Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Health & Wellness

ଏମିତି କଲେ ଦାନ୍ତ ସାଙ୍ଗେ ସାଙ୍ଗେ ସଫା

Rashmita Mishra
Browse all articles by Rashmita Mishra
·2 years ago·2 min read
ଏମିତି କଲେ ଦାନ୍ତ ସାଙ୍ଗେ ସାଙ୍ଗେ ସଫା

ଅର୍ଗସ ବ୍ୟୁରୋ : ହସ ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ଦାନ୍ତ ସୁନ୍ଦର ଥାଏ । କଣ ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତକୁ ସଫା ରଖିବାକୁ କରନ୍ତୁ ଏହି ଉପାୟ । ଆପଣଙ୍କ ଦାନ୍ତ ହଳିଦିଆ ଥିଲେ ସାମ୍ନା ବାଲାକୁ ଖରାପ ଲାଗିବା ସହ ଆପଣଙ୍କର ଇଚ୍ଛାଶକ୍ତିକୁ କମ କରିଥାଏ । ଦାନ୍ତରେ ପ୍ଲେକ୍ ଏବଂ ଟାଟାର୍ ଜମା ହୋଇଥିଲେ ଦାନ୍ତ ଦେଖିବାକୁ ଖରାପ ଲାଗିବା ସହ ପାଟିରୁ ଦୁର୍ଗନ୍ଧ ବାହାରେ । 
ଅନେକ ଲୋକ ଅଛନ୍ତି ଦୁଇ ଥର ବ୍ରସ୍ କରିବା ପରେ ମଧ୍ୟ ଦାନ୍ତର ହଳଦିଆପଣ ସମସ୍ୟାରୁ ମୁକ୍ତି ପାଆନ୍ତି ନାହିଁ । ଖାଲି ବ୍ରସ୍ କରିବା ଦ୍ଵାରା ଏହି ହଳଦିଆପଣ ସମସ୍ୟାର ସମାଧାନ ମିଳିବା ନାହିଁ । ଦାନ୍ତ ହଳଦିଆ ପଡିବାର ଅନେକ କାରଣ ଥାଏ । ଭଲକରି ବ୍ରସ ନକରିବା ଓ ଏହା ସହ ହଳଦିଆ ପଡିବାର ବଂଶାନୁଗତ କାରଣ ରହିଥାଏ । ପାଣି ପିଇବାର ମାତ୍ରା କମ୍ ହେଲେ ଦାନ୍ତ ହଳଦିଆ ପଡିବାର ସମ୍ଭାବନା ଥାଏ । 

ଅଧିକ ଜାଣିବା ପାଇଁ ପଢନ୍ତୁ ଭାରତ ଖବର 


ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଟୁଥପେଷ୍ଟ ଦାନ୍ତ ସଫା ରଖିବାର ଗ୍ୟାରେଣ୍ଟି ଦିଅନ୍ତି । କିନ୍ତୁ ସତରେ କଣ ତାହା ଦାନ୍ତ ସଫା କରେ ? ଏଥି ସହିତ, ଦନ୍ତ ଚିକିତ୍ସକଙ୍କ ନିକଟରେ ଦାନ୍ତ ସଫା କରିବା ଦ୍ଵାର ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଏସବୁ ସମାଧାନ କେବଳ ଗୋଟିଏ ମାତ୍ର ଆପଣ ଘରୋଇ ଉପଚାର ମାଧ୍ୟମରେ ଦାନ୍ତକୁ ସଫା କରନ୍ତୁ । 
କେମିତି କରିବେ ଦାନ୍ତ ସଫା ?
ଦାନ୍ତର ହଳଦିଆପଣ ଦ୍ଵର କରିବାକୁ ଅଦା ରସ ସହ ଲୁଣ ମିଶାଇ ବ୍ୟବହାର କରିପାରିବେ । ଅଦାରେ ଏମିତି ତତ୍ତ୍ଵ ଅଛି, ଯାହା ଦାନ୍ତ ସଫା କରିବାରେ ସହାୟକ ହୋଇଥାଏ । ଲୁଣ ମଧ୍ୟ ଦାନ୍ତରେ ଜମିଥିବା ଅସନାକୁ ସଫା କରିବାରେ ଲାଭଦାୟୀ ହୋଇଥାଏ । ଅଦା ରସ ସହ ଲୁଣ ମିଶାଇ ଦାନ୍ତରେ ବ୍ୟବହାର କରନ୍ତୁ । ଏହି ଉପଚାରକୁ ଚାରି ସପ୍ତାହରେ ଦିନକୁ ଥରେ ଲଗାଇବା ଦ୍ଵାରା ହଳଦିଆ ଦାନ୍ତ ସମସ୍ୟା ଚୁଟକିରେ ଦ୍ଵର କରିପାରିବେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Yellow layer on teeth may disappear | Argus News