ପେଟ କମାଇବାକୁ ଚାହୁଁଥିଲେ ପିଅନ୍ତୁ ଏହି ପାଣି

ଆଜିକା ଯୁଗରେ ମୋଟା ହେବା ଏକ ବହୁତ ବଡ ସମସ୍ୟା ପାଲଟିଛି। ବିଶେଷ କରି ପେଟ ବାହାରିବା । ବହୁତ ଲୋକଙ୍କୁ ନିଜ ପେଟ ବାହାରିବା ଦେଖି ବହୁତ ଦୁଃଖ ଲାଗେ କାହିଁକିନା ଏହା ପୋଷାକ ଉପରୁ ଦେଖା ଯାଉଥାଏ, କେବଳ ଏହା ନୁହେଁ ପେଟ ପାଇଁ ଆପଣ ନିଜ ପସନ୍ଦ କପଡା ପିନ୍ଧି ପାରନ୍ତି ନାହିଁ । ଯାହା ତାଙ୍କୁ ଇଛା ଥାଏ କିନ୍ତୁ ତାଙ୍କୁ ଫିଟ ହୁଏ ନାହିଁ । ମୋଟାପଣ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ହୋଇଥାଏ। ଏହା ପାଇଁ ହୃଦରୋଗ ଠାରୁ ଆରମ୍ଭ କରି ମଧୁମେହ ଭଳି ଭୟଙ୍କର ରୋଗ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏମିତି ଡ୍ରିଂକ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀରର ଫ୍ୟାଟ କମ କରିବ ।
କାକୁଡି, ଲେମ୍ବୁ ଓ ଧନିଆ
ଏହି ଡ୍ରିଂକ ପାଇଁ ଆପଣଙ୍କ ଅଧିକ ଟଙ୍କା ଖର୍ଚ ହେବନାହିଁ । ଆପଣଙ୍କ ପାଇଁ ଲାଭକାରୀ ମଧ୍ୟ ହେବ । ପ୍ରଥମେ କାକୁଡି ଛେଲି କାଟି ଦିଅନ୍ତୁ, ଲେମ୍ବୁ ରସ, ଧନିଆ ଓ ଅଧା କପ ପାଣି ଗ୍ରାଇଣ୍ଡରରେ ପକେଇ ପେଷ୍ଟ କରନ୍ତୁ ଓ ତା ପରେ ଏହାକୁ ପିଅନ୍ତୁ। ଏହି ମିଶ୍ରଣ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ । କାହିଁକି ନା ଏହି ମିଶ୍ରଣରେ ଫ୍ୟାଟ୍ କମ କରିବାର ଗୁଣ ଅଛି ଓ ଏଥିରେ କ୍ୟାଲୋରି ମଧ୍ୟ ନଥାଏ ।
ଅଦା ଚା
📱 Get Argus News App
✨ଯଦି ଆପଣଙ୍କୁ ରାତି ଖାଦ୍ୟ ଖାଇବା ପରେ ଓଜନିଆ ଲାଗୁଛି, ତାହେଲେ ଆପଣଙ୍କୁ ଅଦା ଚା ନିଶ୍ଚିତ ପିଇବା ଉଚିତ । ଅଦା ପେଟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ, ଯେତେବେଳେ ଆପଣ ନିଜ ପାଚନ ତନ୍ତ୍ର ଉପରେ ଧ୍ୟାନ ଦିଅନ୍ତି, ଏହା ସାହାଯ୍ୟରୁ ଆପଣଙ୍କ ଓଜନ କମିଥାଏ । ଅଦା ଚା ସେବନ କଲେ ଶରୀରରୁ ଟକସିନ୍ସ ଓ ବେକାର ଜିନିଷ ବାହାର କରିଥାଏ ।
ଏହି ଚା ପାଇଁ ଆପଣଙ୍କୁ ଅଦା, ଗୋଟେ ଚାମଚ ମହୁ, ଚା'ପତି ଓ ଲେମ୍ବୁ ରସ ଦରକାର । ଚା' କରି ସାରିବା ପରେ ଏଥିରେ ମହୁ ଓ ଲେମ୍ବୁ ପକାନ୍ତୁ ଓ ତାପରେ ଏହାର ସେବନ କରନ୍ତୁ ଏହା ଆପଣଙ୍କୁ ସୁସ୍ଥ ରଖିବ। ଏହି ଚା'କୁ ରାତି ଖାଇବା ଖାଇଲା ପରେ ସେବନ କରନ୍ତୁ । ଏହା ପରେ ଶୋଇ ପଡନ୍ତୁ, ବହୁତ ଲାଭ ଦେବ ।