ଛୁଟିବାରରେ କେମିତି କଟିବ ଆପଣଙ୍କ ଦିନ, ପଢନ୍ତୁ ରାଶିଫଳ

Key Points
24 ଅଗଷ୍ଟ, ରବିବାରର ରାଶିଫଳ
କୌଣସି ଶୁଭ କାମରେ ଘରୁ ବାହାରୁଛନ୍ତି କି ?
ଦେଖି ନିଅନ୍ତୁ କ'ଣ କହୁଛି ଆପଣଙ୍କ ରାଶିଫଳ ?
ମେଷ-
ପରିବାରରେ ସମ୍ପତିକୁ ନେଇ ବିବାଦ ଉପୁଜିଲେ ବି ଆପସ ବୁଝାବଣା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ । ଆପଣ ଧନ ସଂଗ୍ରହ କରିବାରେ ସକ୍ଷମ ହେବେ । ଶିକ୍ଷାରେ ଭଲ ଫଳାଫଳ ପାଇବାକୁ ସକ୍ଷମ ହେବେ । କଠିନ ଶ୍ରମ ଓ ଦୂରଦର୍ଶିତା ସଫଳତାର ପୃଷ୍ଟ ହୋଇପାରେ । ଦୀର୍ଘ ଦିନର ସମସ୍ୟା ଦୂର ହୋଇଯିବ
ଶୁଭ ରଙ୍ଗ - ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ
ବୃଷ-
କୈାଣସି ବିଶେଷ ଖବର ମିଳିବାର ଯୋଗ ଅଛି । ଡାକ୍ତରୀ ଛାତ୍ରୀ କିଛି ନୂଆ ଶିଖିବେ । ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ । ଆପଣ କୈାଣସି ବିଷୟରେ ବଡ ନିଷ୍ପତି ନେଇପାରନ୍ତି । ଛୋଟବଡ ବିବାଦକୁ ଛାଡିଦେଲେ ସବୁ ଦୃଷ୍ଟିରୁ ଆପଣଙ୍କ ପାଇଁ ଅନୁକୂଳ ରହିବ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ
ମିଥୁନ-
କାର୍ୟ୍ୟ କ୍ଷେତ୍ରରେ ଏକ ଚ୍ୟାଲେଞ୍ଜିଂ ସମୟ ଅନୁଭବ କରିବେ । ବ୍ୟବସାୟିକ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ଚେଷ୍ଟା କରିବେ । ନମ୍ର ସ୍ୱଭାବ ସହ ମୁରବିଙ୍କ ସହିତ କଥାବାର୍ତା ହୁଅନ୍ତୁ । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ-
ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ । ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି । ନିଜ ଲୋକଙ୍କ ଠାରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ବାକି କାମରେ ବନ୍ଧୁ ସାହାର୍ୟ୍ୟ କରିବେ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବରଗଛ ମୂଳେ ଦୀପଟିଏ ଜାଳନ୍ତୁ
ସିଂହ-
ସ୍ୱାସ୍ଥ୍ୟ ସମସ୍ୟାରେ ବହୁ ପରିମାଣରେ ହ୍ରାସ ପାଇବ । ପରିବାରରେ ବୁଝାମଣା ସହିତ ସବୁ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଘରେ ମାଙ୍ଗଳିକ କାର୍ୟ୍ୟ କରିବା ପାଇଁ ବିଚାର କରିବେ । କୈାଣସି ବଡ ବିନିଯୋଗ କରିବା ସହିତ ଆର୍ଥିକ ଅଭିବୃଦ୍ଧି ଘଟିବ ।
ଶୁଭ ରଙ୍ଗ - ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କର ପୂଜା କରନ୍ତୁ
କନ୍ୟା-
ଦେହ ଭଲ ରହିଲେ ମଧ୍ୟ ମନରେ ଭୟ ଦେଖାଦେବ । ଆୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ବନ୍ଧୁଙ୍କ ସହିତ ମିଶି ଏକତ୍ର ଭୋଜନ କରିବେ । ବାପା ମାଆଙ୍କ ସହ ସମ୍ପର୍କ ଭଲ ରହିବ । ଛାତ୍ରଛାତ୍ରୀ ମାନେ ଉତମ ଫଳ ପ୍ରଦର୍ଶନ କରିବେ । ରାଜନିତିରେ ନିଜକୁ ଦୃଢ ରଖିବେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ବୁଧଙ୍କର ମନ୍ତ୍ର ପାଠ କରନ୍ତୁ
ତୁଳା-
ପୁସ୍ତକ ବ୍ୟବସାୟ, ପ୍ରସାଧନ ସାମଗ୍ରୀ ବ୍ୟବସାୟରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ପଢାରେ ଶିକ୍ଷକଙ୍କ ସହାୟତା ପାଇବେ । ସଭା ସମିତିରେ କୈାଣସି କଥାରେ ଆପଣଙ୍କ ସପକ୍ଷେର ଯିବ ନାହିଁ । ଆର୍ଥିକ ଦିଗରୁ ସନ୍ତୋଷଜନକ ଫଳ ପାଇବେ । ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ
ବିଛା-
ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । କୈାଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ସନ୍ତାନଙ୍କର ଉନ୍ନତିରେ ଉସôାହିତ ହେବେ । ସରକାରୀ ଚାକିରିଆଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଧନୁ-
ବ୍ୟବସାୟରେ ଉନ୍ନତି ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବେ । ନିଜ ପରିବାରକୁ ଅଧିକ ସମୟ ଦେବା ସହିତ ହସ ଖୁସିରେ ସମୟ କାଟିବେ । ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ । ନୂଆ ପ୍ରସ୍ତାବ ଉପରେ ବିଚାର କରିବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶନି ଦେବଙ୍କ ପୂଜା ପୂଜା କରନ୍ତୁ
ମକର-
ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ଅଫିସ୍ରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡିବ ।ରାଜନିତିରେ ସହଯୋଗ ମିଳିବ । ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ । ପାଠ ପଢାରେ ପରିଶ୍ରମ କରିବାକୁ ପଡିବ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳ ହେବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
କୁମ୍ଭ-
ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସହମର୍କୀଙ୍କ କଥାରେ ପ୍ରଭାବିତ ହୋଇ କୈାଣସି ନୂତନ କାମ କରିପାରନ୍ତି । ବୈବାହିକ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଆର୍ଥôକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ ରହିବ । ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଠିକ୍ ଭାବେ ସମ୍ପନ୍ନ ହେବା କଷ୍ଟକର ହେବ । ସଭାସମିତିରେ ଉନ୍ନତ ମାନର ଆଲୋଚନା କରିବେ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ନାଲି ପୋଷାକ ବ୍ୟବହାର କରନ୍ତୁ
ମୀନ-
ବିବାହ ଆଦି ଶୁଭ କାର୍ୟ୍ୟରେ ଯୋଗ ଦେଇ ମନ ଖୁସି ରହିବ ।ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ । ଭାଗିଦାରି ବ୍ୟବସାୟୀ ଦ୍ୱାରା କିଛି ମାତ୍ରାରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ବିଫଳ ହେବ । ରାଜନିତିରେ ଲୋକଙ୍କ ପ୍ରିୟ ରହିବେ । ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଅଶ୍ୱତଥ୍ ଗଛକୁ ପୂଜା କରନ୍ତୁ