Heart Attack Causes / କାହିଁକି 99% ଲୋକଙ୍କଠାରେ ଦେଖାଯାଏ ହୃଦ୍ଘାତ ସମସ୍ୟା ?
·10 months ago·3 min read

Key Points
ଲୋକଙ୍କ ଅସାବଧାନତାରୁ ଷ୍ଟ୍ରୋକ୍ ବା ହୃଦଘାତ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇଥାଏ ।
ଏହି କାରଣରୁ 99% ଲୋକଙ୍କଠାରେ ଦେଖାଯାଏ ହୃଦ୍ଘାତ ସମସ୍ୟା

ବର୍ତ୍ତମାନ ସମୟରେ ହୃଦଘାତ ଭଳି ସାଂଘାତିକ ରୋଗ ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରୁଛି। ପୂର୍ବରୁ ବୃଦ୍ଧାବସ୍ଥାରେ କ୍ୱଚିତ ଦେଖା ଯାଉଥିବା ଏହି ରୋଗ ଏବେ କିଶୋରଠୁ ବୟସ୍କ ସମସ୍ତଙ୍କୁ ଗ୍ରାସ କରୁଛି। ଗତ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ହୃଦ୍ଘାତରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ହୃଦ୍ଘାତରେ ମୃତ୍ୟୁସଂଖ୍ୟା ପ୍ରାୟ 50 ଗୁଣା ବୃଦ୍ଧି ଘଟିଛି । ସହରୀକରଣ, ବଦଳୁଥିବା ଜୀବନଶୈଳୀ, ଖାଇବା ପିଇବା ଅଭ୍ୟାସ, ଚିନ୍ତା, ଧୂମପାନ ଓ ଡାଇବେଟିସ ଭଳି ରୋଗ ଏହାର ପ୍ରମୁଖ କାରଣ ସାଜିଛି । ତେବେ ଏହି ସମସ୍ୟା ଆଜିକାଲି କେବଳ ଖରାପ ଖାଦ୍ୟପେୟ କାରଣରୁ ଦେଖା ଦେଉନି, ଏହା ପଛରେ ଦେଶର ଅର୍ଥବ୍ୟବସ୍ଥା, ପାରିବାରିକ ସ୍ଥିରତା ଏବଂ ନିଜର କର୍ମ ଜୀବନର କାରଣ ମଧ୍ୟ ରହିଛି । ହାର୍ଟ ଆଟାକ୍ ବା ହୃଦଘାତରେ ଶିକାର ହେବାର ପ୍ରମୁଖ କାରଣ ବିଷୟରେ ଜଣା ପଡ଼ିଛି ।
ଉଚ୍ଚ ରକ୍ତଚାପ:
ଆମେରିକାନ ହାର୍ଟ ସୋସାଇଟି ଅନୁଯାୟୀ କ୍ରୋନିକ ଉଚ୍ଚ ରକ୍ତଚାପ ଧମନୀ ଉପରେ ଚାପ ପକାଇଥାଏ । ଏହା ଦ୍ବାରା ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୋଇଥାଏ । ଏପରି ହେବା ଦ୍ବାରା ହୃଦ୍ଘାତ ହେବାର ଆଶଙ୍କା ରହିଥାଏ ।
୧- ସୁସ୍ଥ ରହିବା ପାଇଁ କଣ କରିବେ ?
୨- ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ।
୩- ଫଳ, ସବୁଜ ପନିପରିବା ଖାଦ୍ୟରେ ସାମିଲ କରନ୍ତୁ ।
୪- ପ୍ରତିଦିନ 30 ମିନିଟ ଧରି ବାୟାମ କରନ୍ତୁ । ଯୋଗ କରନ୍ତୁ କିମ୍ବା ଚାଲନ୍ତୁ ।
୫- ଧୂମପାନ ଛାଡନ୍ତୁ ।
୬- ତମ୍ବାକୁ ଗ୍ରହଣ କରିବା ବର୍ଜନ କରନ୍ତୁ ।
୭- 30 ବର୍ଷରୁ ଅଧିକ ବୟସର ବ୍ୟକ୍ତି, ପରିବାରରେ ହୃଦ୍ଘାତର ଇତିହାସ ଥିଲେ ନିୟମିତ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ଆସେ ହାର୍ଟ ଆଟାକ ?
ହୃଦୟକୁ ରକ୍ତ ପହଞ୍ଚାଉଥିବା ଧମନୀ ଦୁର୍ବଳ କିମ୍ବା ରକ୍ତ ପ୍ରବାହରେ ବାଧା ଆସିଲେ ରକ୍ତ ପ୍ରବାହ ବାଧା ପ୍ରାପ୍ତ ହୋଇଥାଏ । ରକ୍ତ ଗାଢା କିମ୍ବା ରକ୍ତ ଜମାଟ ବାନ୍ଧିବା କାରଣରୁ ରକ୍ତ ପ୍ରବାହ ପଥ ବାଧାପ୍ରାପ୍ତ ହୁଏ । ଏପରି ହେବା ଦ୍ବାରା ହୃଦୟର ମାଂସପେଶୀକୁ ରକ୍ତ ପହଞ୍ଚି ପାରି ନଥାଏ । ଏହା ଦ୍ବାରା ଶରୀରର କୋଷିକା ମୃତ୍ୟୁମୁଖରେ ପଡ଼ନ୍ତି । ଏହି ସମୟରେ ଯଦି ଚିକିତ୍ସା ନ କରାଯାଏ ତେବେ ବ୍ୟକ୍ତିର ଜୀବନ ବିପଦରେ ପଡ଼ିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ହୃଦଘାତ ଅଚାନକ ଭାବେ ଆସି ନଥାଏ । ଡାଇବେଟିସ୍, ରକ୍ତଚାପ, ମେଦବହୁଳତା ଓ ଧୁମପାନ ଯୋଗୁଁ ହୃଦଘାତ ହେବାର ସମ୍ଭାବନା ରହିଥାଏ । ଡାକ୍ତରଙ୍କ କହିବା ଅନୁସାରେ, ବହୁ ଲୋକଙ୍କୁ ଅଚାନକ ହୃଦଘାତ ଆସି ନ ଥାଏ । କିଛି ମାମଲାରେ ଅନେକ ନୀରବ ରିସ୍କ ଫ୍ୟାକ୍ଟର ମଧ୍ୟ ରହିଛି । ଏପରି ରିସ୍କ ଫ୍ୟାକ୍ଟର ହାର୍ଟ ଆଟାକ ଆସିବା ପୂର୍ବରୁ ଜଣା ପଡ଼ିନଥାଏ । ତେବେ ଏହି ଫ୍ୟାକ୍ଟର ଆଦିକୁ ନେଇ ସଚେତନ ରୁହନ୍ତୁ ।
କୋଲେଷ୍ଟ୍ରୋଲ:
ବ୍ରିଟିଶ ହାର୍ଟ ଫାଉଣ୍ଡେସନ ମୁତାବିକ ରକ୍ତରେ LDL କୋଲେଷ୍ଟ୍ରୋଲ ମାତ୍ରା ବୃଦ୍ଧି ପାଇବା ଯୋଗୁଁ ଧମନୀରେ ଫ୍ୟାଟ ଜମା ବାନ୍ଧିବାରେ ଲାଗିଥାଏ । ଏହା ଦ୍ବାରା ପ୍ଲାକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ପ୍ରକ୍ରିୟାକୁ ଏଥେରୋସ୍ଲେରୋସିସ୍ କୁହାଯାଏ । ଏହା ଧମନୀକୁ ସଂକୀର୍ଣ୍ଣ କରିଦିଏ ଏବଂ ରକ୍ତପ୍ରବାହ ବାଧିତ ହୁଏ । ଯାହା ଫଳରେ ଷ୍ଟ୍ରୋକ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।
ଡ଼ାଇବେଟିସ୍ କିମ୍ବା ଉଚ୍ଚ ରକ୍ତ ଶର୍କରା:
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଡ଼ାଇବେଟିସ୍ ଓ କିଡ଼ନୀ ଡ଼ିଜିଜ୍ (NIDDK) ଅନୁଯାୟୀ ଉଚ୍ଚ ରକ୍ତ ଶର୍କରା ଶରୀରର ରକ୍ତ କୋଷିକାଗୁ଼ଡ଼ିକୁ ଦୁର୍ବଳ କରିଦେଇଥାଏ । ଏହା ଫଳରେ ହୃଦ୍ଘାତ ହେବାର ସମ୍ଭାବନା ବହୁଗୁଣ ବଢ଼ିଯାଏ ।

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:
(ଆପଣଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା ଏବଂ ଚିକିତ୍ସା ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ। କିନ୍ତୁ ଆପଣ ଏଗୁଡ଼ିକ ଉପରେ କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ସହିତ ପରାମର୍ଶ କଲେ ଭଲ ହେବ। )

Related Topics
Explore more stories