ଭିଟାମିନ୍-Dର ଅଭାବରେ କେଶ ଝଡ଼ି ଥାଏ...

ଅର୍ଗସ ବ୍ୟୁରୋ: ଅଧିକ ଭିଟାମିନ୍-D ସେବନ ଦେହ ପାଇଁ ଭଲ ନା ଖରାପ। କଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଶରୀରକୁ ସୁସ୍ଥ ରଖିବା ପାଇଁ ଉତ୍ତମ ଏବଂ ସନ୍ତୁଳିତ ଆହାର ଆବଶ୍ୟକ ହୋଇଥାଏ । ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏଥିମଧ୍ୟରୁ ଭିଟାମିନ୍-D ଅନ୍ୟତମ । ଏହା ଶରୀରକୁ ବିଭିନ୍ନ ପୋଷକ ତତ୍ୱ ପ୍ରଦାନ କରିଥାଏ । ଏହା ଆମ ମାନସିକ ଏବଂ ଶାରୀରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଶରୀରରେ ଭିଟାମିନ୍-Dର ମାତ୍ରା ଅଧିକ ହେଲେ ଏହାକୁ Hypervitaminosis D କୁହାଯାଏ । ଅଣ୍ଡା, ମାଛ, ମାଂସ, କ୍ଷୀର, ଭିଟାମିନ୍-D supplement ଏବଂ ସୂର୍ଯ୍ୟ କିରଣ ଭିଟାମିନ୍-D ର ଉତ୍ତମ ଉତ୍ସ ଭାବେ ଜଣାଶୁଣା । ଡାକ୍ତରଙ୍କ ଅନୁଯାୟୀ ସାଧାରଣତଃ ୧ ବର୍ଷର ଶିଶୁ ଠାରୁ ଆରମ୍ଭ କରି ୭୦ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ଦୈନିକ 20ng/mL କିମ୍ବା ଏହା ଠାରୁ ଅଧିକ ଭିଟାମିନ୍-Dର ସେବନ କରିବା ଉଚିତ । ରକ୍ତରେ କ୍ୟାଲସିୟମର ସ୍ତର ବୃଦ୍ଧି ପାଇଥାଏ ।
ଫଳରେ ଶରୀର ଟିସ୍ୟୁକୁ କ୍ଷତି ପହଞ୍ଚାଇବା ସହ ଅସ୍ଥି ବିକାଶ ପାଇଁ ଆବଶ୍ୟକୀୟ ହରମୋନ୍ସରେ ବାଧା ସୃଷ୍ଟି କରିଥାଏ । ତେଣୁ ହାଡ଼ ଶକ୍ତ ହେବା ପରିବର୍ତ୍ତେ ଦୁର୍ବଳ ହୋଇଥାଏ । ଭିଟାମିନ୍ ଭିଟାମିନ୍-Dର ଅଭାବରେ କେଶ ଝଡ଼ି ଥାଏ । ସେହିପରି ଭିଟାମିନ୍-Dର ଅତ୍ୟାଧିକ ସେବନ ଦ୍ୱାରା କେଶ ଫାଟିଥାଏ । କିଡନୀ ଷ୍ଟୋନ୍, କିଡନୀ ଫେଲ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ସେହିପରି 125ng/mLରୁ ଅଧିକା ଭିଟାମିନ୍-Dର ସେବନ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ଅତ୍ୟାଧିକ ମାତ୍ରାରେ ଭିଟାମିନ୍-D ସେବନ କରିବା ଦ୍ୱାରା ଶରୀରକୁ କିପରି କ୍ଷତି ହୋଇଥାଏ ।
📱 Get Argus News App
✨ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: