Videos
|
Health & Wellness

ଏହି ଲୋକମାନେ ରାତିରେ ଭାତ ଖାଇଲେ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଏହି ଲୋକମାନେ ରାତିରେ ଭାତ ଖାଇଲେ...

ଅର୍ଗସ ବ୍ୟୁରୋ: ଭାରତର ଅଧିକାଂଶ ଲୋକ ଭାତ ଖାଇବାକୁ ବହୁତ୍ ପସନ୍ଦ କରିଥାନ୍ତି। କିଛି ଲୋକତ ଭାତ ବିନା ଯେମିତି ରହିପାରନ୍ତି ନାହିଁ ।ବିଶେଷଜ୍ଞ ମାନଙ୍କ ଅନୁସାରେ ମଧ୍ୟାହ୍ନ ଭୋଜନରେ ଭାତ ଖାଇବା ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ। କିନ୍ତୁ ଆପଣ କ’ଣ ଜାଣନ୍ତିକି ରାତିରେ ଭାତ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ରାତିରେ ଭାତ ନ ଖାଇବାକୁ ପରାମର୍ଶ ଦିଅନ୍ତି । କୁହାଯାଏ ଯେ ରାତିଖାଇବାରେ ଭାତ ସାମିଲ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତି ।


ଅନ୍ତନଳୀ ଉପରେ ନକାରାତ୍ମକ ପ୍ରଭାବ ପକାଏ

ଯେଉଁମାନେ ରାତିରେ ଭାତ ଖାଇଥାନ୍ତି ସେମାନଙ୍କ ଅନ୍ତନଳୀରେ ଖରାପ ପ୍ରଭାବ ପଡିଥାଏ । ରାତିରେ ଭାତ ଖାଇବା ଯୋଗୁଁ ଆପଣଙ୍କୁ ପେଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। କୁହାଯା ଯେ କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ସମସ୍ୟାର ଶିକାର ନ ହେବା ପାଇଁ, ଆପଣ ରାତିରେ ଭାତକୁ ଆପଣଙ୍କ ଡାଏଟ୍ ପ୍ଲାନର ରଖିବା ଉଚିତ୍ ନୁହେଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟାପାର ଶିକାର ହୋଇପାରନ୍ତି

ଯଦି ଆପଣ ରାତି ଖାଇବାରେ, ଭାତ ଖାଇବାର ଅଭ୍ୟାସ ରଖିଛନ୍ତି ଏହା ଆପଣଙ୍କ ଓଜନ ବୃଦ୍ଧି କରିପାରେ ଏବଂ ଆପଣ ମୋଟାପାର ଶିକାର ହୋଇପାରନ୍ତି। ରାତିରେ ଭାତ ଖାଇବା ଦ୍ଵାରା ମେଦବହୁଳତା ପରି ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗକୁ ନିମନ୍ତ୍ରଣ କରିପାରେ । ଯଦି ଆପଣ ଆପଣଙ୍କର ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି, ତେବେ ରାତିରେ ଭାତ ଖାଇବାରୁ ଦୂରେଇ ରୁହନ୍ତୁ।


ଯେଉଁମାନଙ୍କର ନିଶ୍ୱାସ ନେବାରେ କିମ୍ବା ଶ୍ୱାସରୋଗ ଅଛି ସେମାନେ ରାତି ଖାଇବାରେ ଭାତ ଖାଇବାଠାରୁ ଦୂରେଇ ରହିବା ଉଚିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାତିରେ ଭାତ ଖାଇବା ଦ୍ୱାରା ଗଳା ଯନ୍ତ୍ରଣା ହୋଇପାରେ। ଏହା ବ୍ୟତୀତ ଯେଉଁମାନଙ୍କର ସାଇନସ୍ ସମସ୍ୟା ଅଛି ସେମାନେ ରାତି ଖାଇବାରେରେ ଭାତ ଖାଇବା ଉଚିତ୍ ନୁହେଁ। ମଧୁମେହ ରୋଗୀମାନେ ମଧ୍ୟ ଭାତ ଖାଇବାରୁ ଦୂରେଇ ରହିବା ଉଚିତ ନଚେତ୍ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ।


why-not-to-eat-rice-at-night-side-effects-of-eating-rice | Argus News