Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବର୍ଷ ଆରମ୍ଭରେ କରନ୍ତୁ ଏମିତି...ଘରେ ହେବ ଧନବର୍ଷା..

Horoscope

ବର୍ଷ ଆରମ୍ଭରେ କରନ୍ତୁ ଏମିତି...ଘରେ ହେବ ଧନବର୍ଷା..

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
ବର୍ଷ ଆରମ୍ଭରେ କରନ୍ତୁ ଏମିତି...ଘରେ ହେବ ଧନବର୍ଷା..

ଅର୍ଗସ ବ୍ୟୁରୋ : ନୂଆ ବର୍ଷ ଆସିବାକୁ ଆଉ ମାତ୍ର କିଛିଦିନ ବାକି ଅଛି । ୨୦୨୫ ଆରମ୍ଭରେ ସମସ୍ତେ ନିଜପାଇଁ ନିଜ ପରିବାର ପାଇଁ ଖୁସି ଆଣିବାକୁ ଚାହିଁଥାନ୍ତି । ହେଲେ ପରିବାରକୁ ଖୁସି ରଖିବା ପାଇଁ ବାସ୍ତୁର ଖୁବ ଆବଶ୍ୟକତା ଅଛି । ବାସ୍ତୁ ଅନୁସାରେ ଯଦି ଆପଣ ନୂଆବର୍ଷର ପ୍ରଥମ ଦିନରେ ଏପରି କରୁଛନ୍ତି, ତେବେ ବର୍ଷ ତମାମ ଆପଣଙ୍କୁ ମା ଲକ୍ଷ୍ମୀଙ୍କ କୃପା ରହିବ । ଚଳିତ ବର୍ଷ ବୁଧବାର ପଡୁଛି ନୂଆବର୍ଷ । ଭଗବାନ ଗଣେଶଙ୍କର ପ୍ରିୟ ବାର ହେଉଛି ବୁଧବାର । ତେଣୁ ଜ୍ୟୋତିର୍ବିଦ୍‌ଙ୍କ ମୁତାବକ ଯଦି ପ୍ରଥମ ଦିନ ନିଜ ଘରେ ଏପରି କରନ୍ତି, ତେବେ ଶୁଭଫଳ ପ୍ରାପ୍ତି ହେବ । ତୁଳସୀ ମୂଳ ଘର ପାଇଁ ସବୁବେଳେ ଶୁଭଫଳ ଦେଇଥାଏ ।


ତେଣୁ ବର୍ଷ ଆରମ୍ଭର ପ୍ରଥମ ଦିନରେ ଆପଣ ତୁଳସୀ ଚେରକୁ ନିଜ ଘରର ପ୍ରଥମ କବାଟରେ ବାନ୍ଧିବା ଦ୍ବାରା ଦରିଦ୍ରତା ଦୂର ହେବାସହ ସବୁବେଳେ ମାଆ ଲକ୍ଷ୍ମୀଙ୍କ କୃପା ରହିଥାଏ । ଏହି ଉପାୟ ଦ୍ବାରା ଘରେ ଧନ ବଢିବା ସହ ପରିବାରର କୌଣସି ସଦସ୍ୟ କେବେ ବି କରଜରେ ରହିନଥାନ୍ତି । କୁହାଯାଏ ମା ଲକ୍ଷ୍ମୀ କେବେ ବି ଗୋଟିଏ ସ୍ଥାନରେ ସ୍ଥିର ରୁହନ୍ତି ନାହିଁ । କିନ୍ତୁ ଏହି ଉପାୟ କରିବା ଦ୍ବାରା ମା ଲକ୍ଷ୍ମୀ କେବେ ବି ଗୃହ ଛାଡିକି ଯାଇନଥାନ୍ତି । ତେଣୁ ଏଥିପାଇଁ ଏକ ନାଲି କପଡାରେ ତୁଳସୀର ଚେରକୁ ଚାଉଳ ସହ ସପଡାରେ ବାନ୍ଧି ଘରର ମୁଖ୍ୟ ଦ୍ବାରବନ୍ଧରେ ବାନ୍ଧି ଦିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତା ସହ ଆପଣ ଚାହିଁଲେ ମଧ୍ୟ ମାଆ ଲକ୍ଷ୍ମୀଙ୍କ ଚରଣ ପାଦୁକାକୁ ନିଜ ମୁଖ୍ୟ ଦ୍ବାରରେ ଲଗାଇ ପାରିବେ । ସ୍ବସ୍ତିଚିହ୍ନ ମଧ୍ୟ ଘର ପାଇଁ ସବୁବେଳେ ଶୁଭଫଳ ପ୍ରଦାନ କରେ । ସେଥିପାଇଁ ବର୍ଷ ଆରମ୍ଭରୁ ଯଦି ଏହି ସବୁ ଉପାୟ ଅବଲମ୍ବନ କରନ୍ତି, ତେବେ ଶୁଭଫଳ ନିଶ୍ଚିତ ପ୍ରାପ୍ତି ହେବ ।

Sponsored
Do this at your home, Maa laxmi's grace will be always at your family | Argus News