Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Diabetic: ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ, ଡାଇବେଟିକ୍‌ ରୋଗରୁ ବଞ୍ଚନ୍ତୁ...

Health & Wellness

Diabetic: ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ, ଡାଇବେଟିକ୍‌ ରୋଗରୁ ବଞ୍ଚନ୍ତୁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Diabetic: ଏହି ସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ, ଡାଇବେଟିକ୍‌ ରୋଗରୁ ବଞ୍ଚନ୍ତୁ...

ଅର୍ଗସ ବ୍ୟୁରୋ: ଶାରୀରିକ କାର୍ଯ୍ୟକଳାପର ଅଭାବ, ଆଜିକାଲିର ଜୀବନଶୈଳୀ ଓ ଖରାପ ଖାଦ୍ୟଅଭ୍ୟାସ ପାଇଁ ଅଧାରୁ ଅଧିକ ଭାରତୀୟ ମୋଟାପାର ଶିକାର ହେଉଛନ୍ତି । ଭାରତରେ ମେଦବହୁଳତା ଓ ଓଜନ ବୃଦ୍ଧି ଅନେକ କ୍ଷେତ୍ରରେ ଚ୍ୟାଲେଞ୍ଜ ପାଲଟିଛି । ବୟସ୍କଙ୍କ ତୁଳନାରେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଏହି ହାର ଦ୍ରୁତ ଗତିରେ ବଢ଼ିଚାଲିଛି। ମେଦବହୁଳ ଲୋକମାନଙ୍କର କ୍ରନିକ ଓ ଜଟିଳ ରୋଗ ସହିତ ହୃଦରୋଗ, ମଧୁମେହ ଏବଂ କେତେକ କର୍କଟ ରୋଗରେ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥାଏ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ୍ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତର ଅନେକ ଲୋକ ଏକ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛନ୍ତି । ଯେଉଁଥିରେ ସମୁଦାୟ ରୋଗର ୫୬.୪ ପ୍ରତିଶତ ଅସନ୍ତୁଳିତ ଖାଦ୍ୟ କାରଣରୁ ହୋଇଥାଏ । ଲୁଣ, ଚିନି ଏବଂ ଚର୍ବିରେ ଭରପୂର ପ୍ରୋସେସଡ ଫୁଡ ଖାଇବା ସହିତ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଫାଷ୍ଟଫୁଡ୍ ଏବଂ ପ୍ୟାକେଜ୍ ସ୍ନାକ୍ସର ସହଜ ଉପଲବ୍ଧତା ହେତୁ ଏହି ଅଭ୍ୟାସ ବୃଦ୍ଧି ପାଇବାରେ ଲାଗିଛି ।

ଡାକ୍ତରଙ୍କ କହିବା ଅନୁସାରେ ଭାରତୀୟମାନେ ଗମ୍ଭୀର ସ୍ତରର ପୋଷଣ ସଙ୍କଟ ଦେଇ ଗତି କରୁଛନ୍ତି, ଯେଉଁଥିରେ ପେଟର ମୋଟାପଣ ଶରୀରର ମୋଟାପଣ ଠାରୁ ଯଥେଷ୍ଟ ଅଧିକ । ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ଲୋକ ମେଦବହୁଳତା, ଟାଇପ-୨ ଡାଇବେଟିସ ଏବଂ ଫ୍ୟାଟି ଲିଭର ଇତ୍ୟାଦି ଖାଦ୍ୟ ସମ୍ବନ୍ଧୀୟ ରୋଗରେ ପୀଡିତ।

ଦେଶରେ ମୋଟ ମୃତ୍ୟୁହାର ମଧ୍ୟରୁ ୬୬ ପ୍ରତିଶତ ଅଣ ସଂକ୍ରାମକ ରୋଗ କାରଣରୁ ହୋଇଥାଏ। ଭାରତରେ ଏହି ରୋଗଗୁଡିକ ବହୁତ କମ୍ ବୟସରେ ଦେଖାଯାଏ । ଚିନ୍ତାର ବିଷୟ ହେଉଛି ଅଣ ସଂକ୍ରାମକ ରୋଗରେ ପୀଡିତ ଦୁଇ ତୃତୀୟାଂଶ ଭାରତୀୟ ୨୬-୫୯ ବର୍ଷ ବୟସର । ଏହାର ସବୁଠାରୁ ବଡ କାରଣ ହେଉଛି ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ।


ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି, ୫୬% ରୋଗ ଖରାପ ଖାଇବା ଅଭ୍ୟାସ ଦ୍ୱାରା ହୋଇଥାଏ। ଏହି ଧାରା କେବଳ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପାଇଁ ନୁହେଁ, ଦେଶର ଅର୍ଥନୈତିକ ଏବଂ ସାମାଜିକ ସୁଖସୁବିଧା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Indian People Get Diabetic | Argus News