Videos
|
Health-wellness

କେଉଁ ଭିଟାମିନର ଅଭାବ ଅତ୍ୟଧିକ ନିଦ ଆଣେ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·1 year ago·2 min read
କେଉଁ ଭିଟାମିନର ଅଭାବ ଅତ୍ୟଧିକ ନିଦ ଆଣେ ଜାଣନ୍ତୁ...

ଅର୍ଗସ ବ୍ୟୁରୋ: ପ୍ରତେକ ଲୋକ ଯଦି ରାତିରେ ଭଲ ଭାବରେ ଗଭୀର ନିଦରେ ଶୋଇବ, ତେବେ ସାରା ଦିନ ସତେଜ ଅନୁଭବ କରିବ। ଅନେକ ସମୟରେ ଦେଖାଯାଏ ସାରା ରାତି ଶୋଇବା ପରେ ମଧ୍ୟ ଆମ ନିଦ ପୁରା ହୋଇନଥାଏ । ଅନେକ ଲୋକ ଅଛନ୍ତି ରାତି ସାରା ଶୋଇଲା ପରେ ମଧ୍ୟ ସକାଳେ ଉଠିବାକୁ ଇଚ୍ଛା କରନ୍ତି ନାହିଁ ଏବଂ ଦିନସାରା ଆଳସ୍ୟ ଅନୁଭବ କରିଥାନ୍ତି । ଏହାର କାରଣ କେବଳ ନିଦର ଅଭାବ ନୁହେଁ ବରଂ ଶରୀରରେ ଭିଟାମିନର ଅଭାବ ଥିଲେ ଏହିପରି ଲକ୍ଷଣ ଦେଖାଯାଇଥାଏ ।


ଯେତେବେଳେ ଶରୀରରେ କିଛି ଭିଟାମିନର ଅଭାବ ଥାଏ, ସେତେବେଳେ ଆପଣଙ୍କର ନିଦ ବଢ଼ିବା କିମ୍ବା କମିବା ଆରମ୍ଭ ହୁଏ। ଯାହା ଯୋଗୁଁ ଜଣେ ଦିନସାରା ଆଳସ୍ୟ ଏବଂ କ୍ଳାନ୍ତ ଅନୁଭବ କରେ। ଯେତେବେଳେ ଶରୀରରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ସନ୍ତୁଳନ ବିଗିଡ଼ିଯାଏ, ସେତେବେଳେ ସମଗ୍ର ଶରୀର ପ୍ରଭାବିତ ହୁଏ। ଏପରି ଅନେକ ଭିଟାମିନ ଅଛି ଯାହାର ଅଭାବ ଅତ୍ୟଧିକ ନିଦ ଆଣିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଭିଟାମିନର ଅଭାବ ଅତ୍ୟଧିକ ନିଦ ଆଣେ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେଉଁ ଭିଟାମିନର ଅଭାବ ଅତ୍ୟଧିକ ନିଦ ଆଣେ?


ଭିଟାମିନ୍ ଡି:- ଯେତେବେଳେ ଶରୀରରେ ଭିଟାମିନ୍ ଡି ସ୍ତର କମିବାକୁ ଲାଗେ,ଏହା ନିଦ ସମସ୍ୟା ସୃଷ୍ଟି କରେ। ଭିଟାମିନ୍ ଡିର ଅଭାବ ଯୋଗୁଁ ସାରା ଦିନ ଥକ୍କାପଣ, ଦୁର୍ବଳତା ଏବଂ ଅତ୍ୟଧିକ ନିଦି ଲାଗିପାରେ। ଭିଟାମିନ୍ ଡି କମ୍ ହେଲେ ଶରୀରରେ କ୍ୟାଲସିୟମ ଏବଂ ଫସଫରସର ଅଭାବ ମଧ୍ୟ ବଢ଼ିଯାଏ। ଯାହା ଯୋଗୁଁ ହାଡ଼ରେ ଯନ୍ତ୍ରଣା ହୁଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ ଏବଂ ଦିନସାରା ଅଳସୁଆ ଅନୁଭବ ହୁଏ। ଆଉ ସବୁବେଳେ ଶୋଇବାକୁ ଇଚ୍ଛା ହୁଏ। ତେଣୁ, ଶରୀରରେ ଭିଟାମିନ୍ ଡିର ଅଭାବ ହେବାକୁ ଦିଅନ୍ତୁ ନାହିଁ। ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ପ୍ରଚୁର ପରିମାଣରେ ଖାଆନ୍ତୁ ।


ଭିଟାମିନ୍ ବି୧୨:- ଭିଟାମିନ୍ ବି୧୨ ଅଭାବ ମଧ୍ୟ ଅତ୍ୟଧିକ ନିଦର ଏକ ପ୍ରମୁଖ କାରଣ ହୋଇପାରେ। ଯେତେବେଳେ ଭିଟାମିନ୍ ବି୧୨ କମ୍ ଥାଏ, ସେତେବେଳେ ବ୍ୟକ୍ତି ଅତ୍ୟଧିକ ନିଦ ଅନୁଭବ କରିବାକୁ ଲାଗେ। କମ୍ ଭିଟାମିନ୍ B12 ସ୍ନାୟୁ ଏବଂ ମାନସିକ ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ। ଶରୀରରେ ଭିଟାମିନ୍ ବି୧୨ର ଅଭାବ ଆପଣଙ୍କୁ ଆଳସ୍ୟ ଅନୁଭବ କରାଏ। ଆଉ ସେହି ଲୋକମାନଙ୍କୁ ଦିନସାରା ନିଦ ଲାଗିଥାଏ । ତେଣୁ, ଭିଟାମିନ୍ ବି୧୨ ଯୁକ୍ତ ଖାଦ୍ୟ ଖାଆନ୍ତୁ। ବିଶେଷକରି ନିରାମିଷାଶ ଖାଉଥିବା ଲୋକଙ୍କ ପାଖରେ ଭିଟାମିନ୍ ବି୧୨ କମ୍ ଥାଏ। ବୟସ ବଢ଼ିବା ସହିତ ଭିଟାମିନ୍ ବି-୧୨ର ଅଭାବ ମଧ୍ୟ ବୃଦ୍ଧି ପାଏ।


ଅତ୍ୟଧିକ ନିଦର ଅନ୍ୟାନ୍ୟ କାରଣ

କେବଳ ଭିଟାମିନ୍ ଡି ଏବଂ ବି୧୨ ନୁହେଁ, ଆହୁରି ଅନେକ ପୁଷ୍ଟିକର ତତ୍ତ୍ୱ ମଧ୍ୟ ଅଛି ଯାହା ନିଦକୁ ପ୍ରଭାବିତ କରିଥାଏ। ଏଥିରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଭଳି ଖଣିଜ ପଦାର୍ଥ ମଧ୍ୟ ରହିଛି। ଏମାନଙ୍କର ଅଭାବ ଶରୀରରେ ଆଳସ୍ୟ, କ୍ଳାନ୍ତ ଏବଂ ଦୁର୍ବଳତା ସୃଷ୍ଟି କରେ। ଯାହା ଯୋଗୁଁ ଆପଣଙ୍କୁ ଦିନସାରା ନିଦ ଲାଗେ।