Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Zodiac Sign Today / କେମିତି କଟିବ ୨୦୨୬...ଜାଣିନିଅନ୍ତୁ ବର୍ଷସାରାର ଭାଗ୍ୟଫଳ

Ritu Das
Browse all articles by Ritu Das
·6 months ago·8 min read
କେମିତି କଟିବ ୨୦୨୬...ଜାଣିନିଅନ୍ତୁ ବର୍ଷସାରାର ଭାଗ୍ୟଫଳ
india

Key Points


ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ଏହି ବର୍ଷ ଜଗିରଖି ଚଳିବେ । ଅଯଥା ମାନସିକ ଚିନ୍ତା ଓ ଅଶାନ୍ତି ଦେଖାଦେଇପାରେ। କାର୍ଯ୍ୟ କ୍ଷେତ୍ରରେ କିଛିଟା ବିଳମ୍ବ ବା ବାଧା ଉପୁଜିପାରେ।
ବର୍ଷସାରା କେମିତି କଟିବ ଆପଣଙ୍କର ଦିନ ସକାଳୁ ସକାଳୁ ପଢ଼ିନିଅନ୍ତୁ ଆପଣଙ୍କ ରାଶିଫଳ ଖବର। ସତର୍କ ରୁହନ୍ତୁ ସଜାଗ ରୁହନ୍ତୁ।
ମେଷ-
ମେଷ ରାଶିର ବ୍ୟକ୍ତି ବିଶେଷ ମାନେ ଏହି ବର୍ଷ ଜଗିରଖି ଚଳିବେ । ଅଯଥା ମାନସିକ ଚିନ୍ତା ଓ ଅଶାନ୍ତି ଦେଖାଦେଇପାରେ। କାର୍ଯ୍ୟ କ୍ଷେତ୍ରରେ କିଛିଟା ବିଳମ୍ବ ବା ବାଧା ଉପୁଜିପାରେ। ପ୍ରେମୀଯୁଗଳଙ୍କ ମଧ୍ୟରେ ଅହେତୁକ ସନ୍ଦେହ ବା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ଛୋଟ ଛୋଟ କଥାରେ ବିବାଦ ହେବାର ସମ୍ଭାବନା ଅଛି। ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି, ତେଣୁ ଧନ ନିବେଶ କରିବା ସମୟରେ ସାବଧାନ ରୁହନ୍ତୁ।ଅତ୍ୟଧିକ ଚିନ୍ତା ଯୋଗୁଁ ନିଦ ଠିକ୍‌ରେ ନ ହେବା ବା ଆଳସ୍ୟ ଅନୁଭବ କରିପାରନ୍ତି।ଅତ୍ୟଧିକ ଚିନ୍ତା ଯୋଗୁଁ ନିଦ ଠିକ୍‌ରେ ନ ହେବା ବା ଆଳସ୍ୟ ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି।ସନ୍ତାନଙ୍କ ସ୍ୱାସ୍ଥ୍ୟ କିମ୍ବା ବ୍ୟବହାରକୁ ନେଇ କିଛିଟା ଚିନ୍ତା ବଢ଼ିପାରେ।ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଇନଗତ ମାମଲା ବା ବିବାଦୀୟ କାର୍ଯ୍ୟରୁ ଦୂରେଇ ରହିବା ଶ୍ରେୟସ୍କର।
ଶୁଭ ରଙ୍ଗ- - ଲାଲ୍ ଏବଂ ଶୁଭ ସଂଖ୍ୟା ୯
ପ୍ରତିକାର- ପ୍ରତ୍ୟେକ ମଙ୍ଗଳ ବାର ଦିନ କୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ ।

ବୃଷ-
ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ରହିବ । ନିଜ କାର‌୍ୟ୍ୟ କ୍ଷେତ୍ରରେ ଏକ ବଡ଼ ପଦୋନ୍ନତି ପାଇବାର ସମ୍ଭାବନା ପାଇପାରିବେ। ଏବର୍ଷ ଆପଣଙ୍କୁ ଅନେକ ସୁଯୋଗ ମିଳିବା ଯୋଗୁଁ ଆର୍ଥିକ ସ୍ଥିତି ମଜଭୁତ ହେବ। ବର୍ଷ ଆରମ୍ଭରୁ, ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିପାରେ, ଯାହା ଆପଣଙ୍କ ଜୀବନରେ ଅନେକ ଦିଗରୁ ସଫଳତା ଆଣିପାରେ । ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ହେବାରେ ସମୟ ଲାଗିପାରେ । ଜୀବନ ସାଥିଙ୍କ ସଫଳତା ଓ ବ୍ୟବହାରରେ ମନ ପ୍ରସନ୍ନ ରହିବ । କୌଣସି କ୍ଷେତ୍ରରେ ଟଙ୍କା ବିନିଯୋଗ କରିବା କ୍ଷତିକାରକ ହୋଇପାରେ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନ ଙ୍କ ପରାମର୍ଶ ନିଅନ୍ତୁ । ବୃଷ ରାଶିର ବ୍ୟକ୍ତିମାନେ ବିଦେଶ ଭ୍ରମଣର ସୁଯୋଗ ପାଇବେ । ଏହି ରାଶିର ବ୍ୟକ୍ତି ମାନେ ବିବାହ ବନ୍ଧରେ ବାନ୍ଧି ହୋଇପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ନିଜର ଜନ୍ମ ଦିନରେ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କୁ ଅନ୍ନ ଦାନ କରନ୍ତୁ ।

ମିଥୁନ-
ମିଥୁନ ରାଶିର ବ୍ୟକ୍ତି ମାନଙ୍କୁ ଏହିବର୍ଷ ଅଧିକ ପରିଶ୍ରମ ସହିତ ଅଧିକ ସଂଘର୍ଷ କରିବାକୁ ପଡିପାରେ । ଆଖିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅନ୍ୟ କୈାଣସି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ମତାନ୍ତର ଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପରିବହନ, ପ୍ରଶାସନ ଓ ପ୍ରକାଶନ,ଯୋଗାଯୋଗ କାମ ସାମାନ୍ୟ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ। ପରିବାରରେ ରେ କିମ୍ବା କୁଟୁମ୍ବରେ ଶରୀର ଅସୁସ୍ଥ ହୋଇପାରେ । ପାରିବାରିକ ଅଶାନ୍ତି ହେତୁ ମାନସିକ ସ୍ଥିତିକୁ ଅସନ୍ତୁଳିତ କରି ରଖିବ । ଫଳରେ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ। ପଡୋଶିନୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି। ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ଧୈର୍ଯ୍ୟ ଧରି ସବୁ କାମ ସହଜ ଓ ସୁବିଧାରେ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । ପ୍ରେମ ସମ୍ପର୍କ ଭଲ ରହିବ । ଅବିବାହିତ ଯୁବକଯୁବତୀ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- ଯଥାସମ୍ଭବ କୌଣସି ଅସହାୟ ବିଦ୍ୟାର୍ଥୀକୁ ନିଜର ସାହାଯ୍ୟ ସହଯୋଗ ଜାରିରଖନ୍ତୁ।

କର୍କଟ-
ଜୀବାଣୁ ଜନିତ ସମସ୍ୟା ଆପଣଙ୍କୁ ଅସୁବିଧାରେ ପକାଇ ପାରେ ତେଣୁ ସାବଧାନ ରୁହନ୍ତୁ ।ଆପଣ ଯେଉଁ କାମ କରିବେ, ସେଥିରେ ବାରମ୍ବାର ବାଧା ଆସିବ। ସହଜ କାମଟି ମଧ୍ୟ ପୂରଣ ହେବାକୁ ଅଧିକ ସମୟ ଲାଗିବ। ମହିଳା ମାନେ ମଧ୍ୟ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଓ ପ୍ରଂଶସା ପାଇବେ। ବ୍ୟବସାୟକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ସମସ୍ତ ପରିବାର ସଦସ୍ୟ ଏକାଠି ମିଶି ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଭଲ ଟଙ୍କା ରୋଜଗାର କରିବା ଆରମ୍ଭ କରିବା ସହିତ ଅନାବଶ୍ୟକ ଟଙ୍କା ଖର୍ଚ୍ଚ କରିବାରୁ ନିବୃତ୍ତ ରହିବେ। ବନ୍ଧୁଙ୍କ ସହ ମତପାର୍ଥକ୍ୟଜନିତ ସମ୍ପର୍କହାନି ଘଟିପାରେ।କର୍ମାରମ୍ଭ ପରିପ୍ରେକ୍ଷୀରେ ପରିବାରରୁ ସହଯୋଗ ନ ପାଇ କ୍ଷୋଭପ୍ରକାଶ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ପକ୍ଷପାତିତାକୁ ନେଇ ଅସନ୍ତୁଷ୍ଟ ରହିବେ। ସହକର୍ମୀଙ୍କ ସହ ଅଯଥା ଯୁକ୍ତିତର୍କ କରି କଥାକୁ ବେଶି ଦୋହରାଇବା ଠିକ୍ ହେବନି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର- ମାତୃ ସ୍ଥାନୀୟ ଗୁରୁଜନ ଏବଂ ମହିଳା ମାନଙ୍କୁ ପ୍ରଣାମ କରନ୍ତୁ ଓ ତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତୁ ।

ସିଂହ-

ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବର୍ଷର ଆରମ୍ଭ ଉତ୍ଥାନ-ପତନରେ ଭରି ରହିବ । ପରିବାରରେ ପିଲାମାନଙ୍କ କାର‌୍ୟ୍ୟକଳାପକୁ ନାପସନ୍ଦ କରିପାରନ୍ତି। ଏହି ବର୍ଷ ଆପଣଙ୍କୁ ନିଜର ଦୈନନ୍ଦିନ କାର‌୍ୟ୍ୟକୁ ସଠିକ୍ ଏବଂ ସନ୍ତୁଳିତ ଢଙ୍ଗରେ ଅନୁସରଣ କରିବାକୁ ପଡ଼ିବ । ଆର୍ଥିକ ସ୍ଥିତିରେ ଉନ୍ନତି, ଅନ୍ୟକୁ ଦେଇଥିବା ଧନ, ହୃତଧନ ଏବଂ ବକେୟା ଧନ ଆଦାୟ ହେବ ଏବଂ ଆୟର ନୂତନ ପନ୍ଥା ଉନ୍ମୁକ୍ତ ହେବ । ମୂଲ୍ୟବାନ ଧାତୁ, ଭୂମି, ଯାନବାହନ କ୍ରୟ କରିବେ ଏବଂ ବିଦେଶ ଯାତ୍ରା କରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ବର୍ଷଟି ଖୁବ୍ ଭଲ ରହିବ। ବିଶେଷ କରି ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି, ସେମାନଙ୍କୁ ଭାଗ୍ୟର ସହଯୋଗ ମିଳିବ । ନୂତନ ଗୃହ ନିର୍ମାଣ, ଗୃହାରମ୍ଭ ଆଦି ଉନ୍ନତିମୂଳକ କର୍ମ ପାଇଁ ସମୟ ଅନୁକୂଳ ରହିବ ଏବଂ ସମସ୍ତ କର୍ମ ଆପଣଙ୍କ ପାଇଁ ସହଜ ହେବ । ଖରାପ ନିଷ୍ପତ୍ତି ବ୍ୟବସାୟରେ ଅସ୍ଥିରତା ଆଣିପାରେ । ପିଲାମାନେ ବାହାରକୁ ଯାଇ ଅଧ୍ୟୟନ କିମ୍ବା ଚାକିରି କରିବାର ସୁଯୋଗ ପାଇପାରନ୍ତି । ପୂର୍ବପରିକଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ବର୍ଷର ପ୍ରଥମାର୍ଦ୍ଧରେ କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରନ୍ତୁ ଓ ସେଠାକାର ସାଧୁ ସନ୍ଥଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ ।

କନ୍ୟା-

କନ୍ୟା ରାଶିର ବ୍ୟକ୍ତିମାନେ ଅଧିକ ଚିନ୍ତା କରନ୍ତି। ଏହି ବର୍ଷ କାର‌୍ୟ୍ୟରେ ବିଫଳତା ଯୋଗୁଁ ମାନସିକ ଚାପ ଓ ଏକାକୀପଣ ଅନୁଭବ କରିବେ।ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ପେଟରେ ଗମ୍ଭୀର ସମସ୍ୟା ଦେଖାଦେଇପାରେ। ଅଯଥାରେ ବିବାଦ ଦେଖାଦେଇପାରେ । ଅଟକି ରହିଥିବା ଧନ ପ୍ରାପ୍ତିରେ ବିଳମ୍ବ ହୋଇପାରେ । ବ୍ୟବସାୟୀ ମାନେ ବ୍ୟବସାୟ ପାଇଁ ବିଦେଶ ଯାତ୍ରା କରିପାରନ୍ତି । ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା କିନ୍ତୁ ଆନୁଷ୍ଠାନିକ କାମରେ ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି । ମୂଲ୍ୟବାନ ଜିନିଷ କ୍ରୟ ସକାଶେ ବନ୍ଧୁଙ୍କଠାରୁ ଧାର କରଜ କରିପାରନ୍ତି। ବନ୍ଧୁଗହଣରେ ରୁକ୍ଷ ଭାଷା ପ୍ରୟୋଗ ଯୋଗୁ ସମ୍ପର୍କହାନି ଘଟିପାରେ। ଯେଉଁ କ୍ଷେତ୍ରରେ ଯାହାକିଛି ନିଷ୍ପତ୍ତି ନେବେ ଶେଷ ସମୟରେ ଓଲଟ ପାଲଟ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଫଳ ପାଇବାର ଆଶା ରହିଛି । କର୍ମକ୍ଷେତ୍ରରେ ସତର୍କରେ କାମ ନ କଲେ ଅନୁତାପ କରିପାରନ୍ତି। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୌଣସି ଅବିବାହିତ ଯୁବକ ଯୁବତୀଙ୍କ ବିବାହ କାର୍ଯ୍ୟରେ ସହଯୋଗ କରନ୍ତୁ

ତୁଳା-
ଗୁରୁ ଜନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିୟନ୍ତୁ । ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ।କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବ। ଅଯଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ, ବରଂ ଲାଭ ବଦଳରେ କ୍ଷତି ଅଧିକ ହୋଇପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝିପାରିବେ ନାହିଁ।ରାଜନୀତି, ସଭାସମିତି ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ପାଇବେ। ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ। ବିଦ୍ୟାର୍ଥୀ ମାନଙ୍କର ବିଦ୍ୟା ଅଧ୍ୟୟନ ପାଇଁ ଏ ବର୍ଷ ବହୁତ ଭଲ ରହିବ । ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ଆପଣ ନିଜ ପାଇଁ ନୂଆ ଗାଡ଼ି, ସୁନା ଗହଣା କିମ୍ବା ବିଳାସପୂର୍ଣ୍ଣ ସାମଗ୍ରୀ କିଣିବାରେ ଟଙ୍କା ଖର୍ଚ୍ଚ କରିବେ, ଯାହା ଆପଣଙ୍କୁ ମାନସିକ ସୁଖ ଦେବ।ଯଦି କୌଣସି ଜମିବାଡ଼ି କିମ୍ବା ପୁରୁଣା ବିବାଦ କୋର୍ଟରେ ଚାଲିଛି, ତେବେ ରାୟ ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ଅଧିକ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର-ଗରିବ ଲୋକଙ୍କୁ ଧଳା ବସ୍ତ୍ର, ଚାଉଳ, ଚିନି, କ୍ଷୀର କିମ୍ବା ଘିଅ ଦାନ କରନ୍ତୁ।

ବିଛା-
ଏହି ରାଶିର ବ୍ୟକ୍ତିମାନେ ଏହି ବର୍ଷ ଉତ୍ଥାନ ପତନ ଦେଇ ଗତି କରିପାରନ୍ତି । ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ । ଟଙ୍କା ଦେବା ନେବାରେ ସତର୍କତା ଅବଲମ୍ବନ କରନ୍ତୁ । ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ସମାଲୋଚିତ ହେବାର ଆଶଙ୍କା ରହିଛି।ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ଚଳାଇ ନେବେ।ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ।ଲକ୍ଷ୍ୟପ୍ରାପ୍ତିରେ ବାଧା ସୃଷ୍ଟି ହୋଇପାରେ। କ୍ୟାରିୟର କୁ ନେଇ ଚିନ୍ତିତ ରହିପାରନ୍ତି । କୋର୍ଟ କଚେରୀ କାମରେ ଫସିଯାଇ ପାରନ୍ତି । ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ରାଜନୀତିରେ ଆପଣ ଯେଉଁ ପଦବୀ କିମ୍ବା ଟିକେଟ ପାଇଁ ଆଶା ରଖିଛନ୍ତି, ସେଥିରେ ଶେଷ ମୁହୂର୍ତ୍ତରେ ବାଧା ଆସିପାରେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ମଙ୍ଗଳବାର ଦିନ ଗରିବ ଲୋକଙ୍କୁ ନାଲି ରଙ୍ଗର ବସ୍ତ୍ର, ମସୁର ଡାଲି କିମ୍ବା ମିଠା ଦାନ କରନ୍ତୁ।

ଧନୁ-
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। କୃଷି, ବାଣିଜ୍ୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇପାରନ୍ତି। ଶିକ୍ଷା ଦୃଷ୍ଟିରୁ ଏହି ବର୍ଷ ଭଲ ରହିବ ହେଲେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ଫ୍ୟାସନ ଡିଜାଇନର୍ ମାନଙ୍କୁ ଭଲ ସୁଯୋଗ ମିଳିବ। ଛାତ୍ରଛାତ୍ରୀ ମାନଙ୍କୁ ବିଦେଶ ଯିବାର ମୌକା ମିଳିବ । ପ୍ରେମ ଜୀବନ ମିଶ୍ରିତ ରହିବ । ଆପଣଙ୍କ ଦାମ୍ପତୟ ଜୀବନ ସୁଖମୟ ରହିବ । ସାମାଜିକ ସମସ୍ୟାକୁ ଦୁଃସାହସିକ ପଦକ୍ଷେପ ନେଇ ସୁଧାରି ନେବେ।ପାରିବାରିକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ କମିଯିବ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ କରିବା କଷ୍ଟକର ହୋଇପାରେ। ସଭାସମିତିରେ ବନ୍ଧୁ ମାନଙ୍କଠାରୁ ବସ୍ତ୍ରଭୂଷଣ ଲାଭ କରିପାରନ୍ତି। ଆପଣଙ୍କର ସ୍ପଷ୍ଟବାଦିତା ପାଇଁ ଆପଣ ଲୋକପ୍ରିୟ ହେବେ। କିନ୍ତୁ ବିରୋଧୀଙ୍କ ଚାଲ୍ ପ୍ରତି ସଜାଗ ରୁହନ୍ତୁ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ପରିବାରର ବୟସ୍କ ବ୍ୟକ୍ତି ଏବଂ ଗୁରୁଜନମାନଙ୍କର ଆଶୀର୍ବାଦ ନିଅନ୍ତୁ।

ମକର-
ମକର ରାଶିର ବ୍ୟକ୍ତି ମାନେ ଏହି ବର୍ଷ ଟିକେ ଜଗିରଖି ଚଳିନ୍ତୁ । ବିଶେଷ କରି ନିଜ ସ୍ୱସ୍ଥ୍ୟ ପ୍ରତି ଧ୍ୟାନ ନେବା ସହ ମାଆଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର‌୍ୟ୍ୟରେ ଅଧିକ ଯୋଗ ଦେବେ । ତୀର୍ଥଯାତ୍ରା କରିବାର ସୁଯୋଗ ମିଳିବ ।ଆବଶ୍ୟକତା ପୂରଣ ସକାଶେ ଧାର କରଜ କରି କାମ ଚଳାଇ ନେବେ। ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଅପ୍ରିୟ ସତ୍ୟ ଭାଷଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ।କୃଷି, ବାଣିଜ୍ୟ ଓ ପରିବହନରେ ସନ୍ତୋଷଜନକ ଫଳ ପାଇପାରନ୍ତି। ସାମାଜିକ ସମସ୍ୟାକୁ ଦୁଃସାହସିକ ପଦକ୍ଷେପ ନେଇ ସୁଧାରି ନେବେ। ପରିବହନରେ ସମସ୍ୟା ସମାଧାନ କରିବା କଷ୍ଟକର ହୋଇପାରେ। ସଭାସମିତିରେ ବନ୍ଧୁ ମାନଙ୍କଠାରୁ ବସ୍ତ୍ରଭୂଷଣ ଲାଭ କରିପାରନ୍ତି। ବାରମ୍ବାର ପ୍ରତିବନ୍ଧକ ଲାଗି ରହୁଥିବାରୁ ଲକ୍ଷ୍ୟପ୍ରାପ୍ତିରେ ବାଧା ସୃଷ୍ଟି ହୋଇପାରେ। ଆପଣଙ୍କର କଠୋର ବାଣୀ ଯୋଗୁଁ କିଛି ସହଯୋଗୀ ଅସନ୍ତୁଷ୍ଟ ହୋଇପାରନ୍ତି, ତେଣୁ ନମ୍ରତା ରକ୍ଷା କରନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଆତ୍ମବିଶ୍ୱାସ ବଢାଇବା ପାଇଁ ପ୍ରତିଦିନ ହନୁମାନ ଚାଳିଶା ପାଠ କାରନ୍ତୁ ।

କୁମ୍ଭ-
ପ୍ରେମ ସମ୍ପର୍କ ପାଇଁ ଏହି ବର୍ଷ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ରହିବ । ପରସ୍ପର ଉପରେ ବିଶ୍ୱାସ ରହିବ । ଦୀର୍ଘ ଅନୁଭୂତି ହେତୁକ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଆପଣ କରିଥିବା ପୂର୍ବ ଉଦ୍ୟମର ଫଳାଫଳ ଭାବେ, ଆପଣଙ୍କର ବର୍ତ୍ତମାନ ଅର୍ଥ ଲାଭ ହେବାର ସମ୍ଭାବନା ଅଛି । ଆପଣ ଏପର୍ଯ୍ୟନ୍ତ ସମ୍ମୁଖୀନ ହୋଇ ଆସୁଥିବା ପ୍ରତ୍ୟେକ ସମସ୍ୟା ଶେଷରେ ଅଦୃଶ୍ୟ ହୋଇପାରେ । ନିଜର ପରିବାର ଦୃଷ୍ଟିରୁ ଆପଣ ଏହି ବର୍ଷ ବହୁତ ଭଲ ଭାବରେ ଜୀବନ ଆରମ୍ଭ କରିବେ । ଆପଣଙ୍କ ପିତାମାତା ମଧ୍ୟ ଆପଣଙ୍କ ସପକ୍ଷରେ ରହିବେ, ଆପଣଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ କରିବେ। ସୁସ୍ଥ ଭୋଜନ ଖାଇବା ଦ୍ୱାରା ଆପଣ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ଲାଭ କରିବାର ସମ୍ଭାବନା ଅଛି । ସାଙ୍ଗମାନଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି ।ବିଦ୍ୟାର୍ଥୀ ଶୁଭଫଳ ପାଇବେ । ରାଜନୈତିକ ବ୍ୟକ୍ତିମାନେ ଉଚ୍ଚ ପଦବୀ ପ୍ରାପ୍ତ ହେବେ ଏବଂ ଅବିବାହିତ ପୁଅଝିଅମାନଙ୍କର ବୈବାହିକ କର୍ମ ସମ୍ପନ୍ନ ହେବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଗରିବ, ଅସହାୟ ବା ଭିକ୍ଷୁକମାନଙ୍କୁ କଳା କମ୍ବଳ, କଳା କପଡ଼ା, କଳା ରାଶି କିମ୍ବା ପୁରୁଣା ଜୋତା-ଚପଲ ଦାନ କରନ୍ତୁ ।

ମୀନ-
ପ୍ରେମ ସଂପର୍କ ପାଇଁ ଏହି ବର୍ଷ ବହୁତ ଭଲ ହେବାକୁ ଯାଉଛି । ଭଲ ବିବାହ ପ୍ରସ୍ତାବ ଆସିବ । ପ୍ରେମ ବିବାହ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ପରିବାରର ସମର୍ଥନ ମିଳିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାବଣା ରହିବ। ପରସ୍ପର ପ୍ରତି ବିଶ୍ୱାସ ଆହୁରି ବଢିବ ।ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ସମାଲୋଚିତ ହେବାର ଆଶଙ୍କା ରହିଛି।କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି। ଲେଖାପଢ଼ା, ପରିବହନ, ନିର୍ମାଣ କ୍ଷେତ୍ରରେ ଅସୁବିଧା ହେବନାହିଁ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ଗାଡ଼ି ବାରମ୍ବାର ଖରାପ ହେବା ଯୋଗୁଁ ଆପଣ ହଇରାଣ ହୋଇପାରନ୍ତି।ଗାଡ଼ିର କାଗଜପତ୍ର, ଇନ୍ସୁରାନ୍ସ ଏବଂ ଟ୍ୟାକ୍ସ ସମ୍ବନ୍ଧୀୟ କାର୍ଯ୍ୟରେ ଅବହେଳା କରନ୍ତୁ ନାହିଁ, ନଚେତ୍ ଆଇନଗତ ସମସ୍ୟାରେ ପଡ଼ିପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ଶନିବାର ଦିନ କଳା ରାଶି ବା ସୋରିଷ ତେଲ ଗରିବ ଲୋକଙ୍କୁ ଦାନ କରନ୍ତୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
2026 Horoscope Prediction: Know Your Year-Long Luck, Career, Love & Health | Argus News