କାହିଁକି ହୁଏ ଲିଭର ସିରୋସିସ୍ ? ଜାଣନ୍ତୁ କାରଣ, ଲକ୍ଷଣ, ସମାଧାନ...

ଆଜିକାଲି ଲିଭର ସିରୋସିସ୍ ଅନେକ ଲୋକ ତଥା ଯୁବକଙ୍କୁ ହେଉଥିବା ଦେଖିବାକୁ ମିଳିଛି । ଅନେକ ବଡ ବଡ ଅଭିନେତା ଲିଭର ସିରୋସିସ୍ କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି । ଆଗରୁ ଏହି ରୋଗ ପ୍ରାୟ ୫୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ହେଉଥିଲା କିନ୍ତୁ ଏବେ ପ୍ରାୟ ୩୦ ବର୍ଷରୁ ଯୁବକମାନଙ୍କୁ ହେଉଥିବା ଦେଖିବାକୁ ମିଳିଛି । ଏପରି ସମସ୍ୟା କରୋନା ପରେ ବେଶି ସଂଖ୍ୟାରେ ହେଉଥିବାର ଦେଖା ଯାଉଛି । ତେବେ ଅନେକ ଲୋକଙ୍କର ଧାରଣା ଥାଏ, କେବଳ ମଦ ଅଧିକ ପିଇଲେ ଲିଭର ସିରୋସିସ୍ ହେବାର ସମ୍ଭାବନା ଥାଏ, କିନ୍ତୁ ଏହି ଧାରଣା ସମ୍ପୁର୍ଣ୍ଣ ଭୁଲ । ଲିଭର ସିରୋସିସ୍ର କାରଣ କେବଳ ମଦ ନୁହେଁ , ଆମର ବର୍ତ୍ତମାନର ଜୀବନଶୈଳୀ ଏହାର ଏକ ବଡ କାରଣ ମଧ୍ୟ ।
କରୋନା ସମୟରେ ଆମର ଶାରୀରିକ ବ୍ୟାୟାମ ଏକପ୍ରକାର ବନ୍ଦ ହୋଇ ଯାଇଥିଲା । ଯାହାଦ୍ବାରା ଲିଭରରେ ସମସ୍ୟା ଦେଖା ଦେଇଥିଲା । ଏହାଛଡା ଅତ୍ୟଧିକ ଫାଷ୍ଟଫୁଡ , ମଇଦାରୁ ତିଆରି ଜିନିଷ ଅତ୍ୟଧିକ ଖାଇବା ଦ୍ବାରା ଲିଭରରେ ଫ୍ୟାଟ ଜମା ରହିଥାଏ । ଯାହାଦ୍ବାରା ୧୧ରୁ ୧୯ ବର୍ଷର ୫ରୁ ୧୦ ପ୍ରତିଶତ ପିଲା ଲିଭର ସିରୋସିସ୍ର ଶିକାର ହୋଇଥାନ୍ତି ।
ଲିଭର ସିରୋସିସ୍ର କାରଣ
ଅତ୍ୟଧିକ ମଦ୍ୟପାନ :
ଲିଭର ସିରୋସିସ୍ର ଏକ ପ୍ରମୁଖ କାରଣ ହେଉଛି ମଦ୍ୟପାନ । ଏହା ଲିଭର ସେଲ୍କୁ ଖୁବ କ୍ଷତି ପହଞ୍ଚାଇଥାଏ । ସେଥିପାଇଁ ଅତ୍ୟଧିକ ମଦ୍ୟପାନ ଲିଭର ସିରୋସିସ୍ର ମୁଖ୍ୟ କାରଣ ।
ଅସ୍ବାସ୍ଥ୍ୟକର ଜୀବନଶୈଳୀ :
ଆମର ଦୈନନ୍ଦୀନ ଜୀବନଶୈଳୀରେ ଏମିତି ପରିବର୍ତ୍ତନ ଆସିଛି, ଯାହା ଆମ ଶରୀର ପାଇଁ ଖୁବ କ୍ଷତିକାରକ । ଆମେ ଅନେକ ସମୟରେ ଜଙ୍କଫୁଡ ଯେମିତି ପିଜା, ବର୍ଗର, ମୋମୋ ଆଦି ଖାଇଥାନ୍ତି । ଯାହା ଆମ ଲିଭରରେ ଫ୍ୟାଟ ଆକାରରେ ଜମା ରହିଥାଏ । ଏବଂ ପରେ ଏହା ଲିଭର ସିରୋସିସ୍ ଭଳି ମାରାତ୍ମକ ରୋଗର ରୂପ ନେଇଥାଏ ।
ଲିଭର ସିରୋସିସ୍ର ଲକ୍ଷଣ :
୧-ଭୋକ ନ ଲାଗିବା , ଶରୀର ଅନବରତ କୁଣ୍ଡାଇ ହେବା , ଶରୀର ଏବଂ ଆଖି ହଳଦିଆ , ଅଚାନକ ଓଜନ ହ୍ରାସ ହେବା, ଗୋଡ ଫୁଲିବା , ଥକିଯିବା ଏବଂ ଦୁର୍ବଳ ଲାଗିବା । ଏହିସବୁ ଲିଭର ସିରୋସିସ୍ର ଲକ୍ଷଣ ଅଟେ । ଏମିତି କିଛି ଲକ୍ଷଣ ଦେଖା ଦେଉଥିଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
କେଉଁ କେଉଁ ଜିନିଷ ପ୍ରତି ଧ୍ୟାନ ଦେବେ :
ନିଜ ଶରୀରର ଓଜନକୁ ନିୟନ୍ତ୍ରଣ ରଖିବେ , ପ୍ରତିଦିନ ନିଶ୍ଚିନ୍ତ ବ୍ୟାୟାମ କରିବେ , ସ୍ବାସ୍ଥ୍ୟକର ଖାଦ୍ୟ ଖାଇବେ, ମଦ୍ୟପାନରୁ ଦୂରେଇ ରହିବେ , ଫ୍ୟାଇଭର ଅଧିକ ମାତ୍ରାରେ ଥିବା ଖାଦ୍ୟ ଖାଇବେ, ତାଜା ପନିପରିବା ସତେଜ ଫଳ ଖାଇବେ ।