Videos
|
Health-wellness

ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା ହେବ ସହଜ, ନୂଆ ଔଷଧକୁ ମିଳିଲା ମଞ୍ଜୁରୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା ହେବ ସହଜ, ନୂଆ ଔଷଧକୁ ମିଳିଲା ମଞ୍ଜୁରୀ

ଆଜିକା ଦିନରେ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି । ବ୍ରେଷ୍ଟ କ୍ୟାନସର ମାମଲା ବଢ଼ି ଚାଲିଥିବା ବେଳେ ଏକ ଭଲ ଖବର ଆସିଛି । ଶୁକ୍ରବାର ଏକ ନୂଆ ଔଷଧକୁ ମଞ୍ଜୁରୀ ମିଳିଛି । କୁହାଯାଉଛି, ଏହି ଔଷଧ ସ୍ତନ କର୍କଟ ବ୍ୟାପିବା ଗତିକୁ ମନ୍ଥର କରିବାରେ ସହାୟକ ହେବ । ଏହାକୁ ବ୍ରିଟେନର ସରକାରୀ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା ମଞ୍ଜୁରୀ ଦେଇଛି ।


କ୍ୟାପିବାସେରଟିବକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ହେଲ୍‌ଥ ଆଣ୍ଡ୍ କେୟାର ଏକ୍ସିଲେନ୍ସ ମଞ୍ଜୁରୀ ଦେବାକୁ ବୈଜ୍ଞାନିକ ଐତିହାସିକ କହିଛନ୍ତି । ଏନଆଇସିଇ କହିଛି, ଏଚଆର୍-ପଜିଟିଭ୍, ଏଚଇଆଇର୨-ନେଗେଟିଭ୍‌ରେ ପୀଡ଼ିତ ୧ ହଜାରରୁ ଅଧିକ ମହିଳାଙ୍କୁ ପ୍ରତିବର୍ଷ ଦିନକୁ ୨ଟି ଔଷଧ ଦେଲେ ଉପକାରୀ ହେବ ।


ବ୍ରିଟିଶ୍ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରେଜେନକା ଦ୍ଵାରା ପ୍ରସ୍ତୁତ ଏହି ଔଷଧ ଯାହାକୁ ଟ୍ରୁକ୍ୟାପ କୁହାଯାଉଛି । କ୍ୟାନସର ବିସ୍ତାରକୁ ଏହା ମନ୍ତର କରିବାରେ ସହାୟକ ହେବ । ଏହାର ଅର୍ଥ ଏହି ଔଷଧ କିଛି ରୋଗୀଙ୍କୁ ଲମ୍ବା ସମୟ ଜୀବିତ ରଖିବାରେ ସମର୍ଥ ହୋଇ ପାରିବ ।


ଏନଆଇସିଇର ମେଡିସିନ୍ ନିର୍ଦ୍ଦେଶକ ହେଲେନ୍ ନାଇଟ୍ କହିଛନ୍ତି, ଆଡଭାନ୍ସ ଷ୍ଟେଜର ବ୍ରେଷ୍ଟ କ୍ୟାନସର ପୀଡ଼ିତଙ୍କ ପାଇଁ ସୀମିତ ବିକଳ୍ପ ରହିଛି । କେମୋଥେରାପି ଆବଶ୍ୟକତା ବିଳମ୍ବ ହେଉଥିବା ବେଳେ ଏହା ଦ୍ଵାରା କ୍ଷତିର ସମ୍ଭାବନା ବହୁତ କମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
UK Approves Landmark Breast Cancer Drug | Argus News