Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

ଏହି ରାଶି ପାଇଁ ଆଜି ଦିନ ଶୁଭ ନୁହେଁ

Smruti Parija
Browse all articles by Smruti Parija
·12 months ago·3 min read
ଏହି ରାଶି ପାଇଁ ଆଜି ଦିନ ଶୁଭ ନୁହେଁ

Key Points

ଆଜି କେମିତି କଟିବ ଆପଣଙ୍କ ଦିନ

ଘରୁ ବାହାରିବା ପୂର୍ବରୁ ଦେଖିନିଅନ୍ତୁ ରାଶିଫଳ

ଏହି ରାଶି ପାଇଁ ଆଜି ଦିନ ଶୁଭ ନୁହେଁ

ମେଷ-
ଦୀର୍ଘ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ହୋଇଯିବ। ବନ୍ଧୁଙ୍କ ସହାୟତାରେ ବ୍ୟବସାୟୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଶିଳ୍ପ, ବ୍ୟବସାୟ, ପରିବହନ, ବାଣିଜ୍ୟ, ଆନୁଷ୍ଠାନିକ କାମ, ରାଜନୈତିକ ପରିସ୍ଥିତି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଗାମୀ ମାଙ୍ଗଳିକ କାର‌୍ୟ୍ୟ ସକାଶେ ବିବ୍ରତ ହୋଇପାରନ୍ତି।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ହନୁମାନଙ୍କର ଚାଳିଶା ପାଠ କରନ୍ତୁ
ବୃଷ-
ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ରାଜନୀତିରେ ସମର୍ଥନ ହ୍ରାସ ପାଇପାରିବେ । ଛାତ୍ରଛାତ୍ରୀ ମାନେ ପଢାରେ ଅବେହଳା କରି ଦୁଃଖ ପ୍ରକାଶ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ-
କର୍ମ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହେବେ । ପ୍ରତ୍ୟେକ କାମ କରିବା କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ । ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ବକେୟା ଅର୍ଥ ଆଦାୟ କରିବାରେ ଯୁକ୍ତିତର୍କର ସମ୍ମୁଖୀନ ହେବାକୁ ପଡିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ
କର୍କଟ-
କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କର୍ମକ୍ଷେତ୍ରରେ ବହୁ ସମୟ କାଟିବାକୁ ବାଧ୍ୟ ହେବେ ଓ ବୃଦ୍ଧି ଖଟାଇ ନିଜ ସ୍ଥାନକୁ କୈାଣସି ମତେ ଦୃଢ କରିବେ । ଲକ୍ଷ୍ୟ ହାସଲ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଛାତ୍ରମାନେ ଅଧିକ ପରିଶ୍ରମ କରି ସେମାନଙ୍କର ଆତ୍ମବିଶ୍ୱାସ ବଢିବ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ସିଂହ-
ଚେଷ୍ଟା କରୁଥିବା କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହୋଇପାରିବ । ଈର୍ଷାପରାୟଣ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ । କର୍ମକ୍ଷେତ୍ରରେ କେତେକ ଫାଇଲ କାମ ସକାଶେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆନୁଷ୍ଠାନିକ କାମରେ ଖଟଣି ବଢିବ କିନ୍ତୁ ବ୍ୟବସାୟ, ପରିବହନ ଓ ଯାତ୍ରାରୁ ସୁଫଳ ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ
କନ୍ୟା-
କୈାଣସି କାର୍ଯ୍ୟର ସମାଧାନ ହୋଇଯିବ । ମାଙ୍ଗଳିକ କାର୍ଯ୍ୟରେ ମନ ଯୋଗଦେବେ । ସୁସ୍ଥ ଅନୁଭବ କରିବେ । ପୈାତିକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତିୟ ବ୍ୟକ୍ତି ଲାଭବାନ୍ ହେବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ
ତୁଳା-
କର୍ମଜଞ୍ଜାଳ ବୃଦ୍ଧି ହେତୁ ମାନସିକ ଅସ୍ଥିରତା ଲାଗି ରହିବ ଏବଂ କାର‌୍ୟ୍ୟହାନି ଘଟିପାରେ। ଗୃହସୀମା, ଗାଡିମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଉଦ୍‍ବେଗ ବୃଦ୍ଧି ପାଇବ। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍‍ ଦୂର ହେବ। କଳା ସାହିତ୍ୟ କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ ଏବଂ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ
ବିଛା-
ପାରିବାରିକ ଜୀବନ ଆମୋଦ ଦାୟକ ହେବ । ଭାଗ୍ୟ ଉଦ୍ୟୋଗି ହେବା ସହିତ, ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । ସମ୍ପତି-ବାଡିକୁ ନେଇ ଅନେକ ପରିସ୍ଥିତି ଦେଖା ଦେଇପାରେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ନୃସିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ
ଧନୁ-
କର୍ମ କ୍ଷେତ୍ରରେ ପରିସ୍ଥିତିକୁ ଅଖିରେ ରଖି ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ । ଅଫିସ୍ କାମରେ କୌଣସି ଅସୁବିଧା ରହିବ ନାହିଁ । ବିଶେଷ ଲାଭ ନ ହେଲେ ମଧ୍ୟ ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ହାସଲ କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର-
ପ୍ରେମିକା, ପ୍ରେମିକ ମାନଙ୍କର ପୁର୍ବ ସ୍ମୃତି ଜାଗ୍ରତ ହୋଇପାରେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷାର୍ଥୀ ମାନେ ପଢାରେ ଅନ୍ୟସମସ୍କ ରହିବେ ।
ଆପଣଙ୍କ ମସ୍ତିସ୍କରେ ନୂଆ ନୂଆ ଚିନ୍ତାରେ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମଦାଦେବଙ୍କର ଦର୍ଶନ କରନ୍ତୁ
କୁମ୍ଭ-
ଗତକାଲିର ନିଷ୍ପତ୍ତି ଅନୁଯାୟୀ ଆଜିର କାମ ସାଧନରେ କିଛି ଅସୁବିଧା ହେବ ନାହିଁ। ମିତ୍ରମାନେ ସୁପରାମର୍ଶ ନ ଦେଇ ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇପାରନ୍ତି। ସାମାଜିକ ସ୍ତରରେ ସାଧାରଣ କଥାକୁ ଜଟିଳ କରି ଦ୍ୱନ୍ଦ୍ୱରେ ପଡିବେ। ବାଣିଜ୍ୟ, ଯାତ୍ରା, କର୍ମାରମ୍ଭ ଯଥାବିଧି ସମ୍ପନ୍ନ ହୋଇପାରିବ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମୀନ-
ଆତ୍ମୀୟଙ୍କ ଦୁର୍ବବ୍ୟବହାର ଭୋଗିବେ । ନିତ୍ୟ କର୍ମରେ ବ୍ୟତିକ୍ରମ ଘଟିପାରେ । ପରିବେଶ ଆନନ୍ଦ ଦାୟକ ରହିବ । ରାଜନୀତିରେ ଦୁଃଶାହସିକ ପଦକ୍ଷପ ଗ୍ରହଣ କରିବେ । ଶିକ୍ଷାର୍ଥୀ ମାନଙ୍କର ଶିକ୍ଷାରେ ଦକ୍ଷତା ଓ ଅଭିଜ୍ଞତା ବଢିବ
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ କୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
17-july-know-your-horoscope-today | Argus News