Videos
|
Horoscope

TodayHoroscope / ଆଜିର ରାଶିଫଳ: ୧୨ ରାଶିର ଭାଗ୍ୟ ବଦଳିବ, ଜାଣନ୍ତୁ କାହାକୁ ମିଳିବ ଧନଲାଭ!

Ritu Das
Browse all articles by Ritu Das
·53 mins ago·3 min read
ଆଜିର ରାଶିଫଳ: ୧୨ ରାଶିର ଭାଗ୍ୟ ବଦଳିବ, ଜାଣନ୍ତୁ କାହାକୁ ମିଳିବ ଧନଲାଭ!
India

Key Points

  • ବୃଷ ଓ ବିଛା ରାଶିଙ୍କୁ ଧନଲାଭ ସହ ଜମି କିଣିବାର ଯୋଗ
  • ସିଂହ ରାଶିଙ୍କୁ ଚାକିରି ଓ ପ୍ରତିଯୋଗିତାରେ ସଫଳତା ମିଳିବ
  • ମେଷ-
    ବ୍ୟବସାୟରେ କିଛି ନୂତନ ଚୁକ୍ତି ପତ୍ର ସମ୍ପାଦନା କରିପାରନ୍ତି । ଅତ୍ୟଧିକ କାର୍ଯ୍ୟ ଭାରର ଚାପ ଆପଣଙ୍କୁ ପ୍ରଭାବିତ କରିପାରେ। ପରିବାରରେ ନୂତନ ସଦସ୍ୟଙ୍କର ଆଗମନ ହୋଇପାରେ। ବିଦ୍ୟାର୍ଥୀମାନେ ଗୁରୁଜନ ମାନଙ୍କ ଆଜ୍ଞା ପାଳନ କରିବେ। ସମୟ ଅଭାବରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟରୁ ପରିବର୍ତ୍ତନ କରିପାରନ୍ତି।
    ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
    ପ୍ରତିକାର - ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ

    ବୃଷ-
    ବ୍ୟବସାୟରେ ଧନଲାଭର ନୂଆ ଉତ୍ସ ତଲାସ କରିବେ। କର୍ମକ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ ଓ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇ ପାରନ୍ତି। ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତି ବୃଦ୍ଧି ପାଇବ ।
    ଶୁଭ ରଙ୍ଗ-ଧଳା ଏବଂ ଶୁଭ ସଂଖ୍ୟା- ୬
    ପ୍ରତିକାର- ତୁମ ଖାଦ୍ୟରୁ ଅଧେ ଗାଈକୁ ଖାଇବାକୁ ଦିଅନ୍ତୁ

    ମିଥୁନ-
    ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଆଇନ ସହାୟତା ସାଙ୍ଗକୁ ବିଦେଶ ଯାତ୍ରା କରିବେ। ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି । ନିର୍ମାଣ କାର୍ଯ୍ୟରେ ଆଗେଇବେ, ଆଶା ବଢି ବଢି ଚାଲିବ।
    ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
    ପ୍ରତିକାର – ମା’ ବିରଜାଙ୍କର ଆରାଧନା କରନ୍ତୁ

    କର୍କଟ-
    କର୍ମକ୍ଷେତ୍ରରେ ସନ୍ଦେହଜନକ ବାତାବରଣ ମଧ୍ୟରେ ଅଣନିଶ୍ୱାସୀ ହେବାକୁ ପଡିପାରେ। ବିଦ୍ୟାର୍ଥୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ରାଜନୀତିରେ ବିଶେଷ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ। ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ। ଅଫିସ୍ କାମରେ ବ୍ୟସ୍ତ ରହିବେ। ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।
    ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା-୨
    ପ୍ରତିକାର- ଶିବଙ୍କ ସହସ୍ରନାମ ପାଠ କରନ୍ତୁ

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    ସିଂହ-
    ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ମାନଙ୍କ ପାଇଁ ଭଲ ସମୟ ଆସିପାରେ। ଘରୋଇ କାର୍ଯ୍ୟକୁ ପୂରା କରିବାରେ ସକ୍ଷମ ହେବେ। ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତା ମୂଳକ ପରିକ୍ଷାରେ ସଫଳ ହେବେ। ମହିଳା ମାନେ ଧର୍ମପରାୟଣ ରହିବେ।
    ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
    ପ୍ରତିକାର – ଶ୍ରୀ ରାମଙ୍କର ପୂଜାପାଠ କରନ୍ତୁ

    କନ୍ୟା-
    ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟ ଲାଗି ରହିବ। କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ, ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜ୍ବଳ ହେବ। ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ଭାବର ଅବସାନ ଘଟିବ ଏବଂ କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବ। ମହିଳାମାନେ ପରିବାର ସହିତ ହସ ଖୁସିରେ ରହିବେ।
    ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
    ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ପୂଜା କରନ୍ତୁ

    ତୁଳା-
    ବ୍ୟକ୍ତି ଗତ ଜୀବନରେ ଅନ୍ୟ ବ୍ୟକ୍ତି ହସ୍ତକ୍ଷେପ ଦ୍ୱାରା ଆପଣ ବିରକ୍ତ ହୋଇପାରନ୍ତି। ଆଲୋଚନା ଅନୁଯାୟୀ କାମ ସବୁ ଠିକ୍‌ରେ ହୋଇଯିବ। କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ। ରାଜନୈତିକ ବ୍ୟକ୍ତିଙ୍କ ଅକ୍ରୋଶର ଶିକାର ହେବେ। ଜାଗା, ଜମି ଆଦି କ୍ରୟ କରିବେ।
    ଶୁଭ ରଙ୍ଗ - ଧଳା ଏବଂ ଶୁଭ ସଂଖ୍ୟା- ୨
    ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟକୁ ପୂଜା କରନ୍ତୁ

    ବିଛା-
    ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ। ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହୋଇପାରନ୍ତି। କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ । ଜମି କିଣିବା ଲାଗି ସୁନ୍ଦର ଯୋଗ ଅଛି । ସକରାତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ ।
    ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା-୯
    ପ୍ରତିକାର- ନୃସିଂହଙ୍କର ପୂଜାର୍ଚ୍ଚନା କରନ୍ତୁ

    ଧନୁ-
    ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ। ଘର ପାଇଁ ଆସବାବ କ୍ରୟ କରିବେ। ପରିବହନ ଓ ନିର୍ମାଣ ଆଲୋଚନା ଚୁକ୍ତିପତ୍ର ପାଇଁ ଦିନଟି ଭଲ ରହିବ କେତେକ କ୍ଷେତ୍ରରେ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବେ।
    ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
    ପ୍ରତିକାର – ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

    ମକର-
    ପାରିପାରିକ ଜୀବନ ସୁଖମୟ ହୋଇପାରେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ସୁଖ ଓ ସ୍ୱାଚ୍ଛନ୍ଦ୍ୟ ତଥା ଭୋଗବିଳାସ ଭାଗୀ ହେବେ। ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ। ଛାତ୍ରଛାତ୍ରୀ ନିଜର ଶ୍ରମ ଅନୁଯାୟୀ ଅଧିକ ଫଳ ପାଇବେ। ମହିଳା ମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହେବ। ଅଦାଲତରୁ ସୁଫଳ ମିଳିପାରେ ।
    ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
    ପ୍ରତିକାର- ମା’ ଶାରଳାଙ୍କ ଆରଧନା କରନ୍ତୁ

    କୁମ୍ଭ-
    କ୍ରୋଧକୁ ଦମନ କରି ହସଖୁସିରେ ବାତାବରଣ ସୃଷ୍ଟି ହେବ। ଓକିଲାତି ଓ ପରିଚାଳନ ସହିତ ଜଡିତ ଲୋକଙ୍କୁ ବହୁତ ସମ୍ମାନ ମିଳିପାରେ। ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତ ହେବେ। ଯେତେ ଚେଷ୍ଟା କରିଲେ ମଧ୍ୟ ପରିଶ୍ରମ ମୁତାବକ କମ୍ ଫଳ ପାଇବେ।
    ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
    ପ୍ରତିକାର – ମହାଦେବଙ୍କ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

    ମୀନ-
    ପିଲାମାନଙ୍କ ସହିତ ଜଡିତ କିଛି କଥାରେ ସଫଳତା ଆଣିବ। ବିଦେଶୀ ବାଣିଜ୍ୟ ସହିତ ଆପଣଙ୍କର ସଂଯୋଗ ରହିବ । କାରବାରରେ ସଫଳତା ପାଇବେ। ଭୂ-ସମ୍ପତ୍ତିକୁ ନେଇ ସମସ୍ୟା ଉପୁଜିପାରେ। ନୂଆ କାମରେ ଭାଗ୍ୟ ସାଥ୍ ଦେଇପାରେ। ନୂତନ ଯାନ ପାଇବାର ସୁଯୋଗ ଅଛି, ଖର୍ଚ୍ଚ ହ୍ରାସ ହେବ।
    ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା-୩
    ପ୍ରତିକାର- ବିଷ୍ଣୁଙ୍କ ପୂଜା , ପାଠ କରନ୍ତୁ