Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

କାହିଁକି ବିସ୍କୁଟ ଖାଇବାକୁ ମନା କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ? ଜାଣନ୍ତୁ କାରଣ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
କାହିଁକି ବିସ୍କୁଟ ଖାଇବାକୁ ମନା କରୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ? ଜାଣନ୍ତୁ କାରଣ...

ବିସ୍କୁଟ ଆମ ସମସ୍ତଙ୍କର ପିଲାବେଳୁ ଖାଇବାର ଅଭ୍ୟାସ ଥାଏ । କିଛି ନହେଲେ ସକାଳେ ଚାହା ସହ ବିସ୍କୁଟ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । ପିଲାମାନଙ୍କୁ ମାଆମାନେ ଟିଫିନ୍‌ରେ ମଧ୍ୟ ବିସ୍କୁଟ ଦେଇଥାନ୍ତି । କିନ୍ତୁ ପ୍ରକୃତରେ ବିସ୍କୁଟ ଶରୀର ପାଇଁ କେତେ କ୍ଷତିକାରକ ତାହା ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ନିଜେ ଗବେଷଣା ପରେ ନିଜର ମତ ଦେଇଛନ୍ତି । ବିସ୍କୁଟ ଶରୀର ପାଇଁ ଆଦୌ ଉପକାରୀ ନୁହେଁ । ଏହାକୁ ସବୁବେଳେ ଖାଇବା ଦ୍ବାରା ଶରୀରରେ ବଡ ରୋଗ ହେବାର ଆଶଙ୍କା ଥାଏ । ଯେମିତି ହୃଦରୋଗ , ଅଧିକ ରକ୍ତଚାପ ଆଦି ରୋଗ ହେବାର ପୁରା ସମ୍ଭାବନା ଥାଏ । ବିସ୍କୁଟ ପୁରା ମଇଦାରେ ତିଆରି ହୋଇଥାଏ, ଆଉ ମଇଦା ଶରୀର ପାଇଁ ବେଶ କ୍ଷତିକାରକ । ଯାହା ଶରୀରରେ ରକ୍ତ ଶର୍କରାର ପରିମାଣ ବୃଦ୍ଧି କରିଥାଏ । ତେବେ ବିସ୍କୁଟ ଶରୀର ପାଇଁ କାହିଁକି କ୍ଷତିକାରକ ଆସନ୍ତୁ ଜାଣିବା ।

ପାମ୍ ଅଏଲ :
ବିସ୍କୁଟରେ ପାମ୍ ଅଏଲ(palm oil) ଥାଏ, ଯେଉଁଥିରେ ୧୦୦ ପ୍ରତିଶତ ଫ୍ୟାଟ ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ବାରା ଏହା ସିଧାସଳଖ ଆମ ହାର୍ଟ ଉପରେ ପ୍ରଭାବ ପକାଇଥାଏ । ଅଧିକାଂଶ ବିସ୍କୁଟରେ ପାମ୍ ଅଏଲ ଥାଏ । ଏହି ତେଲ ଶରୀର ପାଇଁ ଖୁବ କ୍ଷତିକାରକ । ଏହା ଅନେକ ଉପାୟରେ ଆମ ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ ଏବଂ ରୋଗ ସୃଷ୍ଟି କରିଥାଏ ।

ମଇଦା :
ଆମେ ସମସ୍ତେ ଜାଣିଛନ୍ତି, ମଇଦା ଆମ ଶରୀର ପାଇଁ କେତେ କ୍ଷତିକାରକ । ମଇଦା ଓଜନ ବଢାଇବା ସହ ଶରୀରର ରକ୍ତ ଶର୍କରାର ପରିମାଣ ବଢାଇଥାଏ , ହଜମରେ ବାଧା , ଏବଂ ହାର୍ଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ବିସ୍କୁଟ ସମ୍ପୁର୍ଣ୍ଣ ମଇଦାରେ ତିଆରି ହେଉଥିବାରୁ ଏହା ଶରୀର ପାଇଁ ହାନିକାରକ ।

ସୋଡିୟମର ପରିମାଣ :
ପ୍ରତ୍ୟେକ ବିସ୍କୁଟରେ ସୋଡିୟମର ପରିମାଣ ଅଧିକ ଥାଏ। ଏହା ଶରୀରର ରକ୍ତଚାପ ବୃଦ୍ଧି ସହ , ଷ୍ଟ୍ରୋକ ମଧ୍ୟ କରାଇଥାଏ । ଓଜନ ବୃଦ୍ଧି ମଧ୍ୟ ହୋଇଥାଏ ।

ଶର୍କରାର ପରିମାଣ ଅଧିକ :
ପ୍ରତ୍ୟେକ ବିସ୍କୁଟରେ ଶର୍କରାର ପରିମାଣ ଅଧିକ ଥାଏ । ଅତ୍ୟଧିକ କ୍ୟାଲୋରିଯୁକ୍ତ ଜିନିଷ ଖାଇବା ଦ୍ବାରା ଏହା ଶରୀରରେ ଡାଇବେଟିସ କରାଇଥାଏ ।
ତେଣୁ ଆପଣ ଯଦି ପ୍ରତିଦିନ ବିସ୍କୁଟ ଖାଇବାର ଅଭ୍ୟାସ ରଖିଛନ୍ତି, ତେବେ ଏହାକୁ ଧିରେଧିରେ ବଦଳାଇବାକୁ ଚେଷ୍ଟା କରନ୍ତୁ । ଘରେ ବିନା ମଇଦାରେ ବିସ୍କୁଟ ତିଆରି କରିବାକୁ ଚେଷ୍ଟା କରନ୍ତୁ । ଏବଂ ଏଥିରେ କମ ପରିମାଣର ଶର୍କରା ମିଶାଇ ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କ ପରିବାର ଆପଣଙ୍କ ପିଲାଙ୍କ ଶରୀରକୁ ସୁସ୍ଥ ରଖିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why are health experts refusing to eat biscuits? Know the reason | Argus News