଫୁଲିଯାଏ, ଏଗୁଡ଼ିକ ଯନ୍ତ୍ରଣା, ରକ୍ତସ୍ରାବ ଭଳି ସମସ୍ୟା ସୃଷ୍ଟି କରିପାରେ। ଏଗୁଡ଼ିକ ଆଭ୍ୟନ୍ତରୀଣ କିମ୍ବା ବାହ୍ୟ ଉଭୟ ସ୍ଥାନରେ ହୋଇପାରେ।
ତେବେ କଣ ଏହି ରୋଗର ନିରାକରଣ:
ପ୍ରତିଦିନ ଫାଇବର ଯୁକ୍ତ ଖାଦ୍ୟ ଖାଇବା ସହ ଅଧିକ ମାତ୍ରାରେ ପାଣି ପିଅନ୍ତୁ ଯେମିତି କବ୍ଜ ସମସ୍ୟା ହେବନି
-ଟଏଲେଟରେ ବେଶୀ ସମୟ ବସନ୍ତୁ ନାହିଁ
-ଫୋନ ଏବଂ ଲାପଟପ ଭଳି ଡିଭାଇସକୁ ବାଥରୁମକୁ ନିଅନ୍ତୁ ନାହିଁ
-ଯଦି ଆପଣଙ୍କୁ ଅର୍ଶ ଭଳି ସମସ୍ୟା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ