Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏହି ସଙ୍କେତକୁ ଅଣଦେଖା କରିବା ଉଚିତ୍ ନୁହେଁ

Health & Wellness

ଏହି ସଙ୍କେତକୁ ଅଣଦେଖା କରିବା ଉଚିତ୍ ନୁହେଁ

Rashmita Mishra
Browse all articles by Rashmita Mishra
·2 years ago·1 min read
ଏହି ସଙ୍କେତକୁ ଅଣଦେଖା କରିବା ଉଚିତ୍ ନୁହେଁ

ଅର୍ଗସ ବ୍ୟୁରୋ:ମହିଳାମାନେ ଶରୀରର ଏହି ସଙ୍କେତକୁ ଅଣଦେଖା କରିବା ଉଚିତ୍ ନୁହେଁ । କାରଣ ସ୍ତନ କର୍କଟ ହେବାର ଆଶଙ୍କା ରହିପାରେ । ଭାରତୀୟ ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ସମସ୍ୟା ଅତି ଦ୍ରୁତ ଗତିରେ ବଢିଵାରେ ଲାଗିଛି । ଭାରତୀୟ ମହିଳା ମାନଙ୍କ ମଧ୍ୟରେ ସ୍ତନ କର୍କଟ ହେଉଛି ସବୁଠାରୁ ଵଡ ରୋଗର କାରଣ ।  ପ୍ରତିବର୍ଷ ପ୍ରାୟ ୧.୫ ରୁ ୨ଲକ୍ଷ ନୂଆ ରୋଗ ଚିହ୍ନଟ ହୁଏ । ଅଧିକାଂଶ ମହିଳା ଜାଣନ୍ତି ନାହିଁ ଯେ ସେମାନଙ୍କର ସ୍ତନ କର୍କଟ ହେବାର କାରଣ କଣ । ସଚେତନ ଅଭାବରୁ ମହିଳାମାନେ ଏହି ରୋଗର ଶିକାର ହେଉଛନ୍ତି। ସ୍ତନ କର୍କଟ ରୋଗର ଲକ୍ଷଣ ବିଷୟରେ ମହିଳାମାନେ ମଧ୍ୟ ଜାଣି ନାହାନ୍ତି । 

ଡକ୍ଟରଙ୍କ କହିଵା ଅନୁଯାୟୀ ମହିଳାମାନେ ପ୍ରତି  ମାସରେ ସେମାନଙ୍କର ରକ୍ତ ପରୀକ୍ଷା କରିବା ଉଚିତ୍। ଏହା ସହ ଗର୍ଭଧାରଣ ପୂର୍ବରୁ ଏବଂ ପରେ ରକ୍ତ ପରୀକ୍ଷା କରାଯିବା ଆବଶ୍ୟକ କାରଣ ଏହି ସମୟରେ ବିପଦ ଅଧିକ ଥାଏ । ଯଦି ସ୍ତନରେ କିଛି ଵାହାରେ କିନ୍ତୁ କୌଣସି  ଯନ୍ତ୍ରଣା ହୁଏ ନାହିଁ ତେଵେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । 

ସ୍ତନ କର୍କଟ ରୋଗର ଲକ୍ଷଣ :-
ମହିଳାମାନଙ୍କର ସ୍ତନରେ ଫୁଲା, ସ୍ତନରେ କୌଣସି ପରିବର୍ତ୍ତନ, ସ୍ତନରେ ପ୍ରବଳ ଯନ୍ତ୍ରଣା ଏବଂ ସ୍ତନରୁ ରକ୍ତସ୍ରାବ ହୁଏ ତେବେ ଏହା ମଧ୍ୟ ସ୍ତନ କର୍କଟ ରୋଗର ଲକ୍ଷଣ ହୋଇପାରେ। ସେତେବେଳେ ସ୍ତନର ପରିବର୍ତ୍ତନ ହୋଇଥାଏ ଅନ୍ୟ କର୍କଟ ପରି ସ୍ତନ କର୍କଟ ମଧ୍ୟ ଆଖପାଖ ଟିସୁ ଏବଂ ଶରୀରର ଅନ୍ୟ ଅଂଶରେ ବ୍ୟାପିପାରେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
women breast cancer | Argus News