Videos
|
Health & Wellness

ପାଦ କହିବ ଆପଣଙ୍କୁ କେଉଁ ରୋଗ ହେଇଛି ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଦ କହିବ ଆପଣଙ୍କୁ କେଉଁ ରୋଗ ହେଇଛି ?

ର୍ଅଗସ ବ୍ୟୁରୋ:  ରୋଗ ଏକ ବଡ ସମସ୍ୟା। କେତେବେଳେ କାହାକୁ କେଉଁ ରୋଗ ହେଉଛି ତାହା କିଏ ବା କହିବ। କିନ୍ତୁ ଯଦି ଆମେ କେଉଁ ରୋଗ ଆଟାକ କରିବା ତାହା ଜାଣିପାରିବା ତେବେ ସେନେଇ ପ୍ରତିକାର କରିପାରିବା। କୁହାଯାଏ ଆଗୁଆ ବାଡ ବାନ୍ଧିବା ଦ୍ୱାରା ସାମାନ୍ୟତମ ଚିନ୍ତାମୁକ୍ତ ହୋଇପାରିବା ଏବଂ ସୁସ୍ଥ ରହିପାରିବା। ଆପଣ ଜାଣନ୍ତି କି ପାଦ କହିବ ଆପଣଙ୍କୁ କେଉଁ ରୋଗ ହୋଇଛି। ସାଧାରଣତଃ ଓଜନ ଏବଂ ମୁହଁକୁ ଦେଖି ସ୍ବାସ୍ଥ୍ୟ ସମସ୍ୟା ନେଇ ଦେଖାଯାଇଥାଏ ।


ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପାଦର ଚର୍ମ, ନଖ ଦେଖି ରୋଗ ଚିହ୍ନଟ କରାଯାଇପାରିବ । ପାଦରେ ଯନ୍ତ୍ରଣା ହେବା, ଫୁଲିବା, ଶିରା ପ୍ରଶିରାରେ ସମସ୍ୟା ଦେଖାଯାଏ, ସେମାନେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ । ନଖ ହଳଦିଆ ହେବା ଦ୍ବାରା ଫୁସଫୁସ ଏବଂ ରକ୍ତର ଅଭାବ ମଧ୍ୟ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ବାରମ୍ବାର ପାଦ ଫୁଲିବା କିମ୍ବା ଅଧିକ ସମୟ ଫୁଲା ରହିବା କିଡନୀ, ହାଡ, ପାଚନ ତନ୍ତ୍ର, ହୃଦୟ ଏବଂ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାର ସଙ୍କେତ ଦେଇପାରେ । ଡାଇବେଟିସର ଲକ୍ଷଣ ଭାବରେ ବିଚାର କରାଯାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନେକ ସମୟରେ ପାଦ ଫୁଲିବା ଭଳି ସମସ୍ୟା ଦେଖାଯାଇଥାଏ । ହାର୍ଟ, କିଡନୀ କିମ୍ବା ଲିଭରରେ କୌଣସି ସମସ୍ୟା ହୋଇପାରେ । ନଖ ମୋଟା ହେବା ଫଙ୍ଗଲ ସଂକ୍ରମଣର ଲକ୍ଷଣ ହୋଇପାରେ । ହେଲେ କେତେକ କ୍ଷେତ୍ରରେ ଏହା ଥାଇରଏଡ ସମସ୍ୟା ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।


ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:

What disease has afflicted you says your feet? | Argus News