Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Horoscope

Horoscope / ଆଜିର ରାଶିଫଳ: କେଉଁ ରାଶି ପାଇଁ ରହିଛି ସୁଯୋଗର ବର୍ଷା? ଜାଣନ୍ତୁ ଶୁଭ ରଙ୍ଗ ଓ ପ୍ରତିକାର

Ritu Das
Browse all articles by Ritu Das
·3 months ago·3 min read
ଆଜିର ରାଶିଫଳ: କେଉଁ ରାଶି ପାଇଁ ରହିଛି ସୁଯୋଗର ବର୍ଷା? ଜାଣନ୍ତୁ ଶୁଭ ରଙ୍ଗ ଓ ପ୍ରତିକାର
Horoscope

Key Points

ମେଷ-
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମେଷ-
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆର୍ଥିକ ଅନାଟନ ମଧ୍ୟରେ ହାତକୁ ନେଇଥିବା କାମଟି ଅଧାରେ ଅଟକିଯାଇପାରେ। ଯାନବାହନ, ଜମି କ୍ରୟବିକ୍ରୟ ନେଇ ଆଲୋଚନାରେ ଅଗ୍ରଗତି ଘଟିବ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ

ବୃଷ-
ସ୍ୱାସ୍ଥ୍ୟ କ୍ଷେତ୍ରରେ ହାଡ ଜନିତ ସମସ୍ୟା ଦେଖାଦେଇପାରେ । ପାରିବାରିକ ବିଶୃଙ୍ଖଳା ଦେଖାଦେବା ସହିତ ସମ୍ପର୍କରେ ସାମାନ୍ୟ ତିକ୍ତତା ଆସିପାରେ । ରାଜନୀତିରେ ପ‌ଦମର୍ଯ୍ୟାଦା ବୃଦ୍ଧି ପାଇବ। ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଶ୍ରୀ ଗୌରୀ ଗଣେଶଙ୍କୁ ପୂଜା କରିଲେ ଆପଣଙ୍କର କାମ ସଫଳ ହେବ

ମିଥୁନ-
ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଶିଳ୍ପ, ବାଣିଜ୍ୟ, ପରିବହନରେ ସଫଳତା ହାସଲ କରିବେ। ଆର୍ଥିକ ଦୁଃସ୍ଥିତି ଚିନ୍ତାଜନକ ପରିଣାମ ସୃଷ୍ଟି କରିବାର ଆଶଙ୍କା ରହିଛି। ଆତ୍ମୀୟସ୍ବଜନଙ୍କ ପରୋକ୍ଷ ଶତ୍ରୁତା ମନୋଭାବକୁ ଲକ୍ଷ୍ୟକରି ମାନସିକ ସ୍ତରରେ ଯନ୍ତ୍ରଣା ଅନୁଭବ କରିବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କର୍କଟ-
ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ଯେକୌଣସି ବହୁରାଷ୍ଟ୍ରୀୟ କମ୍ପାନୀ ସହିତ ମିଳିତ ଭାବରେ କାର୍ଯ୍ୟ କରିପାରିବେ । ରାଜନୀତିରେ ଛାତ୍ରଛାତ୍ରୀ ମାନେ ପଢାରେ ସହଯୋଗ ପାଇବେ । କଚେରି ମାମଲାରେ ସାମୟିକ ଦୁଶ୍ଚିନ୍ତାରୁ ରକ୍ଷା ପାଇ ପାରିବେନି ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ଶ୍ରୀ ଗଣେଶଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ

ସିଂହ-
ପରିବାରରେ ଭୁଲ୍ ବୁଝାମଣା କାରଣରୁ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଶିକ୍ଷା, ପରୀକ୍ଷା, ବନ୍ଧୁ ସମ୍ପର୍କ ସ୍ଥାପନରେ ଆଶା ଅନୁଯାୟୀ ଫଳ ପାଇବେ। କର୍ମଦକ୍ଷତା ହେତୁ ଉପର ଅଧିକାରୀ ଆପଣଙ୍କ ପ୍ରଶଂସା କରିପାରନ୍ତି। ରାଜନୈତିକ କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଓଁ ହ୍ରୀଂ ହ୍ରୀଂ ରାଂ ରାମାୟ ନମଃ ଜପ କରନ୍ତୁ

କନ୍ୟା-

ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ଅର୍ଥଲାଭର ଯୋଗ ରହିଥିଲେ ମଧ୍ୟ ଅର୍ଥଭାବକୁ ପୂରଣ କରିବାକୁ ଅସମର୍ଥ ହେବେ । ବାରମ୍ବାର ଅସଫଳତା କାରଣ ଖୋଜିବାକୁ ଯାଇ ମାନସିକ ଦ୍ୱନ୍ଦ୍ବରେ ପଡିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିପାରେ ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ତୁଳା-

କର୍ମଜଞ୍ଜାଳର ଗୁରୁତ୍ୱ ଦୃଷ୍ଟିରୁ ଆଜି ଗୋଟିଏ ସ୍ଥାନରେ ସ୍ଥିର ରହିପାରିବେ ନାହିଁ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଅକାଟ୍ୟ ଯୁକ୍ତି ଗ୍ରହଣକରିବାକୁ ବାଧ୍ୟ ହେବେ। ଦକ୍ଷତା ଓ ସଚ୍ଚୋଟତା କାରଣରୁ କର୍ମକ୍ଷେତ୍ରରେ ସହଯୋଗ, ସମ୍ମାନ ପାଇବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂରହୋଇଯିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ

ବିଛା-
ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ବଡ ମାନଙ୍କୁ ଭାବିଚିନ୍ତି କଥା କୁହନ୍ତୁ । ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ । ମହିଳା ମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା' ମଙ୍ଗଳା ମନ୍ତ୍ର ପାଠ କରନ୍ତୁ

ଧନୁ-
କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟା ସୃଷ୍ଟିର ଏକମାତ୍ର ମୁଖ୍ୟ କାରଣ ହେବ। ରାଜନୈତିକ କ୍ଷେତ୍ରରେ ସାଂଗଠନିକ କାର୍ଯ୍ୟ ସକାଶେ ତାପମାତ୍ରା ବଢିପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ସାହିତ୍ୟ, ଚର୍ଚ୍ଚା ଓ ସାମ୍ବାଦିକତା କ୍ଷେତ୍ରରୁ ସୁନାମ ଅର୍ଜନ କରିପାରନ୍ତି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ବ୍ରାହ୍ମଣଙ୍କର ସେବା କରି ତାଙ୍କୁ କିଛି ଦ୍ରବ୍ୟ ଦାନ କରନ୍ତୁ

ମକର-

ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । କାର୍ଯ୍ୟ କ୍ଷେତ୍ରରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଉଚ୍ଚ ସମ୍ଭାବନାର ଆଶା ପାଇବେ । ଛୋଟ ଛୋଟ କଥାକୁ ନେଇ ପ୍ରେମୀଯୁଗଳଙ୍କ ମଧ୍ୟରେ ମତାନ୍ତର ହୋଇପାରେ । ଗରିବ ଲୋକଙ୍କୁ ଖୁସି ମନରେ ଦାନ ଧର୍ମ କଲେ ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ସୂର୍ଯ୍ୟଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

କୁମ୍ଭ-
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଆସିପାରେ। ପରିବାରର ଆବଶ୍ୟକତା ପୂରଣ କରିବା ଦିଗରେ ଋଣ ସୂତ୍ରରେ ଅର୍ଥ ଆଣିପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ସାହିତ୍ୟ, କଳା, କ୍ରୀଡା, ସଙ୍ଗୀତ, ନୃତ୍ୟ ପ୍ରଭୃତି ସହ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ

ମୀନ-

ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଆର୍ଥିକ ସମସ୍ୟାରୁ ଚୁକ୍ତି ମିଳିବ ବା ପୂର୍ବରୁ କରିଥିବା ଋଣରୁ ମୁକ୍ତି ପାଇ ପାରିବେ । ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ । ବ୍ୟବସାୟ-ବାଣିଜ୍ୟ ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ଅତ୍ୟଧିକ ପରିଶ୍ରମ କରିବାକୁ ପଡିବ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ajira Rashifal: Which Zodiac Sign Gets Lucky Today? Check Shubha Ranga & Remedies | Argus News